ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନକୁ ବଡ଼ ସଫଳତା,ଭବିଷ୍ୟତର ସାଟେଲାଇଟ୍ ପାଇଁ ପ୍ଲାଜମା ଥ୍ରଷ୍ଟରର ସଫଳ ପରୀକ୍ଷଣ

ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ ରଚିଲା ଇତିହାସ। ସଞ୍ଚାର ଦୁନିଆରେ ଆଣିଲା କ୍ରାନ୍ତି। ଭବିଷ୍ୟତର ସାଟେଲାଇଟ୍ ଫାଇଁ କଲା ବଡ଼ ପରୀକ୍ଷଣ। ୨୦୦୦ କିଲୋନ୍ୟୁଟନ ଥ୍ରଷ୍ଟର କ୍ଷମତା ଥିବା ସେମି କ୍ରାୟୋଜନକି ଇଞ୍ଜିନର ପରୀକ୍ଷଣ ସଫଳ। ଏହାଦ୍ବାରା LVMB3 ରକେଟ ଲଞ୍ଚ କରିବାକୁ ମିଳିବ ନୂତନ ଶକ୍ତି। ଇସ୍ରୋର ମହାକାଶ ଅଭିଯାନକୁ ମିଳିଲା ନୂଆ ବେଗ। ସେମି-କ୍ରାୟୋଜନିକ ଇଞ୍ଜିନ ବିକାଶ କ୍ଷେତ୍ରରେ ହାସଲ କଲା ବଡ଼ ଉପଲବ୍ଧି। ୩୦୦ ମିଲି ନ୍ୟୁଟନ୍‌ର ପ୍ଳାଜମା ଥ୍ରଷ୍ଟରରେ ଏକ ହଜାର ଘଣ୍ଟାର ପରୀକ୍ଷଣ ଶେଷ କରିଛି।

ଏହି ଇଞ୍ଜିନ ତରଳ ଅକ୍ସିଜେନ୍ ଓ କିରୋସିନ ଇନ୍ଧନର ମିଶ୍ରଣରେ ସଞ୍ଚାଳିତ ହୋଇଥାଏ। ଯାହାକି ପାରମ୍ପାରିକ କ୍ରାୟୋଜନକି ଇଞ୍ଜିନ ତୁଳନାରେ ଅଧିକ କୁଶଳ ଓ ପରିବେଶ ଉପଯୋଗୀ। ଗତକାଲି ତାଲିନାଡୁର ମହେନ୍ଦ୍ରଗିରି ସ୍ଥିତି ଇସ୍ରୋ ପ୍ରୋପୋଲେସନ୍ କମ୍ପଲେକ୍ସରେ ହୋଇଥିଲା ପରୀକ୍ଷଣ। ଏଥିରେ ଇଞ୍ଜିନର ପାଓ୍ବାର ହେଡ୍ ଟେଷ୍ଟ ଆର୍ଟିକିଲର ସଫଳ 'ହଟ୍‌ ଟେଷ୍ଟ' ହୋଇଥିଲା।

isro

ପରୀକ୍ଷଣ ବେଳେ ଇଞ୍ଜିନର ପ୍ରି-ବର୍ଣ୍ଣନ, ଟର୍ବୋ ପମ୍ପ, ଷ୍ଟାର୍ଟ ସିଷ୍ଟମ୍ ଓ ଅନ୍ୟ ନିୟନ୍ତ୍ରଣ ପ୍ରଣାଳିକୁ ଯାଞ୍ଚ କରାଯାଇଥିଲା, ଯାହାକି ସମ୍ପୂର୍ଣ୍ଣ ସଫଳ ରହିଥିଲା। ଏହି ଇଞ୍ଜିନର ବିକାଶ ଦ୍ବାରା ଭାରତର ସବୁଠାରୁ ଶକ୍ତିଶାଳି ରକେଟ୍ LVMB3ର ପେଲୋଡ କ୍ଷମତାରେ ବୃଦ୍ଧି ହେବ। ଏହି ଇଞ୍ଜିନରୁ LVMB3 ଭବିଷ୍ୟତରେ ଅଧିକ ଭାରତ ନେଇ ଉଡାଣ ଭରି ପାରିବ।

ଯାହାଫଳରେ ସଫଳତାର ଶିଖରରେ ପହଁଞ୍ଚିପାରିବ ଇସ୍ରୋର ମହାକାଶ ମିଶନ। ଇସ୍ରୋ କହିଛି, ପରୀକ୍ଷଣ ବେଳେ ଥ୍ରଷ୍ଟରର ପୁରା କ୍ଷମତା ୫.୪ କିଲୋଓ୍ବାଟ ବ୍ୟବହାର ହୋଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+