Budget 2025 ; ଏହା ସାଧାରଣ ଲୋକଙ୍କ ବଜେଟ୍, ଦେଶକୁ ପ୍ରଗତି ଆଣିବ ; ପ୍ରଶଂସା କରି ଏମିତି କହିଲେ ମୋଦି
୨୦୨୫ ସାଧାରଣ ବଜେଟକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ପ୍ରଶଂସା କରିଛନ୍ତି । ବଜେଟ ବହୁତ ଭଲ ହୋଇଛି ବୋଲି ମୋଦୀ କହିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିସାରିବା ପରେ ପ୍ରଧାନମନ୍ତ୍ରୀ ତାଙ୍କ ନିକଟରେ ପହଞ୍ଚି ଭଲ ବଜେଟ ପାଇଁ କୃତଜ୍ଞତା ଜଣାଇଥିଲେ । ବଜେଟ ଭଲ ହୋଇଥିବାରୁ ସମସ୍ତେ ଆପଣଙ୍କ ପ୍ରଶଂସା କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଅର୍ଥମନ୍ତ୍ରୀଙ୍କୁ କହିଥିଲେ ।

ବଜେଟକୁ ନେଇ ମୋଦୀ କହିଛନ୍ତି, ଏହି ବଜେଟ ଦେଶର ବିକାଶକୁ ସୁନିଶ୍ଚିତ କରିବ। ବଜେଟ ଦେଶର ସାଧାରଣ ସାଗରିକଙ୍କ ସଞ୍ଚୟ ବୃଦ୍ଧି କରିବ। ବଜଟେ ଗ୍ରାମୀଣ ଅର୍ଥନୀତିର ପ୍ରମୁଖ ବିକାଶ କରିବ । ସମସ୍ତ ଆୟ ବର୍ଗର ଲୋକଙ୍କୁ ବଜେଟ ଫାଇଦା ଦେବ । ବିଶେଷକରି ମଧ୍ୟବିତ୍ତ, କର୍ମଜୀବୀ, ଚାକିରିଆଙ୍କୁ ଲାଭ ମିଳିବ ।
ଭିତ୍ତିଭୂମି ମାନ୍ୟତା ଦେବା ଦ୍ୱାରା, ଭାରତରେ ବଡ଼ ଜାହାଜ ନିର୍ମାଣକୁ ପ୍ରୋତ୍ସାହିତ କରାଯିବ, ଆତ୍ମନିର୍ଭର ଭାରତ ଅଭିଯାନକୁ ଗତି ମିଳିବ । ଆମେ ସମସ୍ତେ ଜାଣୁ ଯେ ଜାହାଜ ନିର୍ମାଣ ହେଉଛି ଏପରି କ୍ଷେତ୍ର ଯାହା ସର୍ବାଧିକ ନିଯୁକ୍ତି ପ୍ରଦାନ କରେ । ସେହିପରି, ଦେଶରେ ପର୍ଯ୍ୟଟନ ପାଇଁ ପ୍ରଚୁର ସମ୍ଭାବନା ରହିଛି । 50ଟି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ ଷ୍ଟେସନରେ ହୋଟେଲ ନିର୍ମାଣ କରାଯିବ, ପ୍ରଥମ ଥର ପାଇଁ, ଭିତ୍ତିଭୂମି ପରିସରକୁ ହୋଟେଲଗୁଡ଼ିକୁ ଆଣି ପର୍ଯ୍ୟଟନକୁ ଏକ ବଡ଼ ପ୍ରୋତ୍ସାହନ ମିଳିବ। ଏହା ଆତିଥ୍ୟ କ୍ଷେତ୍ରକୁ ଶକ୍ତି ଦେବ, ଯାହା ନିଯୁକ୍ତିର ଏକ ବହୁତ ବଡ଼ କ୍ଷେତ୍ର ।
-
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
ପୁଣି ଖସିଲା ସୁନା-ରୂପା ରେଟ୍ -
ଜାତୀୟ ରାଜପଥରେ ଯାତ୍ରା କରିବା ହେଲେ ମହଙ୍ଗା, ବାର୍ଷିକ FASTag ଟୋଲ୍ ପାସ୍ ଫି ହୋଲା ବୃଦ୍ଧି କଲେ ସରକାର -
ନିର୍ବାଚନକୁ ନେଇ ମୁହଁ ଖୋଲିଲେ ନବୀନ: କହିଲେ ଭାଜପା..... -
ଇରାନ ଉପରେ ଟ୍ରମ୍ପଙ୍କ ବଡ଼ ଦାବି, କହିଦେଲେ କିଛି ଏମିତି....... -
୧ ଏପ୍ରିଲରୁ ଆୟକର ନିୟମରେ ହେବ ବଡ଼ ପରିବର୍ତ୍ତନ, ଆୟକର ବିଭାଗ ଆପଣଙ୍କର ସୋସିଆଲ ମିଡିଆ..... -
ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ୨ ମୃତ -
ଶୁଭମନ ଗିଲ୍ ସର୍ବଶ୍ରେଷ୍ଠ ଅନ୍ତରାଷ୍ଟ୍ରୀୟ କ୍ରିକେଟର -
ହର୍ମୁଜ ପ୍ରଣାଳୀ ଅତିକ୍ରମ କଲା ୨ ଏଲପିଜି ଗଚ୍ଛିତ ଭାରତୀୟ ଜାହାଜ -
୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍, ରାତି ୯ଟା ଭିତରେ ନବୀନ ନିବାସକୁ ରିପୋର୍ଟ ନିର୍ଦ୍ଦେଶ -
ଏଥର ପ୍ରଚଣ୍ଡ ହେବ ଗୁଷ୍ମ ପ୍ରବାହ, ୪୦ ଛୁଇଁବ ପାରଦ -
ଗହଣା କିଣିବା ପୂର୍ବରୁ ପକାନ୍ତୁ ନଜର, ଜାଣିରଖନ୍ତୁ ଆଜିର ଦାମ୍












Click it and Unblock the Notifications