ଦେଶର ପ୍ରଥମ ସୂର୍ଯ୍ୟ ଅଭିଯାନ: ଦିନ ୧୧ଟା ୫୦ରେ ଉତକ୍ଷେପଣ ହେବ ଆଦିତ୍ୟ ଏଲ୍-ୱାନ୍
Solar Mission Aditya-L1 Launch: ଆଜି ଲଞ୍ଚ୍ ହେବ ଭାରତର ପ୍ରଥମ ସୂର୍ଯ୍ୟ ଅଭିଯାନ । 11.50 ମିନିଟରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯିବ ଆଦିତ୍ୟ-L1 । ଏ ନେଇ ଇସ୍ରୋ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି ରିହର୍ସଲ ମଧ୍ୟ ହୋଇସାରିଛି । ବର୍ତ୍ତମାନ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି ।
ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟା ସ୍ଥିତ ସତୀଶ ଧାୱନ୍ ସ୍ପେଶ ସେଣ୍ଟରର 2 ନମ୍ବର ଲଞ୍ଚ ପ୍ୟାଡରୁ ମହାକାଶକୁ ଯିବ PSLV-XL କ୍ଲାସ୍ ରକେଟ୍ । ଉତକ୍ଷେପଣର ପ୍ରାୟ ଘଣ୍ଟାଏ ପରେ ଏହା ଆଦିତ୍ୟ-L1କୁ ଲୋ-ଆର୍ଥ ଅର୍ବିଟରେ ଅବସ୍ଥାପିତ କରିବ । ଭୂପୃଷ୍ଠରୁ ଅପେକ୍ଷାକୃତ ସ୍ୱଳ୍ପ ଉଚ୍ଚତା ବିଶିଷ୍ଟ ଏହି କକ୍ଷପଥରେ ଅବସ୍ଥାପିତା ହେବା ପରେ, ପୃଥିବୀକୁ ପ୍ରାୟ 4 ଥର ପରିକ୍ରମା କରି ନିଜର କକ୍ଷପଥକୁ ବିସ୍ତାର କରିବ ଦିତ୍ୟ-L1 ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ସୂର୍ଯ୍ୟ ପୃଥିବୀଠାରୁ ପ୍ରାୟ 15 କୋଟି କିଲୋମିଟର ଦୂରରେ ରହିଛି । ତେବେ ଏହାର ଶହେ ଭାଗରୁ 1 ଭାଗ ଦୂରତା ଅତିକ୍ରମ କରିବ ଆଦିତ୍ୟ-L1 । ତେବେ ପୃଥିବୀଠାରୁ 15 ଲକ୍ଷ କିଲୋମିଟର ଦୂରରେ ରହି ସୂର୍ଯ୍ୟଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଆଦିତ୍ୟ-L1 । ତେବେ ସନ୍ ସିଷ୍ଟମର ପ୍ରଥମ ଲଗରାଞ୍ଜିଆନ୍ ପଏଣ୍ଟ ବା ଏଲ୍-1ର ଏକ ହାଲୋ ଅର୍ବିଟରେ ଅବସ୍ଥାପିତ ହେବ । ସେଠାରୁ ଯିବା ପାଇଁ ପ୍ରାୟ 4 ମାସର ସମୟ ଲାଗିବ ବୋଲି ସୂଚନା ରହିଛି । ଇସ୍ରୋ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପୃଥିବୀ ଓ ସୂର୍ଯ୍ୟର ଚୁମ୍ବକୀୟ ଶକ୍ତି ଏହି ସ୍ଥାନରେ ପ୍ରାୟତଃ ସମାନ । ସେହି ସ୍ଥାନରେ ପରାଗ ଓ ଏବଂ କୌଣସି ଗ୍ରହଣର ପ୍ରଭାବ ପଡୁନଥିବାରୁ ସୂର୍ଯ୍ୟର ଉପରେ ଗବେଷଣା କରାଯାଇ ପାରିବ ।
ଶୁକ୍ରବାର ଦିନ, ISRO ମୁଖ୍ୟ ଏସ୍ ସୋମନାଥ କହିଛନ୍ତି, ଆଦିତ୍ୟ L1 ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି ଏବଂ ଏହା ସକାଳ 11.50ରେ ଲଞ୍ଚ୍ ହେବ । ଆଦିତ୍ୟ-L1 ପଏଣ୍ଟରେ ପହଞ୍ଚିବାକୁ ଆଉ 125 ଦିନ ଲାଗିବ । ଏହା ଏକ ଗୁରୁତ୍ୱପୂର୍ଣ୍ଣ ମିଶନ ।
-
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
କ୍ଷେପଣାସ୍ତ୍ର ମାଡ଼ରେ ଗୋଡ଼ ହରାଇଲେ ଇରାନର ନୂଆ ସୁପ୍ରିମ ଲିଡର୍ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ପୁଣି ଖସିଲା ସୁନା-ରୂପା ରେଟ୍ -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର












Click it and Unblock the Notifications