ଭାରତର ସୂର୍ଯ୍ୟ ମିଶନ 'ଆଦିତ୍ୟ-ଏଲ-୧: ସେପ୍ଟେମ୍ବର ପ୍ରଥମ ସପ୍ତାହରେ ହେବ ଲଞ୍ଚ, ଚନ୍ଦ୍ର ପରେ ଏବେ ସୂର୍ଯ୍ୟ ପାଳି

ଚନ୍ଦ୍ର ପରେ ସୂର୍ଯ୍ୟ ପାଳି । ଭାରତ ପୁଣି ରଚିବ ନୂଆ ଇତିହାସ । ଚନ୍ଦ୍ରଯାନ ୩ ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପରେ ଏବେ ସୂର୍ଯ୍ୟକୁ ଯିବାର ପାଳି । ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ ପରେ ଏବେ ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ)ଙ୍କ ନଜର ସୌର ମିସନ ଉପରେ ।

ସେପ୍ଟେମ୍ବର ୨ରେ ଭାରତ ଆରମ୍ଭ କରିବ ତାର ସୂର୍ଯ୍ୟ ମିଶନ । ସୂର୍ଯ୍ୟଙ୍କ ଅଧ୍ୟୟନ ନିମନ୍ତେ ସେପ୍ଟେମ୍ବର ୨ ତାରିଖ ଦିନ ଆଦିତ୍ୟ ଏଲ-୧କୁ ମହାକାଶ ପଠାଇବା ପାଇଁ ଇସ୍ରୋ ପ୍ରସ୍ତୁତି ଆରମ୍ଭ କରିଛି । ଆଦିତ୍ୟ ଏଲ-୧ ମହାକାଶ ଯାନକୁ ସୋଲାର କରୋନା (ସୂର୍ଯ୍ୟଙ୍କ ସବୁଠୁ ବାହ୍ୟ ଭାଗ)ର ରିମୋଟ ଅବଜର୍ଭେସନ ଓ ଏଲ-୧ (ସୂର୍ଯ୍ୟ-ପୃଥିବୀ ଲଙ୍ଗ ରେଞ୍ଜ ପଏଣ୍ଟ)ରେ ସୌର ବାୟୁର ପର୍ଯ୍ୟବେକ୍ଷଣ କରାଯିବ।

ଚନ୍ଦ୍ରୟାନ 3 ର ସଫଳତା ପରେ ISRO ବର୍ତ୍ତମାନ ଏହାର ସୂର୍ଯ୍ୟ ମିଶନ ଆଡକୁ ଗତି କରୁଛି । ISRO ମୁଖ୍ୟ ଏସ ସୋମନାଥ ଶନିବାର ଦିନ କହିଛନ୍ତି ଯେ ଭାରତର ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ-୧ ସମ୍ପୂର୍ଣ୍ଣ ପ୍ରସ୍ତୁତ । ସୂର୍ଯ୍ୟଙ୍କ ବିଷୟରେ ଜାଣିବା ପାଇଁ ଏହା ଭାରତର ସ୍ପେଶମିଶନ ହେବ । ଆଦିତ୍ୟ ଏଲ-୧ ମିଶନର ଲକ୍ଷ୍ୟ ଅର୍ବିଟର ଚାରି ପାଖରୁ ସୂର୍ଯ୍ୟଙ୍କୁ ଅନୁଧ୍ୟାନ କରିବା । ଏହି ସ୍ପେଶ କ୍ରାପ୍ଟ ୭ଟି ପେଲୋଡ ନେଇ ଯିବ ।

Aditya L1 Mission

ISRO ମୁଖ୍ୟ କହିଛନ୍ତି ଯେ ଆଦିତ୍ୟ ଏଲ-୧ ପ୍ରସ୍ତୁତ, ଏହା ଶ୍ରୀହାରିକୋଟା ଠାରେ ପହଞ୍ଚିଛି, ଏହା PSLV ସହିତ ସଂଯୁକ୍ତ ହୋଇଛି । ISRO ଏବଂ ଦେଶର ପରବର୍ତ୍ତୀ ଲକ୍ଷ୍ୟ ହେଉଛି ଏହାକୁ ଆରମ୍ଭ କରିବ । ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଏହା ଆରମ୍ଭ ହେବ ।

ଉନ୍ମୋଚନ ପରେ, ଏହା ଇଲିପଟିକାଲ୍ କକ୍ଷପଥକୁ ଯିବ, ଏହା ପରେ ଏହା L1 ପଏଣ୍ଟକୁ ଯାତ୍ରା କରିବ, ଯାହା ପ୍ରାୟ 120 ଦିନ ହେବ ।ସୂଚନାଯୋଗ୍ୟ ଯେ ସୂର୍ଯ୍ୟଙ୍କୁ ଅଧ୍ୟୟନ କରିବା ପାଇଁ ଏହା ହେଉଛି ଭାରତର ପ୍ରଥମ ମହାକାଶ ମିଶନ । ପୃଥିବୀଠାରୁ ସୂର୍ଯ୍ୟ ପ୍ରାୟ 1.5 ମିଲିୟନ୍ କିଲୋମିଟର ଦୂରରେ ଅଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+