Get Updates
Get notified of breaking news, exclusive insights, and must-see stories!

୨୪ ନିର୍ବାଚନରେ ମୋଦିଙ୍କୁ ରୋକିବା ଅସମ୍ଭବ, ବ୍ରିଟିଶ ନ୍ୟୁଜ ପେପରରେ ଦାବି

ନୂଆ ଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନକୁ ମାତ୍ର କିଛି ମାସ ବାକି ରହିଛି । ଏଥିଲାଗି ଦେଶର ସମସ୍ତ ରାଜନୈତିକ ଦଳ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ରହିଛନ୍ତି । କିନ୍ତୁ ଏହି ସମୟରେ ବ୍ରିଟେନର ଅଗ୍ରଣୀ ଖବରକାଗଜ ଦି ଗାର୍ଡିଆନରେ ଏକ ଲେଖା ଲେଖାଯାଇଛି, ଯାହା ବିରୋଧୀ ଦଳକୁ ନିରାଶ କରିପାରେ । ବାସ୍ତବରେ, ନ୍ୟୁଜ ପେପରରେ ବାହାରିଥିବା ଆର୍ଟିକିଲରେ ଦାବି ହୋଇଛି ଯେ 'ଏହା ନିଶ୍ଚିତ ଯେ ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ସରକାର ଗଠନ କରିବ ଏବଂ ଏହାକୁ କେହି ରୋକି ପାରିବେ ନାହିଁ ।'

ଏହି ଆର୍ଟିକିଲକୁ ହାନ୍ନା ଆଲିସ୍ ପିଟରସନ ଲେଖିଛନ୍ତି । ପିଟରସନ ଲେଖିଛନ୍ତି ଯେ 'ତିନୋଟି ରାଜ୍ୟର ବିଧାନସଭା ନିର୍ବାଚନରେ ବିଜୟ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟତା ଏବଂ ରାମ ମନ୍ଦିରର ପ୍ରାଣ ପ୍ରତୀଷ୍ଠା କାର୍ଯ୍ୟକ୍ରମ ଯୋଗୁଁ କ୍ରମାଗତ ତୃତୀୟ ଥର ପାଇଁ ବିଜେପି କ୍ଷମତାକୁ ଆସିବା ନିଶ୍ଚିତ । ଏହାକୁ ଅଟକାଇବା ପ୍ରାୟତ ଅସମ୍ଭବ । ତିନୋଟି ରାଜ୍ୟରେ ବିଜୟ ପରେ, ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ୨୦୨୪ ରେ ବିଜୟର ଭବିଷ୍ୟବାଣୀରୁ ନିଜକୁ ଅଟକାଇ ପାରିବେ ନାହିଁ । ଆର୍ଟିକିଲ ଅନୁଯାୟୀ, ଭାରତର ବର୍ତ୍ତମାନର ରାଜନୈତିକ ଦୃଷ୍ଟିକୋଣ ଏବଂ ରାଜନୈତିକ ବିଶ୍ଳେଷକଙ୍କ ମଧ୍ୟରେ ଏକ ପ୍ରକାର ସହମତି ରହିଛି ଯେ ଆସନ୍ତା ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିଜେପିର ବିଜୟ ନିଶ୍ଚିତ ।

Narendra modi

ପିଟରସନ ଆହୁରି ଲେଖିଛନ୍ତି ଯେ 'ବହୁ ସଂଖ୍ୟାରେ ହିନ୍ଦୁ ଭୋଟର ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ଏବଂ ଜଣେ ମଜଭୁ୍‌ତ୍ ନେତା ଭାବରେ ତାଙ୍କର ଭାବମୂର୍ତ୍ତି ତଥା ବିଜେପିର ହିନ୍ଦୁ ଜାତୀୟତାବାଦୀ ଏଜେଣ୍ଡା ବିଶେଷ କରି ଉତ୍ତର ଭାରତର ହିନ୍ଦୀ ଭାଷା ଭାଷୀ ରାଜ୍ୟ ଗୁଡ଼ିକରେ ବିଜେପି ଭୋଟରଙ୍କୁ ପ୍ରଭାବିତ କରିଛି । ୨୦୧୪ ପରଠାରୁ ଜାତୀୟ ତଥା ରାଜ୍ୟ ସ୍ତରରେ ଦେଶର ଜନମତ ମୁଖ୍ୟତ ବିଜେପି ଆଡକୁ ମୁହାଁଇଛି ।

ଏଥିରେ ଆହୁରି ଲେଖାଯାଇଛି ଯେ 'ଭାରତର ଦକ୍ଷିଣ ଏବଂ ପୂର୍ବରେ ବିଜେପି ଅପେକ୍ଷା ବିରୋଧୀ ଦଳ ଅଧିକ ଶକ୍ତିଶାଳୀ, କିନ୍ତୁ ଜାତୀୟ ସ୍ତରରେ ବିରୋଧୀ ବହୁତ ଦୁର୍ବଳ ରହିଥିବା ନଜରରେ ଆସୁଛନ୍ତି ।'

ଗାର୍ଡିଆନ ଆର୍ଟିକିଲରେ କଂଗ୍ରେସ ବିଷୟରେ ଲେଖାଯାଇଛି ଯେ 'ବିଧାନସଭା ନିର୍ବାଚନରେ ତେଲେଙ୍ଗାନାରେ କଂଗ୍ରେସ ଜିତିଛି କିନ୍ତୁ କଂଗ୍ରେସ କେବଳ ଦେଶର ତିନୋଟି ରାଜ୍ୟରେ କ୍ଷମତାରେ ରହିଛି ଏବଂ ଦଳ ଆଭ୍ୟନ୍ତରୀଣ କଳହ ସହ ସଂଘର୍ଷ କରୁଛି । ବିରୋଧୀ ଦଳ ଏକ ମିଳିତ ମଞ୍ଚ ଗଠନ କରିଛନ୍ତି କିନ୍ତୁ ବିରୋଧୀ ଦଳ ଏପର୍ଯ୍ୟନ୍ତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସହମତ ହୋଇନାହାଁନ୍ତି । କିନ୍ତୁ ଏହି ସବୁ ଦଳ ବିଜେପି ବିରୋଧରେ ମିଳିତ ଭାବେ ଲଢ଼ୁଥିବା କଥା କହୁଛନ୍ତି । ଆଉ ଏହି ସବୁରୁ ଅନୁଭବ ହେଉଛି ଯେ ବର୍ତ୍ତମାନ ବିଜେପିର ବିଜୟ ନିଶ୍ଚିତ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+