ସମ୍ବିଧାନ ହିଁ ଦେଶର ସଂଖ୍ୟାଲଘୁମାନଙ୍କୁ ସମ୍ମାନର ସହ ଜୀବନ ଯାପନ କରିବାର ଅଧିକାର ଦେଇଛି: କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ଏକବିଂଶ ଶତାବ୍ଦୀରେ ଭାରତ ଜ୍ଞାନ ଭିତ୍ତିକ ଅର୍ଥନୀତିର ନେତୃତ୍ୱ ନେବ। ଯେତେବେଳେ 'ବିକଶିତ ଭାରତ'ର ସ୍ୱପ୍ନ ସାକାର ହେବ, ଏହା କୌଣସି ଗୋଟିଏ ଜାତି କିମ୍ବା ଧର୍ମ ଆଧାରରେ ନୁହେଁ ବରଂ ପ୍ରତ୍ୟେକ ଭାରତୀୟଙ୍କ ପ୍ରଚେଷ୍ଟା ଦ୍ୱାରା ସମ୍ଭବ ହେବ ବୋଲି ବୁଧବାର ଜାତୀୟ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ ଆୟୋଗ (ଏନସିଏମ୍ଇଆଇ) ର ୨୦ତମ ପ୍ରତିଷ୍ଠା ଦିବସ ଓ ସଂଖ୍ୟାଲଘୁ ଅଧିକାର ଦିବସ ସମାରୋହରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସେ କହିଛନ୍ତି ଯେ, ଆମ ଦେଶର ସମ୍ବିଧାନର ଗୌରବମୟ ୭୫ ବର୍ଷ ପୂର୍ତ୍ତି ହୋଇଛି। ସମ୍ବିଧାନ ହିଁ ଦେଶର ସଂଖ୍ୟାଲଘୁମାନଙ୍କୁ ସମ୍ମାନର ସହ ଜୀବନ ଯାପନ କରିବାର ଅଧିକାର ଦେଇଛି। ଶିକ୍ଷା ମାଧ୍ୟମରେ ସଂଖ୍ୟାଲଘୁମାନଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ଜାତୀୟ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ ଆୟୋଗ ଗଠନ କରାଯାଇଥିଲା।

ଗତ ସାଢ଼େ ୧୦ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ବିନା କୌଣସି ଭେଦଭାବରେ 'ସବକା ସାଥ-ସବକା ବିକାଶ'ର ମନ୍ତ୍ରୀରେ ପ୍ରତ୍ୟେକ ବଞ୍ଚିତଙ୍କୁ ଆବାସ, ବ୍ୟାଙ୍କ ଆକାଉଣ୍ଟ, ଗ୍ୟାସ ସିଲିଣ୍ଡର, ମାଗଣା ରାସନ ଭଳି ମୌଳିକ ସୁବିଧା ପ୍ରଦାନ କରୁଛନ୍ତି। ଆମ ପାଇଁ କୌଣସି ଜାତି କିମ୍ବା ଧର୍ମ ନାହିଁ ବରଂ ୪ଟି ବର୍ଗ ଗୁରୁତ୍ୱପୂର୍ଣ୍ଣ। ଏହିମାନେ ହେଉଛନ୍ତି ଗରିବ, କୃଷକ, ମହିଳା ଓ ଯୁବକ। ସେମାନଙ୍କର ସମୁଚିତ ବିକାଶ ହିଁ ଆମର ଲକ୍ଷ୍ୟ।

Union Education Minister

ଗତ ସାଢ଼େ ୧୦ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ବିନା କୌଣସି ଭେଦଭାବରେ 'ସବକା ସାଥ-ସବକା ବିକାଶ'ର ମନ୍ତ୍ରୀରେ ପ୍ରତ୍ୟେକ ବଞ୍ଚିତଙ୍କୁ ଆବାସ, ବ୍ୟାଙ୍କ ଆକାଉଣ୍ଟ, ଗ୍ୟାସ ସିଲିଣ୍ଡର, ମାଗଣା ରାସନ ଭଳି ମୌଳିକ ସୁବିଧା ପ୍ରଦାନ କରୁଛନ୍ତି। ଆମ ପାଇଁ କୌଣସି ଜାତି କିମ୍ବା ଧର୍ମ ନାହିଁ ବରଂ ୪ଟି ବର୍ଗ ଗୁରୁତ୍ୱପୂର୍ଣ୍ଣ।

ଜାତୀୟ ଶିକ୍ଷା ନୀତିକୁ ସଠିକ ଭାବେ କାର୍ଯ୍ୟକାରୀ କରିବା ସମୟର ଆବଶ୍ୟକତା। ଜାତୀୟ ଶିକ୍ଷା ନୀତିର ଦ୍ରୁତ କ୍ରିୟାନ୍ୱୟନ, ଏହି ନୀତି ଅଧୀନରେ ଏନସିଆରଏଫ୍ ଭଳି ଆଧୁନିକ ବିଷୟବସ୍ତୁକୁ ଲାଗୁ କରିବା ପାଇଁ ସଂଖ୍ୟାଲଘୁ ଅନୁଷ୍ଠାନଗୁଡିକୁ ଅଧିକ ସହଯୋଗ କରିବାକୁ ହେବ।

ଯେତେବେଳେ ଆମେ ପ୍ରତିଭା ବା ଦକ୍ଷତାକୁ ଏକାଡେମିକ୍ କ୍ରେଡିଟରେ ପରିଣତ କରିବୁ, ସେତେବେଳେ ସମସ୍ତଙ୍କ ବିକାଶର ମାର୍ଗ ଫିଟିବ। ଜାତୀୟ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ ଆୟୋଗଙ୍କୁ ସେମାନଙ୍କ ପ୍ରୟାସ ପାଇଁ ଧନ୍ୟବାଦ ଜଣାଇବା ସହ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାର ସେମାନଙ୍କ ସାଙ୍ଗରେ ଅଛନ୍ତି ବୋଲି ସେ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+