ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଆଚରଣକୁ ନେଇ କ୍ଷୋଭ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦାର୍ଜିଲିଂ ଅନ୍ତର୍ଜାତୀୟ ସାନ୍ତାଳୀ ସମ୍ମିଳନୀ ଅବସରରେ କ୍ଷୋଭ ପ୍ରକାଶ କରିଛନ୍ତି । କହିଛନ୍ତି, ସ୍ଥାନଟି ସଂକୀର୍ଣ୍ଣ । ମାତ୍ର ଏଠାରେ ୫ ଲକ୍ଷ ଲେକ ଏକତ୍ରିତ ହୋଇପାରିବେ । ମୁଁ ଜାଣିନାହିଁ ପ୍ରଶାସନର ମନରେ କଣ ଥିଲା । ଏପରି ଏକ ସ୍ଥାନ ବାଛିଲେ ଯେଉଁଠାରେ ସାନ୍ତାଳ ଲୋକେ ଯାଇପାରିଲେନି । ପ୍ରଶାସନ ଭାବିଥିଲା କେହି ଉପସ୍ଥିତ ହେବେ ନାହିଁ, ରାଷ୍ଟ୍ରପତି ଆସି ଫେରିଯିବେ । ଯଦି ରାଷ୍ଟ୍ରପତି କୈଣସି ସ୍ଥାନକୁ ଆସନ୍ତି, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ମାନେ ଆସନ୍ତି । ମୁଁ ମଧ୍ୟ ବେଙ୍ଗଲର ଝିଅ ମମତା ଦିଦି ମୋ ସାନ ଭଉଣୀ ପରି । ମୁଁ ଜାଣିନାହିଁ ସେ ମୋ ଉପରେ ରାଗିଛନ୍ତି କି ନାହିଁ , ସେଥିପାଇଁ ଏହା ଘଟିଛି ।

ପଶ୍ଚିମବଙ୍ଗରେ ଘଟିଥିବା ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟ୍ରେ ଲେଖିଛନ୍ତି: "ଏହା ଅତ୍ୟନ୍ତ ଲଜ୍ଜାଜନକ ଏବଂ ଅଭୂତପୂର୍ବ। ଗଣତନ୍ତ୍ର ଏବଂ ଆଦିବାସୀ ସମୁଦାୟର ସଶକ୍ତିକରଣରେ ବିଶ୍ୱାସ କରୁଥିବା ପ୍ରତ୍ୟେକ ବ୍ୟକ୍ତି ମର୍ମାହତ। ନିଜେ ଏକ ଆଦିବାସୀ ସମୁଦାୟରୁ ଆସିଥିବା ରାଷ୍ଟ୍ରପତି ଜୀଙ୍କ ଦ୍ୱାରା ପ୍ରକାଶିତ କଷ୍ଟ ଏବଂ ଯନ୍ତ୍ରଣା ଭାରତବାସୀଙ୍କ ମନରେ ପ୍ରବଳ ଦୁଃଖ ଦେଇଛି। ପଶ୍ଚିମବଙ୍ଗର ଟିଏମସି ସରକାର ପ୍ରକୃତରେ ସବୁ ସୀମା ପାର କରିଛନ୍ତି। ରାଷ୍ଟ୍ରପତିଙ୍କ ପ୍ରତି ଏହି ଅପମାନ ପାଇଁ ସେମାନଙ୍କ ପ୍ରଶାସନ ଦାୟୀ।"












Click it and Unblock the Notifications