ବିବିସି ଅଫିସରେ ତୃତୀୟ ଦିନରେ ଜାରି ରହିଛି IT ରେଡ୍ : ୱାର୍କ ଫର୍ମ ହୋମ୍ କରୁଛନ୍ତି କର୍ମଚାରୀ
ତୃତୀୟ ଦିନରେ ମଧ୍ୟ ଜାରି ରହିଛି ଆଇଟି ରେଡ୍ । ରିପୋର୍ଟ ଅନୁସାରେ, ଆୟକର ବିଭାଗର କର୍ମଚାରୀ ମାନେ ଆର୍ଥିକ ତଥ୍ୟ ସଂଗ୍ରହ ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ମଧ୍ୟ ସଂଗ୍ରହ କରୁଛନ୍ତି ।

ବିବିସି ଅଫିସରେ ତୃତୀୟ ଦିନରେ ଜାରି ରହିଛି IT ରେଡ୍
IT Raid At BBC Office:ବିବିସି ଅଫିସ ଉପରେ ତୃତୀୟ ଦିନରେ ଜାରି ରହିଛି ଚଢାଉ । ଘରୁ କାମ କରୁଛନ୍ତି କର୍ମଚାରୀ । ଆନ୍ତାର୍ଜାତିକ ଟିକସ ଫାଙ୍କିବା ଏବଂ ଅର୍ଥ ହେରଫେର ପାଇଁ ଗତ ଦୁଇ ଦିନ ହେବ ବିବିସି ଦିଲ୍ଲୀ ଏବଂ ମୁମ୍ବାଇ ଅଫିସରେ ଆୟକର ଅଧିକାରୀ ମାନେ ଯାଞ୍ଚ ଜାରି ରଖିଛନ୍ତି । ପ୍ରାୟ ୧୦ ଜଣ ବରିଷ୍ଠ ଆୟକର ବିଭାଗ ଅଧିକାରୀ ବିବିସି ଦିଲ୍ଲୀ କାର୍ଯ୍ୟାଳୟରେ ଚଢାଉ କରିଥିଲେ । ଯାହା ପରଠାରୁ ବିବିସି ଅଫିସରେ ହିଁ ଡେରା ପକାଇଛି ଆୟକାର ବିଭାଗର ଏହି ୧୦ ଜଣ ଅଧିକାରୀ । ରିପୋର୍ଟ ଅନୁସାରେ, ଆୟକର ବିଭାଗର କର୍ମଚାରୀ ମାନେ ଆର୍ଥିକ ତଥ୍ୟ ସଂଗ୍ରହ ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ମଧ୍ୟ ସଂଗ୍ରହ କରୁଛନ୍ତି ।
ଘରେ ରହି କାମ କରୁଛନ୍ତି କର୍ମଚାରୀ
ସେହିପରି ଦିଲ୍ଲୀ ଅଫିସରେ ଏପରି ହାଟାତ୍ ରେଡ ପଡିବା ପରଠାରୁ ଅଫିସରେ ପଡିଛି ତାଲା । ଘରେ ରହି କାମ କରୁଛନ୍ତି କର୍ମଚାରୀ । ଦିଲ୍ଲୀ ଅଫିସରେ ଜଣେ କର୍ମଚାରୀଙ୍କ ସୂଚନା ଅନୁସାରେ, ୱାର୍କ ଫର୍ମ ହୋମ କରିବା ପାଇଁ ବିବିସି ପକ୍ଷରୁ ମେଲ୍ କରାଯାଇଛି ଏବଂ ପ୍ରତିଦିନ ଭଳି ସ୍ୱଭାବିକ ଭାବେ ନ୍ୟୁଜ୍ ପ୍ରସାରଣ କରାଯାଉଛି । ତେବେ ବିଶେଷ ସୂତ୍ରରୁ ଏହା ଜାଣିବା ପାଇଁ ମିଳିଛି ଯେ, ଏହି ଯାଞ୍ଚ ପ୍ରକ୍ରିଆ ଆଗକୁ ମଧ୍ୟ ଜାରି ରହିପାରେ ।
ମୁମ୍ବାଇର ବିବିସିର ଖାର ଏବଂ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ଚଢାଉ କରିଛି
ବିବିସିର ଦିଲ୍ଲୀ କାର୍ଯ୍ୟାଳୟ ବ୍ୟତୀତ ଆୟକର ବିଭାଗ ଟିମ୍ ମଧ୍ୟ ମୁମ୍ବାଇର ବିବିସିର ଖାର ଏବଂ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ଚଢାଉ କରିଛି । ସୂଚନାନୁସାରେ, ଆୟକର ବିଭାଗର ଏହି ସନ୍ଧାନ ମୁଖ୍ୟତଃ ଆନ୍ତର୍ଜାତୀୟ ଟିକସ ଏବଂ ଟ୍ରାନ୍ସଫର ମୂଲ୍ୟରେ ଅନିୟମିତତା ସହିତ ଜଡିତ । ଆୟକର ବିଭାଗ ବ୍ୟବସାୟ କାର୍ଯ୍ୟ ସହ ଜଡିତ ଡକ୍ୟୁମେଣ୍ଟ ଖୋଜୁଛି, ଯାହା ଭାରତୀୟ ବ୍ୟବସାୟ ସହିତ ଜଡିତ । ଆୟକର ବିଭାଗ ଦ୍ୱାରା ଚଢାଉ ପରେ ବିଜେପି ଓ ବିରୋଧୀଙ୍କ ମଧ୍ୟରେ ବିତର୍କ ତୀବ୍ର ହୋଇଛି । ବିବିସି କାର୍ଯ୍ୟାଳୟରେ ଏପରି ଚଢାଉକୁ ବିରୋଧୀ ଏକଛତ୍ରବାଦୀ ଶାସନ ଏବଂ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ବୋଲି କହିଛନ୍ତି ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ












Click it and Unblock the Notifications