22850 ଫୁଟ୍ ଉପରେ ଯୋଗ କଲେ ଯବାନ
ବରଫ ପରିସ୍ଥିତି ମଧ୍ୟରେ ଭାରତ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି) ପର୍ବତାରୋହୀମାନେ ଉତ୍ତରାଖଣ୍ଡ ହିମାଳୟରେ ୨୨,୮୫୦ ଫୁଟ ଉଚ୍ଚତାରେ ଯୋଗ ଅଭ୍ୟାସ କରିଥିଲେ।
ଡେରାଡୁନ: ଉତ୍ତରାଖଣ୍ଡ ହିମାଳୟର 22ହଜାର 850 ଫୁଟ ଉଚ୍ଚ ବରଫ ଅଞ୍ଚଳରେ ଯୋଗ ଅଭ୍ୟାସ କରିଛନ୍ତି ଇଣ୍ଡୋ ତିବେତାନ ସୀମା ପୋଲିସ। ଏହାପୂର୍ବରୁ ITBPର ପର୍ବତାରୋହୀମାନେ ଗତ ସପ୍ତାହରେ ମାଉଣ୍ଟ ଆବି ଗାମିନର ଶିଖର ବରଫ ଆଚ୍ଛାଦିତ ସ୍ଥାନରେ କରିଥିଲେ ଯୋଗ ।

ଦିଲ୍ଲୀ ମୁଖ୍ୟାଳୟର ଆଇଟିବିପି ମୁଖପାତ୍ର ବିବେକ ପାଣ୍ଡେଙ୍କ କହିବା ଅନୁଯାୟୀ, ପର୍ବତର ଶିଖରରେ ପହଞ୍ଚିବା ପାଇଁ ଆଇଟିବିପି ପର୍ବତାରୋହୀଙ୍କ 14 ଜଣିଆ ଟିମ୍ ବରଫରେ 20 ମିନିଟ ଯୋଗ ଅଭ୍ୟାସ କରିଥିଲେ । ଆଇଟିବିପି ଦ୍ବାରା ଏହା ଏକ ବିରଳ ପ୍ରୟାସ ।
New record of practicing Yoga at high altitude by ITBP. #Himveers of ITBP demonstrate Yoga practice ahead of #InternationalDayOfYoga2022 with the theme: '#YogaforHumanity' at an altitude of 22,850 feet in snow conditions in Uttarakhand near Mount Abi Gamin.#YogaAmritMahotsav pic.twitter.com/eHWE0qO1zJ
— ITBP (@ITBP_official) June 6, 2022
ଆନ୍ତର୍ଜାତୀୟ ଯୋଗ ଦିବସ ଏବଂ ଚଳିତ ବର୍ଷ ବିଷୟବସ୍ତୁ 'ମାନବିକତା ପାଇଁ ଯୋଗ' ଉପରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣରୁ ଅନୁପ୍ରାଣିତ ହୋଇଥିଲେ ଯବାନ ମାନେ । ଏହାପରେ ଲୋକଙ୍କୁ ଫିଟ ରହିବା ପାଇଁ ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ପର୍ବତ ଶିଖରରେ ଯୋଗାଭ୍ୟାସ କରିଥିଲେ ।












Click it and Unblock the Notifications