ଆଗାମୀ ଆର୍ଥିକ ବର୍ଷ ଲାଗି କେନ୍ଦ୍ରୀୟ ବେଜଟ୍ ଆସନ୍ତା ମାସ ୧ ତାରିଖରେ ଲୋକସଭାରେ କରାଯିବ ଉପସ୍ଥାପନ
୨୦୨୬-୨୭ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟ୍ ଆସନ୍ତା ମାସ ୧ ତାରିଖ ରବିବାର ଦିନ ଲୋକସଭାରେ ଉପସ୍ଥାପନ କରାଯିବ ଏବଂ ପୂର୍ବାହ୍ନ ୧୧ଟାରେ ବଜେଟ୍ ଉପସ୍ଥାପନ ପ୍ରକ୍ରିୟା ନିମ୍ନ ସଦନରେ ଆରମ୍ଭ ହେବ । ଆଜି ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ବାଚସ୍ପତି ଶ୍ରୀ ଓମ୍ ବିର୍ଲା ଏହା କହିଛନ୍ତି ।

ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଳିକୁ କହିଛନ୍ତି, ଆଗାମୀ ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ବୈଠକ ଚଳିତ ମାସ ୨୮ ତାରିଖରୁ ଆରମ୍ଭ ହୋଇ ଫେବୃୟାର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ ୯ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ୍ ୨ ତାରିଖରେ ସମ୍ପନ୍ନ ହେବ । ଜନକୈନ୍ଦ୍ରିକ ଶାସନ ବ୍ୟବସ୍ଥାରେ ଗୁରୁତ୍ଵପୂର୍ଣ ପ୍ରସଙ୍ଗରେ ଆଲୋଚନା ତଥା ବିତର୍କ କରିବା ଦିଗରେ ଏହି ଅଧିବେଶନ ଏକ ଗୁରୁତ୍ୱପୂର୍ଣ, ମଞ୍ଚ ପ୍ରଦାନ କରିବ ବୋଲି ଶ୍ରୀ ରିଜିକୁ କହିଛନ୍ତି ।












Click it and Unblock the Notifications