ପିଏମ୍ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମେଲୋନୀ
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ୧୯୫୦ ମସିହା ସେପ୍ଟମ୍ବର ୧୭ ତାରିଖରେ ଗୁଜୁରାଟରେ ଜନ୍ମଗ୍ରହଣ କରିଥିବା ନରେନ୍ଦ୍ର ମୋଦି ଆଜି ୭୪ ବର୍ଷରେ ପଦାର୍ପଣ କରିଛନ୍ତି । କ୍ରାମାଗତ ୩ଥର ପ୍ରଧାନମନ୍ତ୍ରୀ ହେବାର ବିରଳ ରେକର୍ଡ କରିଥିବା ନରେନ୍ଦ୍ର ମୋଦି କେବଳ ଭାରତୀୟ ରାଜନୀତି ନୁହେଁ ବରଂ ବିଶ୍ୱର ଜଣେ ପ୍ରଭାବୀ ରାଜନେତା ତଥା ରାଷ୍ଟ୍ରମୁଖ୍ୟ ଭାବେ ସଫଳ ପରିଚୟ ସୃଷ୍ଟି କରିପାରିଛନ୍ତି ।
୨୦୦୧ ରୁ ୨୦୧୪ ପର୍ଯ୍ୟନ୍ତ ଲଗାତାର ତିନି ଥର ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ସେ ୨୦୧୪ ରେ ଭାରତର ପ୍ରଧାନମନ୍ତ୍ରୀ ହେବା ପରେ ବର୍ତ୍ତମାନ ତାଙ୍କର ତୃତୀୟ କାର୍ୟ୍ୟକାଳ କାର୍ଯ୍ୟ ଚାଲୁଛି। କେତେକ କ୍ଷେତ୍ରରେ ସେ ପ୍ରଥମ ହେବାର ରେକର୍ଡ ମଧ୍ୟ କରିଛନ୍ତି । ଆଉ ଆଜି ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କର ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ସୋସିଆଲ ମିଡିଆରେ ଶେୟାର କରାଯାଇଥିବା ବାର୍ତ୍ତାରେ ସେ ଇଟାଲୀ ଏବଂ ଭାରତ ମଧ୍ୟରେ ବୃଦ୍ଧ ତଥା ବଢୁଥିବା ସମ୍ପର୍କ ଉପରେ ଗୁରୁତ୍ୱ ଦେବା ସହିତ ବୈଶ୍ୱୟୀକ ଚ୍ୟାଲେଞ୍ଜର ମୁକାବିଲା ପାଇଁ ପାରସ୍ପରିକ ପ୍ରତିବଦ୍ଧତା ପ୍ରଦର୍ଶନ କରିଥିଲେ।












Click it and Unblock the Notifications