ଧୀରଜଙ୍କ ଘରୁ ୩୫୧ କୋଟି ଜବତ ମାମଲାରେ ଆଇଟିର ଆସଲା ପ୍ରଥମ ବିବୃତ୍ତି, ଜାଣନ୍ତୁ କଣ କହିଲା ଆୟକର ବିଭାଗ
ଦିଲ୍ଲୀ:କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ବାସଭବନରେ ହୋଇଥିବା ଚଢ଼ାଉ ସମ୍ପର୍କରେ ଆୟକର ବିଭାଗ (ଆଇଟି) ଗୁରୁବାର (ଡିସେମ୍ବର ୨୧) ପ୍ରଥମ ଥର ପାଇଁ ଏକ ବିବୃତ୍ତି ଦେଇଛି । ଏହି ଆକ୍ରମଣରେ ୩୫୧ କୋଟିରୁ ଅଧିକ ଅଘୋଷିତ ନଗଦ ଜବତ କରାଯାଇଛି ବୋଲି ଆଇଟି କହିଛି । ଆୟକର ବିଭାଗ ତରଫରୁ ଆହୁରି କୁହଯୋଇଛି ଯେ, ଏହି ଚଢଉ ବେଳେ ୩୫୧ କୋଟି ଟଙ୍କା ବ୍ୟତୀତ ୨.୮୦ କୋଟି ରୁ ଅଧିକ ଟଙ୍କାର ଅଳଙ୍କାର ମଧ୍ୟ ଜବତ କରାଯାଇଛି ।
ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ୧୦ଟି ଜିଲ୍ଲାର ୩୦ରୁ ଅଧିକ କ୍ୟାମ୍ପସରେ ଆଇଟି ଅପରେସନ୍ ହୋଇଥିଲା । ଏହି ଗ୍ରୁପର ବ୍ୟବସାୟ ରାଞ୍ଚିର ଏକ ପରିବାର ଦ୍ୱାରା ନିୟନ୍ତ୍ରିତ ହୋଇଥାଏ ବୋଲି ଆଇଟି ପକ୍ଷରୁ କୁହଯାଇଛି । ଆଇଟି ରେଡ୍ ସମୟରେ ଡକ୍ୟୁମେଣ୍ଟ୍ ଏବଂ ଡିଜିଟାଲ୍ ତଥ୍ୟ ଆକାରରେ ବହୁ ସଂଖ୍ୟକ ଆପତ୍ତି ଜନକ ପ୍ରମାଣ ମିଳିଥିଲା ଏବଂ ତାହକୁ ଜବତ କରିଥିଲା ଆଇଟି ।

ଜବତ ହୋଇଥିବା ପ୍ରମାଣର ପ୍ରାରମ୍ଭିକ ବିଶ୍ଳେଷଣରେ ଦେଶୀ ମଦ ବିକ୍ରିର ରେକର୍ଡ, ଅଘୋଷିତ ନଗଦ ରସିଦ ଏବଂ ଅନାବଶ୍ୟକ ନଗଦର ଦିଆ ନିଆ ହୋଇଥିବା ରସିଦ ମିଳିଥିଲା । ଏହି ବ୍ୟବସାୟର ପରିଚାଳନା କରୁଥିବା ପ୍ରମୁଖ ଅଧିକାରୀମାନେ ସ୍ୱୀକାର କରିଛନ୍ତି ଯେ, ରେଡ ସମୟରେ ଜବତ ହୋଇଥିବା ଟଙ୍କା ଯାହାର ହିସାବ ନଥିଲା ସେମାନଙ୍କ ପାଖରେ । ଏହା ମଧ୍ୟ ପରିବାର ସଦସ୍ୟଙ୍କ ଦ୍ୱାରା ପ୍ରମାଣିତ ହୋଇଥିଲା ଯିଏ ବ୍ୟବସାୟରେ ସକ୍ରିୟ ଭାବରେ ଜଡିତ ଥିଲେ । ସର୍ଚ୍ଚ ଅପରେସନ୍ ସମୟରେ ପ୍ରକାଶିତ ତଥ୍ୟ ସୂଚିତ କରୁଛି ଯେ ଏହି ବ୍ୟବସାୟ ଗୋଷ୍ଟି ମଦ ବ୍ୟବସାୟରୁ ମିଳିଥିବା ଆୟକୁ ବହୁ ପରିମାଣରେ ଲୁଚାଇବାରେ ରହିଥିଲେ ବ୍ୟସ୍ତ ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications