ଭାରତର GSAT-20କୁ ଲଞ୍ଚ କଲା ସ୍ପେସ୍‌ ଏକ୍ସ

ନୂଆଦିଲ୍ଲୀ: ପ୍ରତିଷ୍ଠିତ ଉଦ୍ୟୋଗପତି ଏଲୋନ୍ ମସ୍କଙ୍କ ମାଲିକାନାରେ ଥିବା ସ୍ପେଶ୍‌ ଏକ୍ଦ ଫାଲ୍‌କନ୍‌ ୯ର ସହଯୋଗରେ ଭାରତର ସବୁଠାରୁ ଉନ୍ନତ ଯୋଗାଯୋଗ ଉପଗ୍ରହ ମଙ୍ଗଳବାର ମହାକାଶକୁ ଉତକ୍ଷେପଣ କରାଯାଇଛି। ଏହି ଉପଗ୍ରହ ଆମେରିକାର ଫ୍ଲୋରିଡାସ୍ଥିତ କେପ କାନଭେରାଲରୁ ଉତକ୍ଷେପଣ କରାଯାଇଥିଲା।

ମଙ୍ଗଳବାର ମଧ୍ୟରାତ୍ରିରେ, ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) ର ଅତ୍ୟାଧୁନିକ ଯୋଗାଯୋଗ ଉପଗ୍ରହ GSAT-20 (GSAT N-2), ଏଲୋନ୍ ମସ୍କଙ୍କ ସ୍ପେସ୍ ଏକ୍ସର ଫାଲକନ୍ ୯ ରକେଟ ମାଧ୍ୟମରେ ଏହାର ୩୯୬ ତମ ଉଡ଼ାଣ ଭରିଥିଲା। ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) ର ବାଣିଜ୍ୟିକ ଶାଖା ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ୍‌ର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ରାଧାକୃଷ୍ଣନ୍ ଦୁରାଇରାଜ କହିଛନ୍ତି ଯେ ଏହି ଉତକ୍ଷେପଣ ସଫଳ ହୋଇଛି।

ଏହି ସାଟେଲାଇଟ୍‌ ଥରେ କାର୍ଯ୍ୟକ୍ଷମ ହେଲେ ସମଗ୍ର ଦେଶରେ ଗୁରୁତ୍ୱପୂର୍ଣ୍ଣ ସେବା ଯୋଗାଇବ। ଯାହାଫଳରେ ଆଗକୁ ଲୋକେ ବିମାନ ମଧ୍ୟରେ ଓ ଦୁର୍ଗମ ଅଞ୍ଚଳରେ ଇଣ୍ଟର୍‌ନେଟ୍‌ ସେବା ପାଇପାରିବେ। ଏହାକୁ ଭାରତୀୟ ବାୟୁସେନାରେ ବି ଅନୁମତି ମିଳିଯାଇଛି। ଜିଏସ୍‌ଏଟି-ଏନ୍‌୨ ନାମରେ ମଧ୍ୟ ଏହି ସାଟେଲାଇଟ୍‌ ପରିଚିତ। ଏହାକୁ ୩୨ଟି ୟୁଜର୍ ବିମ୍ ସହିତ ସଜାଯାଇଛି, ଯେଉଁଥିରେ ଆଠଟି ସଂକୀର୍ଣ୍ଣ ସ୍ପଟ୍ ବିମ୍ ଏବଂ ୨୪ ଟି ଚଉଡା ସ୍ପଟ୍ ବିମ୍ ଅଛି। ଯାହା ସମଗ୍ର ଭାରତରେ ଅବସ୍ଥିତ ହବ୍ ଷ୍ଟେସନ୍ ଦ୍ୱାରା ସମର୍ଥିତ ହେବ।

space x

ସରକାରଙ୍କ ଦ୍ୱାରା ପରିଚାଳିତ ଇସ୍ରୋର ଏକ ବାଣିଜ୍ୟିକ ବିଭାଗ ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ୍ (ଏନ୍‌ଏସ୍‌ଆଇଏଲ୍‌) ଏହି ବର୍ଷ ଜାନୁଆରି ୩ ତାରିଖରେ ଏଲୋନ୍ ମସ୍କଙ୍କ ସ୍ପେସ୍ ଏକ୍ସ ସହିତ ପ୍ରଥମ ଥର ପାଇଁ ସହଯୋଗ ଘୋଷଣା କରିଥିଲା। ଖବର ଅନୁଯାୟୀ ଭାରତ ୪୩୦ରୁ ଅଧିକ ବିଦେଶୀ ସାଟେଲଇଟ୍‌ ଉତକ୍ଷେପଣ କରିଥିଲା, କିନ୍ତୁ ଏହି ସାଟେଲାଇଟ୍‌ ମହାକାଶକୁ ଆଣିବା ପାଇଁ ଏକ ଭାରତୀୟ ଉତକ୍ଷେପଣ ଯାନ ପାଇଁ ଅତ୍ୟଧିକ ଭାରୀ ଥିଲା। ଏହି କାରଣରୁ ସ୍ପେସ୍ ଏକ୍ସ ସହିତ ଇସ୍ରୋର ସହଭାଗିତା ‌ଲୋଡା ପଡ଼ିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+