ISRO କୁ ବଡ଼ ସଫଳତା , ମହାକାଶରେ ଝୁଡ଼ଙ୍ଗ ମଞ୍ଜିରୁ ବାହାରିଲା ଗଜା

ସାରା ବିଶ୍ୱ ଯେଉଁ ବିଷୟ ନେଇ ଅପେକ୍ଷା କରିଥିଲା, ତାହା ଭାରତୀୟ ମହାକାଶ ଗବେଷଣା ସଂଗଠନ - ଇସ୍ରୋ ସଫଳ କରି ଦେଖାଇଛି। ମହାକାଶରେ ଗଜା ହୋଇଛି ମଞ୍ଜି। ଅତି କମ୍‌ ମାଧ୍ୟାକର୍ଷଣରେ ମଞ୍ଜିରୁ ଗଛ ତିଆରି କରିବା ଲାଗି ଇସ୍ରୋର ଗବେଷଣା କେତେକାଂଶରେ ସଫଳ ହୋଇଛି । ମହାକାଶରେ ଗଛ କିଭଳି ବଢ଼େ ସେନେଇ ବୈଜ୍ଞାନିକଙ୍କୁ ଆହୁରି ତଥ୍ୟ ମିଳିପାରିବ ।

ମହାକାଶରେ ଝୁଡ଼ଙ୍ଗ ମଞ୍ଜିର ଅଙ୍କୁରୋଦଗମ ନେଇ ଇସ୍ରୋ ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି । ଏକ୍ସରେ ଇସ୍ରୋ ପକ୍ଷରୁ ଲେଖାଯାଇଛି,ସ୍ପେସରେ ଜୀବନର ଆରମ୍ଭ ! VSSC ର CROPS ପ୍ରୟୋଗ PSLV-C60 POEM-4 ଉପରେ ସଫଳତା ପାଇଛି । ଚାରି ଦିନରେ ଝୁଡ଼ଙ୍ଗ ମଞ୍ଜିରେ ହୋଇଥିବା ଗଜା, ଖୁବଶୀଘ୍ର ପତ୍ର ଧରିବା ଆଶା କରାଯାଉଛି । ଝୁଡ଼ଙ୍ଗର ୮ଟି ମଞ୍ଜିକୁ ଏକ ନିୟନ୍ତ୍ରିତ ପରିବେଶରେ ଗଜା କରାଯାଇଛି ।

ISRO Sprouts Cowpea Seeds

ଏହି ପ୍ରକ୍ରିୟାରେ ଝୁଡୁଙ୍ଗର ୮ ମଞ୍ଜିକୁ ନିୟନ୍ତ୍ରିତ ପରିବେଶରେ ଲଗାଯାଇଛି । ଯେଉଁଥିରେ ସକ୍ରିୟ ଥର୍ମଲ ନିୟନ୍ତ୍ରଣ ରହିଛି । କ୍ଷୀଣ ଚୁମ୍ବକୀୟ ଶକ୍ତିରେ କିପରି ମଞ୍ଜିରୁ ଗଛ ବାହାରୁଛି, ତାର ଫଟୋ ଉଠାଯିବ ଏବଂ ଅମ୍ଳଜାନ, ଅଙ୍ଗାରକାମ୍ଳ, ଆର୍ଦ୍ରତା, ତାପମାତ୍ରା ଆଦି ମଧ୍ୟ ମପାଯିବ । ଏହା ଦ୍ୱାରା ସେହି ପରିସ୍ଥିତିକୁ ଅନୁସରଣ କରିବାରର ପ୍ରୟାସ କରାଯାଇଛି, ଯେଉଁଥିରେ ଗଛ ମହାକାଶ ଯାତ୍ରା ସମୟରେ ଯାଇପାରିବ । ଏହି ଉପଲବ୍ଧି ଭାରତର ମହାକାଶ ଜୀବବିଜ୍ଞାନ ଅନୁସାରେ ଏକ ବହୁତ ବଡ଼ ସଫଳତା । ମହାକାଶରେ ମଞ୍ଜି ଗଜା ହେବା ଭାରତର ଯୋଗ୍ୟତାକୁ ଦର୍ଶାଉଛି ।

ଏହି ଝୁଡ଼ଙ୍ଗର ମଞ୍ଜିକୁ ସ୍ପେଡଏକ୍ସ ମିଶନ ସହ ୩୦ ଡିସେମ୍ବରରେ PSLV C 60 ରକେଟରେ ପଠାଯାଇଥିଲା । ଏହି ମିଶନରେ ବ୍ୟବହୃତ PSLV-C60 ରକେଟ୍ର ଚତୁର୍ଥ ଷ୍ଟେଜରେ ପଠାଯାଇଛି ମୋଟ୍ ୨୪ଟି ପେଲୋଡ୍ ବା ଯନ୍ତ୍ର । ଏହାକୁ PS4 ଅର୍ବିଟାଲ୍ ଏକ୍ସପେରିମେଣ୍ଟ ମଡ୍ୟୁଲ୍ ବା ପଏମ୍-4 ବୋଲି କୁହାଯାଉଛି । ୨୪ଟି ପେଲୋଡ୍‌ରୁ ୧୪ଟି ଇସ୍ରୋ ତିଆରି କରିଥିବା ବେଳେ, ୧୦ଟି ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଘରୋଇ ଷ୍ଟାର୍ଟଅପ୍ ଦ୍ବାରା ତିଆରି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+