ଏହା ସମ୍ପୂର୍ଣ୍ଣ ଏକ ନିର୍ବାଚନୀ ଭାଷଣ ଥିଲା, ଏଥିପାଇଁ ରାଷ୍ଟ୍ରପତି ଦାୟୀ ନୁହଁନ୍ତି: ଶଶି ଥରୁର

Budget Session 2023: ସଂସଦ ବାହାରେ କଂଗ୍ରେସ ସାଂସଦ ଶଶି ଥରୁର କହିଛନ୍ତି ଯେ ରାଷ୍ଟ୍ରପତି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରନ୍ତି ନାହିଁ କିନ୍ତୁ ଲାଗୁଥିଲା ଯେ ବିଜେପି ସରକାର ତାଙ୍କ ମାଧ୍ୟମରେ ପରବର୍ତ୍ତୀ ନିର୍ବାଚନ ପ୍ରଚାର କରୁଛନ୍ତି ।

Budget Session 2023

Budget Session 2023: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣକୁ ନେଇ ବିଜେପିକୁ ଟାର୍ଗେଟ୍ କରିଛି କଂଗ୍ରେସ । ସାଂସଦ ଶଶି ଥରୁର କହିଛନ୍ତି ଯେ, ରାଷ୍ଟ୍ରପତିଙ୍କ ମାଧ୍ୟମରେ ବିଜେପି ନିର୍ବାଚନର ପ୍ରଚାର କରିବାକୁ ଚେଷ୍ଟା କରୁଛି ।

କଂଗ୍ରେସ ନେତା ଶଶି ଥରୁର ମଙ୍ଗଳବାର ଦିନ ଅର୍ଥାତ୍ ଆଜି କହିଛନ୍ତି ଯେ, ରାଷ୍ଟ୍ରପତି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରନ୍ତି ନାହିଁ ହେଲେ ଆଜି ଅଭିଭାଷଣ ଶୁଣିଲେ ଲାଗୁଥିଲା ଯେପରି ବିଜେପି ସରକାର ତାଙ୍କ ମାଧ୍ୟମରେ ଆଗାମୀ ନିର୍ବାଚନ ପ୍ରଚାର କରାଉଛି । ପୁରା ଅଭିଭାଷଣ ଏକ ନିର୍ବାଚନୀ ଭାଷଣ ପରି ଲାଗୁଥିଲା । ସେ ସରକାରଙ୍କର ପ୍ରତିଟି କାର୍ଯ୍ୟର ପ୍ରଶଂସା କରିବା ପାଇଁ ଚେଷ୍ଟା କରୁଥିଲେ । ତେବେ ଆମେ ଏଥିପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଦାୟୀ କରିପାରିବୁ ନାହିଁ କାରଣ ଆଜିର ଭାଷଣ ବର୍ତ୍ତମାନର କେନ୍ଦ୍ର ସରକାର ଲେଖିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁ କ୍ଷେତ୍ରରେ ସରକାର ଭଲ ପ୍ରଦର୍ଶନ କରି ନାହିଁ ସେ ସେହି ବିଷୟର ଆଲୋଚନ କରି ନାହାଁନ୍ତି ।

ରାଷ୍ଟ୍ରପତିଙ୍କ ଅଭିଭାଷଣ

ବଜେଟ୍ ଅଧିବେଶନର ପ୍ରଥମ ଦିନରେ ସଂସଦର ଉଭୟ ଗୃହର ମିଳିତ ବୈଠକକୁ ସମ୍ବୋଧିନ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ପ୍ରଥମ ଅଭିଭାଷଣରେ କହିଛନ୍ତି, "ଦେଶ ସେହି ଚିନ୍ତାଧାରାକୁ ପରିବର୍ତ୍ତନ କରିଛି ଯାହା ପ୍ରଗତି ଏବଂ ପ୍ରକୃତିକୁ ପରସ୍ପରର ବିରୋଧୀ ଭାବେ ବିବେଚନା କରୁଛି । ବିକାଶକୁ ତ୍ୱରାନ୍ୱିତ କରିବା ସହିତ ସରକାର ସବୁଜ ଅଭିବୃଦ୍ଧି ଉପରେ ଧ୍ୟାନ ଦେଉଛନ୍ତି ଏବଂ ମିଶନ 'ଜୀବନ' ସହିତ ସମଗ୍ର ବିଶ୍ୱକୁ ଯୋଡିବାକୁ ଚେଷ୍ଟା କରାଯାଉଛି ।

ଦେଶର ବିକାଶ ପାଇଁ ସରକାର ଯେଉଁ ଗତିରେ କାର୍ଯ୍ୟ କରୁଛନ୍ତି ତାହା ଅତୁଳନୀୟ
ରାଷ୍ଟ୍ରପତି ଦୌପଦୀ ମୁର୍ମୁ କହିଥିଲେ ଯେ, ଦେଶର ବିକାଶ ପାଇଁ ସରକାର ଯେଉଁ ଗତିରେ କାର୍ଯ୍ୟ କରୁଛନ୍ତି ତାହା ଅତୁଳନୀୟ । ସରକାର ଭାରତରେ ବିଶ୍ୱର ଲଜିଷ୍ଟିକ୍ ହବ୍ କରିବାକୁ ଚେଷ୍ଟା କରୁଛନ୍ତି । ଏଥିପାଇଁ ଗତ ବର୍ଷ ଦେଶରେ ଜାତୀୟ ଲଜିଷ୍ଟିକ୍ ପଲିସି ଲାଗୁ କରାଯାଇଛି । ସେହିପରି ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆତ୍ମନିର୍ଭର ହେଉଛି ଭାରତ, ଆମଦାନୀ କମ୍ କରାଯାଉଛି, ଖେଳନା ଆମଦାନୀ ୭୦% ହ୍ରାସ କରାଯାଇଛି, ମୋବାଇଲ ଫୋନ୍ ଉତ୍ପାଦନ ଦ୍ରୁତଗତିରେ ବୃଦ୍ଧି ପାଇଛି ଏବଂ ଆଜି ଭାରତରେ ଷ୍ଟାର୍ଟଅପ୍ ସଂଖ୍ୟା ୯୦ ହଜାରରେ ପହଞ୍ଚିଛି । ସେହିପରି ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ମହିଳାଙ୍କ ଗରିମା ବୃଦ୍ଧି ପାଇଛି ରାଷ୍ଟ୍ରୀୟ ଶିକ୍ଷା ନୀତିରେ ଝିଅଙ୍କ ପାଇଁ ଅନେକ ପଦକ୍ଷେପ ନିଆଯାଇଛି ପିଏମ୍ ଆବାସ ଯୋଜନାର ରେଜିଷ୍ଟ୍ରୀ ମହିଳାଙ୍କ ନାଁରେ ହେଉଛି ।

ସୂଚନାଥାଉ ଯେ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଅର୍ଥାତ୍ ଆସନ୍ତାକାଲି ବଜେଟ୍ ଉପସ୍ଥାପନ କରିବା ପାଇଁ ଯାଉଛନ୍ତି । ଏହା ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ପୂର୍ଣ୍ଣ ବଜେଟ୍ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+