ନୂତନ ବର୍ଷର ପ୍ରଥମ ମିଶନ: ଆସନ୍ତା ୧୨ରେ ଇସ୍ରୋ ଉତ୍କ୍ଷେପଣ କରିବ PSLV C-62
ଭାରତୀୟ ମହକାଶ ଅନୁସନ୍ଧାନ ସଂଗଠନ-ଇସ୍ରୋ ଆସନ୍ତା ୧୨ ତାରିଖରେ PSLV C-62 ଉପଗ୍ରହ ଉତ୍କ୍ଷେପଣ କରିବ । ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଇସ୍ରୋ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶଧାବନ ମହାକାଶ କେନ୍ଦ୍ରରୁ ସକାଳ ୧୦ଟା ୧୭ ମିନିଟ୍ ସମୟରେ ଏହି ଉପଗ୍ରହ ଉତ୍କ୍ଷେପଣ କରାଯିବ ।

ଏଥିରେ ଭୂ-ନିରୀକ୍ଷଣ ଉପଗ୍ରହ EOS N-1 ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନର ବିଭିନ୍ନ ରଣନୈତିକ କାର୍ଯ୍ୟ ନିମନ୍ତେ ସହାୟକ ହେବ ବୋଲି ଜଣାପଡ଼ିଛି । ଏହି ଅଭିଯାନରେ ୧୮ଟି ଦେଶୀୟ ଏବଂ ବିଦେଶୀ ଉପଗ୍ରହ ମଧ୍ୟ ଉତ୍କ୍ଷେପଣ କରାଯିବ ।












Click it and Unblock the Notifications