ISRO Solar Mission Aditya L-1: ସେପ୍ଟେମ୍ବର ମାସ ଏହି ତାରିଖରେ ଲଞ୍ଚ ହେବ 'ସୂର୍ଯ୍ୟ ମିଶନ'

ଭାରତର ସୂର୍ଯ୍ୟ ମିଶନ 'ଆଦିତ୍ୟ-ଏଲ-୧: ଭାରତର 'ମିଶନ୍ ଚନ୍ଦ୍ର' 'ଚନ୍ଦ୍ରଯାନ-3'କୁ ମିଳିଛି ସଫଳତା । ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଚନ୍ଦ୍ରଯାନ -3କୁ ଚନ୍ଦ୍ରର ଦକ୍ଷିଣ ପୋଲରେ ସଫଳତାର ସହ ଅବତରଣ କରି ଇତିହାସ ସୃଷ୍ଟି କରିଛି । ଏହା ପରେ, 'ISRO Mission Aditya L1' ଅଧୀନରେ ସୂର୍ଯ୍ୟଙ୍କ ନିକଟରେ ପହଞ୍ଚିବାକୁ ଆରମ୍ଭ କରିଦେଇଛି ପ୍ରସ୍ତୁତି । ସେପ୍ଟେମ୍ବର 2ରେ, ISRO PSLV ରକେଟ୍ ମାଧ୍ୟମରେ ସତୀଶ ଧାୱନ ସ୍ପେସ୍ ସେଣ୍ଟର SHAR (SDSC SHAR) ଶ୍ରୀହାରିକୋଟା ଠାରୁ ଆଦିତ୍ୟ- L1 ଲଞ୍ଚ କରିବା ନେଇ ସୂଚନା ରହିଛି ।

ISROର 'ଆଦିତ୍ୟ L1' ମିଶନ୍ ହେଉଛି ଭାରତୀୟ ସ୍ପେସ୍ ଏଜେନ୍ସିର ସବୁଠାରୁ କଷ୍ଟକର ମିଶନ୍ । ISRO ମୁଖ୍ୟ ଏସ ସୋମନାଥ ମଧ୍ୟ କହିଛନ୍ତି ଯେ ଭାରତ ବର୍ତ୍ତମାନ ସୂର୍ଯ୍ୟଙ୍କ ଉପରେ ରିସର୍ଚ କରୁଛି । ସେ କହିଛନ୍ତି, "ଗତ କିଛି ମାସ ହେବ ମହାକାଶ ଏଜେନ୍ସିର ଧ୍ୟାନ ଚନ୍ଦ୍ରଯାନ-3 ଉପରେ ଥିଲା ଏଥିସହିତ ସମାନ ସମୟରେ ISRO ଅନ୍ୟାନ୍ୟ ପ୍ରୋଜେକ୍ଟରେ ମଧ୍ୟ କାମ କରୁଛି ଯାହା ଆସନ୍ତା ମାସରେ ଉଡ଼ିବାକୁ ପ୍ରସ୍ତୁତ ହେଉଛି ।

 Solar Mission Aditya L

ଏସ ସୋମନାଥ ଆହୁରି କହିଛନ୍ତି, ଚନ୍ଦ୍ରର ଐତିହାସିକ ସଫଳତା ପରେ ଭାରତ ଆସନ୍ତା ତିନି ମାସ ମଧ୍ୟରେ ଆଦିତ୍ୟ L1 ଏବଂ ଗଗନୟାନ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ମିଶନ ଆରମ୍ଭ କରିବାକୁ ଯାଉଛି। ସେ କହିଛନ୍ତି, "ଆମର ଅନେକ ବଡ଼ ବଡ଼ ମିଶନ ରହିଛି । ଚନ୍ଦ୍ରଯାନ -3 ପରେ ଆମେ ଆଦିତ୍ୟ L1 ଲଞ୍ଚ କରିବାକୁ ଯାଉଛୁ। ସେହିପରି ଗଗନୟାନ ମିଶନ ପାଇଁ ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ କ୍ର୍ୟୁ ମଡ୍ୟୁଲ ଏବଂ କ୍ର୍ୟୁ ଏସକେପ୍ ପ୍ରଦର୍ଶନ ପାଇଁ କାର୍ଯ୍ୟ ଚାଲିଛି ବୋଲି କହିଛନ୍ତି ଇସ୍ରୋ ଅଧ୍ୟକ୍ଷ ।

ଆଦିତ୍ୟ L1 ବିଷୟରେ ସୂଚନା ଦେଇ ISRO ମୁଖ୍ୟ କହିଛନ୍ତି, "ଏହା ହେଉଛି ଭାରତର ପ୍ରଥମ ସୂର୍ଯ୍ୟ ମିଶନ ଯାହା ସୂର୍ଯ୍ୟକୁ ଅନୁସନ୍ଧାନ ପାଇଁ ପଠାଯିବ । ସେପ୍ଟେମ୍ବର ଆରମ୍ଭରେ ଏହି ମହାକାଶଯାନ ଉତକ୍ଷେପଣ ପାଇଁ ପ୍ରସ୍ତୁତି ଚାଲିଛି। ଏହି ପ୍ରକଳ୍ପ ଏକତ୍ରିତ ହୋଇ ଶ୍ରୀହାରିକୋଟା ଲଞ୍ଚ ସେଣ୍ଟରକୁ ସ୍ଥାନାନ୍ତରିତ ହୋଇଛି । ISRO ଅନୁଯାୟୀ, ଆଦିତ୍ୟ L1 ମହାକାଶଯାନରେ ସାତ ପ୍ରକାରର ବୌଜ୍ଞାନିକ ପେଲୋଡ୍ ରହିବ । ସେମାନେ ସୂର୍ଯ୍ୟଙ୍କୁ ବିଭିନ୍ନ ଉପାୟରେ ଅଧ୍ୟୟନ କରିବେ । ଏହି ଯାନ ପ୍ରାୟ 5 ବର୍ଷ ପର୍ଯ୍ୟନ୍ତ ସୂର୍ଯ୍ୟର ଅନୁସନ୍ଧାନ କରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+