ନିର୍ବାଚନ କମିଶନର ନିଯୁକ୍ତିରେ ଲାଗିବନି ରୋକ୍, ବିଶୃଙ୍ଖଳା ସୃଷ୍ଟି ହେବ ;ସୁପ୍ରିମକୋର୍ଟ

ଦୁଇଜଣ ନୂତନ ନିର୍ବାଚନ କମିଶନରଙ୍କ ନିଯୁକ୍ତି ଉପରେ ସ୍ଥଗିତ ରଖିବାକୁ ଆବେଦନକୁ ସୁପ୍ରିମକୋର୍ଟ ଗୁରୁବାର ଦିନ ପ୍ରତ୍ୟାଖ୍ୟାନ କରିଛନ୍ତି । ଏହି ସମୟରେ ନିର୍ବାଚନ କମିଶରଙ୍କ ନିଯୁକ୍ତି ଉପରେ ରୋକ ଲଗାଇବା ଅର୍ଥ 'ଅରାଜକତା ତଥା ବିଶୃଙ୍ଖଳା ସୃଷ୍ଟି କରିବା' ହେବ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

Supreme Court

ନୂତନ ଆଇନକୁ ଚ୍ୟାଲେଞ୍ଜ କରୁଥିବା ଆବେଦନକାରୀଙ୍କୁ କହିଛନ୍ତି ଯେ ଏହି ସମୟରେ ଆମେ ଆଇନ ଉପରେ ପ୍ରତିବନ୍ଧକ ଲଗାଇ ପାରିବୁ ନାହିଁ। ଏହା ବିଶୃଙ୍ଖଳା ଏବଂ ଅନିଶ୍ଚିତତାର ପରିସ୍ଥିତି ସୃଷ୍ଟି କରିବ । ଏକ ମଧ୍ୟବର୍ତ୍ତୀ କ୍ରମ ମାଧ୍ୟମରେ ଆମେ ଏହାକୁ ବନ୍ଦ କରିପାରିବୁ ନାହିଁ । ନୂତନ ନିର୍ବାଚନ କମିଶନରଙ୍କ ବିରୋଧରେ କୋନସି ଅଭିଯୋଗ ନାହିଁ। ସୁପ୍ରିମକୋର୍ଟ କହିଛନ୍ତି ଯେ ଏହା କୁହାଯାଇପାରିବ ନାହିଁ ଯେ ଇସି କାର୍ଯ୍ୟନିର୍ବାହୀ ଅଧୀନରେ ଅଛି। ଦେଶରେ ବହୁତ ଭଲ ନିର୍ବାଚନ କମିଶନର ଅଛନ୍ତି ।

ନିକଟରେ ଦୁଇ ଜଣ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏବଂ ସୁଖବୀର ସିଂହ ସାନ୍ଧୁଙ୍କୁ ନିଯୁକ୍ତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଜଣେ ବିରୋଧୀ ଦଳର ନେତା ଏବଂ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ନିଯୁକ୍ତି ହୋଇଥିଲା। ତେବେ ନିର୍ବାଚନ କମିଶନରଙ୍କ ଏହି ନଯୁକ୍ତି ପ୍ରକ୍ରିୟା ଓ ଆଇନ୍‌କୁ ନେଇ ଉଠିଥିଲା ଅନେକ ପ୍ରଶ୍ନ। ନିର୍ବାଚନ ପ୍ରକ୍ରିୟାରେ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତିଙ୍କୁ ସାମିଲ ନ କରାଯିବାକୁ ନେଇ ବିବାଦ ଉପୁଜିଥିଲା। ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା।

ଜଷ୍ଟିସ ସଞ୍ଜୀବ ଖନ୍ନା ଓ ଦୀପଙ୍କର ଦତ୍ତାଙ୍କ ଦୁଇ ଜଣିଆ ଖଣ୍ଡପୀଠ ଆଜି ଏହି ଆବେଦନର ଶୁଣାଣି କରିଛନ୍ତି। ନିର୍ବାଚନ କମିଶନରଙ୍କ ନିଯୁକ୍ତି ପ୍ରକ୍ରିୟା ପାଇଁ ଥିବା ଆଇନ୍‌ ଉପରେ କୌଣସ ରୋକ ଲଗାଯାଇପାରିବ ନାହିଁ ବୋଲି ସେମାନେ କହିଛନ୍ତି। ସେ କହିଛନ୍ତି, ' ନିର୍ବାଚନ ଆୟୋଗ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅଧୀନରେ ଅଛନ୍ତି ବୋଲି କୁହାଯାଇପାରିବ ନାହିଁ। କେନ୍ଦ୍ର ଦ୍ୱାରା ଯେଉଁ ଆଇନ ତିଆରି କରାଯାଇଛି ତାହା ଭୁଲ୍‌ ନୁହେଁ। ଯେଉଁମାନେ ନିଯୁକ୍ତ ହୋଇଛନ୍ତି ସେମାନଙ୍କ ବିରୋଧରେ କୌଣସି ଅଭିଯୋଗ ନାହିଁ। ନିର୍ବାଚନ ପାଖେଇ ଆସିଲାଣି। ତେଣୁ ଏହାକୁ ଦୃଷ୍ଟିରେ ରଖି ସ୍ଥିତି ଉପରେ ସନ୍ତୁଳନ ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+