ITBPରେ ପୂରଣ ହେବ କନଷ୍ଟେବଲ ପଦବୀ, ଏପରି କରନ୍ତୁ ଆବେଦନ

ITBP Constable Recruitment 2024: ITBPରେ ପୂରଣ ହେବ କନଷ୍ଟେବଲ ପଦବୀ । ଯେଉଁଥି ପାଇଁ ଆଇଟିବିପି ଦ୍ୱାରା ବିଜ୍ଞପ୍ତି ଜାରି କରାଯାଇଛି । ତେବେ ଯଦି ଆପଣ ଦଶମ ପାସ କରିଛନ୍ତି ତେବେ ଏହି ପଦବୀ ପାଇଁ ଆବେଦନ କରିପାରିବେ । ଏହି ନିଯୁକ୍ତି ମାଧ୍ୟମରେ ପ୍ରାୟ ୩୩୦ ପଦବୀ ପୂରଣ ହେବ । ତେବେ ପ୍ରାର୍ଥୀ ମାନେ ITBର ଅଫିସିଆଲ୍ ୱେବ୍‌ସାଇଟ୍‌ https://recruitment.itbpolice.nic.in/କୁ ଯାଇ ଆବେଦନ କରିପାରିବେ। ସେହିପରି ଏହି ବିଜ୍ଞପ୍ତି ଦେଖିବା ପାଇଁ ITBP Constable Recruitment 2024 Apply for 330 posts Notification ଲିଙ୍କ୍ ଉପରେ କ୍ଲିକ୍ କଲେ ସମସ୍ତ ବିବରଣୀ ପାଇପାରିବେ ।

ITBP Constable

ଅଗଷ୍ଟ ୧୨ ତାରିଖରୁ ଅନଲାଇନ୍ ଆବେଦନ ଆରମ୍ଭ ହେବ ଯାହା ୧୦ ସେପ୍ଟମ୍ବରରେ ଶେଷ ହେବ । ତେବେ ଭିନ୍ନ ଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ତେବେ ସର୍ବନିମ୍ନ ବୟସ ୧୮ ଏବଂ ସର୍ବାଧିକ ବୟସ ୨୭ ବର୍ଷ ରହିବ ।

ଏହି ପଦବୀ ହେବ ପୂରଣ
ହେଡ୍ କନଷ୍ଟେବଳ-୯ଟି ପୋଷ୍ଟ
କନେଷ୍ଟବଳ ଆନିମଲ୍ ଆଟେଣ୍ତାଣ୍ଟ-୧୧୫ଟି
କାର୍ପେଣ୍ଟର-୭୧ଟି ପୋଷ୍ଟ
ଇଲେକ୍ଟ୍ରିସିଆଲ-୧୫ଟି

ତେବେ ଏହି ସମସ୍ତ ପୋଷ୍ଟ ପାଇଁ ସର୍ବନିମ୍ନ ଦରମା ୨୪ ହଜାର ଥିବା ବେଳେ ସର୍ବାଧିତ ୮୧ ହଜାର ଟଙ୍କା ରହିବ । ସେହିପରି ଏଥି ପାଇଁ ଶାରିରୀକ ପରୀକ୍ଷା, ଡକ୍ୟୁମେଣ୍ଟ ଯାଞ୍ଚ, ମେଡିକାଲ ଟେଷ୍ଟ ଆଦି ଦେବା ପାଇଁ ପଡିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+