ଖାଇକୁ ଖସିଲା ବୋଲେରୋ, ଆଖି ବୁଜିଲେ ୪ ଜଣ
ଶ୍ରୀନଗର : ଖାଇକୁ ଖସିଲା ବୋଲେରୋ କାର୍ । ଘଟଣାସ୍ଥଳରେ ଚାଲିଗଲା ୪ ଜୀବନ । ଡ୍ରାଇଭରଙ୍କ ସମେତ ୨ ଜଣଙ୍କ ନିଖୋଜ ଅଛନ୍ତି । ଜମ୍ମୁ କାଶ୍ମୀର କିସ୍ତାୱାରରେ ଆଜି (ରବିବାର) ଏହି ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଗାଡିରେ ମୋଟ ୬ଜଣ ଥିଲେ ।
ସୂଚନା ମୁତାବକ, ବୋଲେରୋରେ ଯାତ୍ରା କରୁଥିବା ଲୋକମାନେ ପଦ୍ଦାରରୁ ମାସୁ ଗାଁ ଅଭିମୁଖେ ଯାଉଥିଲେ। ଏହି ସମୟରେ ଡ୍ରାଇଭର ନିୟନ୍ତ୍ରଣ ହରାଇ ଥିଲେ। ଫଳରେ କାରଟି ଖାଇକୁ ଖସି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ନିଖୋଜ ଅଛନ୍ତି। ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସେହିପରି ନିଖୋଜ ଦୁଇ ଜଣଙ୍କ ସନ୍ଧାନ ଜାରି ରହିଛି। କାର୍ଟି ଯେଉଁଠି ଖସି ପଡିଥିଲା ସେଠାରେ ଏକ ନଦୀ ଥିବାରୁ ଦୁଇ ଜଣ ପାଣିରେ ଭାସି ଯାଇଥିବା ସନ୍ଦେହ କରାଯାଉଛି। ସେପଟେ କେନ୍ଦ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଏହି ଦୁର୍ଘଟଣା ବିଷୟରେ ସୂଚନା ଦେଇଛନ୍ତି। ଏଥିସହ ସମସ୍ତ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

ଶନିବାର ଜମ୍ମୁ-କଶ୍ମୀର ବାନ୍ଦିପୋରା ଜିଲ୍ଲାରେ ସେନାର ଏକ ଟ୍ରକ୍ ଖାଇକୁ ଖସିପଡିଥିଲା। ଏହି ଦୁର୍ଘଟଣାରେ ୪ ଜଣ ସୈନିକଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ ହୋଇଥିଲେ। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଆହତ ସୈନିକମାନଙ୍କୁ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। ଗାଡିରେ ମାତ୍ର ୬ ଜଣ ସୈନିକ ନିକ ଥିଲେ।












Click it and Unblock the Notifications