Get Updates
Get notified of breaking news, exclusive insights, and must-see stories!

ସକାଳ ୮ଟାରେ ହେବ ଗଗନୟାନ ମିଶନର ପ୍ରଥମ ପରୀକ୍ଷଣ

Gaganyaan: ISRO ଗଗନୟାନ ପରୀକ୍ଷଣ ପାଇଁ ଏହାର ପ୍ରସ୍ତୁତି ଶେଷ କରିଛି । ସକାଳ ୮ରେ ଆନ୍ଧ୍ରପ୍ରଦଶ ସ୍ଥିତ ଶ୍ରୀହରିକୋଟା ଲଞ୍ଚିଂ ପ୍ୟାଡରେ ଏହାର ପ୍ରଥମ ପ୍ରରୀକ୍ଷଣ କରାଯିବ । ଏହି ପରୀକ୍ଷଣଟି ୯ ମିନିଟ୍ ପର୍ଯ୍ୟନ୍ତ ଚାଲିବ । ତେବେ ISRO ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ଅଧୀନରେ ଏହି ପରୀକ୍ଷା କରୁଛି, ଯେଉଁଥି ପାଇଁ କେନ୍ଦ୍ର ସରକାର 9,000 କୋଟି ଟଙ୍କା ପ୍ରୋତ୍ସାହନ ଦେଇଛନ୍ତି। ବାସ୍ତବରେ, ଭାରତ 2035 ସୁଦ୍ଧା ଏକ ସ୍ପେସ୍ ଷ୍ଟେସନ୍ ପ୍ରତିଷ୍ଠା କରିବାର ଯୋଜନା ରହିଛି ।

Gaganyaan

ସୂଚନା ଅନୁସାରେ, ଆଜି ଗଗନଯାନ ମିଶନର ଅଂଶ ଭାବେ 'କ୍ରିଉ ମଡ୍ୟୁଲ' ପରୀକ୍ଷା କରାଯିବ । ସକାଳ ୮.୮ମିନିଟରେ ଏହି ପରୀକ୍ଷା କରାଯିବ । ସକାଳ ୭.୩୦ ମିନିଟରୁ ଇସ୍ରୋ ପକ୍ଷରୁ ଲାଇଭ୍ କରାଯାଇଛି । କ୍ରିଉ ମଡ୍ୟୁଲ ଯେଉଁଥିରେ ତିନି ଜଣ ମଣିଷ ମହାକଶକୁ ଯିବା ପାଇଁ ନିର୍ମାଣ କରାଯାଇଛି । ତେବେ ପୃଥିବୀ ପୃଷ୍ଠରୁ ଉତକ୍ଷେପଣ ପରେ କ୍ରିଉ ମଡ୍ୟୁଲ ରକେଟରୁ ଅଲଗା ହେବ ଏବଂ ୧୭ କିଲୋମିଟର ଉଚ୍ଚରୁ ପ୍ୟାରାଚ୍ୟୁଟ ସାହାଯ୍ୟରେ ଏହି କ୍ରିଉ ମଡ୍ୟୁଲ ତଳକୁ ଖସିବ ।

କ୍ରିଉ ମଡ୍ୟୁଲ ଭିତରେ ପୃଥିବୀ ବୟୁମଣ୍ତଳ ଭଳି ପରିବେଶ ମଧ୍ୟ ରହିବ । ତେବେ ଏହା ସଫଳ ହେବା ପରେ ଆଗାମୀ ଦିନରେ କ୍ରିଉ ମଡ୍ୟୁଲ ସାହଯ୍ୟରେ ଚନ୍ଦ୍ର ଅବା ଅନ୍ୟ ଗ୍ରହକୁ ମଣିଷ ପଠାଇ ପୁଣି ଫେରାଇ ଆଣିପାରିବ । ଆଜି ଭୂପୃଷ୍ଠରୁ ୧୭ କିମି ଉପରକୁ ଯାଇ ଖସିବ ମାନବ ବିହୀନ କ୍ରୁ ମଡ୍ୟୁଲ । ୨୦୨୫ ସୁଦ୍ଧା ମହାକାଶକୁ ମାନବ ପଠାଇବାକୁ ଇସ୍ରୋର ରହିଛି ଲକ୍ଷ୍ୟ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+