Get Updates
Get notified of breaking news, exclusive insights, and must-see stories!

ISRO Solar Mission Aditya L-1: ସେପ୍ଟେମ୍ବର ୨ରେ ମିଶନ ସୂର୍ଯ୍ୟ, ଦିନ ୧୧ ଟା ୫୦ରେ ଲଞ୍ଚ ହେବ ଆଦିତ୍ୟ-L1

ଭାରତର ସୂର୍ଯ୍ୟ ମିଶନ 'ଆଦିତ୍ୟ-ଏଲ-୧: ଚନ୍ଦ୍ର ପରେ ଏବେ ସୂର୍ଯ୍ୟ ମିଶନ । ସେପ୍ଟେମ୍ବର ୨ ତାରିଖ ଦିନ ୧୧ଟା ୫୦ରେ ଲଞ୍ଚ ହେବ ଆଦିତ୍ୟ-L1 । ଚନ୍ଦ୍ରୟାନଠାରୁ ୪ ଗୁଣା ଅଧିକ ମିଶନ୍ ଆଦିତ୍ୟ । ଏହା ଭାରତର ପ୍ରଥମ ସୂର୍ଯ୍ୟ ମିଶନ ଏବଂ ଇସ୍ରୋର ବହୁ ପ୍ରତିକ୍ଷିତ ମିଶନ୍ । ଏହା PSLV-C57 ଜରିଆରେ ଲଞ୍ଚ କରାଯିବ । ଏନେଇ ଇସ୍ରୋ ପକ୍ଷରୁ ସୂଚନା ଜାରି କରାଯାଇଛି ।

Solar Mission Aditya L-1

ପୃଥିବୀରୁ ୧.୫ ମିଲିୟନ୍ କିଲୋମିଟର ଦୂରରେ ରହି ସୂର୍ଯ୍ୟ ଉପରେ ଗବେଷଣା କରିବ । ସୂର୍ଯ୍ୟର ଅତି ବାଇଗେଣି ରଶ୍ମିକୁ ନେଇ ତଥ୍ୟ ସଂଗ୍ରହ କରିବ ମହାକାଶ ଯାନ- ଆଦିତ୍ୟ ଏଲ୍-ୱାନ୍ । ସୂଚନାଥାଉ ଯେ, ଅଗଷ୍ଟ ୨୬ ତାରିଖ ୨୬ ସେପ୍ଟେମ୍ବପ ୨ତାରିଖରେ ସୂର୍ଯ୍ୟ ମିଶନ ଆଦିତ୍ୟ L-1 ଲଞ୍ଚ ହେବା ନେଇ ଘୋଷଣା କରାଯାଇଥିଲା । ହେଲେ ସମୟ ଧାର୍ଯ୍ୟ କରାଯାଇ ନଥିଲା ।

ଆଦିତ୍ୟ ଏଲ-୧ ମହାକାଶ ଯାନକୁ ସୋଲାର କରୋନା (ସୂର୍ଯ୍ୟଙ୍କ ସବୁଠୁ ବାହ୍ୟ ଭାଗ)ର ରିମୋଟ ଅବଜର୍ଭେସନ ଓ ଏଲ-୧ (ସୂର୍ଯ୍ୟ-ପୃଥିବୀ ଲଙ୍ଗ ରେଞ୍ଜ ପଏଣ୍ଟ)ରେ ସୌର ବାୟୁର ପର୍ଯ୍ୟବେକ୍ଷଣ କରାଯିବ।

ଚନ୍ଦ୍ରୟାନ 3 ର ସଫଳତା ପରେ ISRO ବର୍ତ୍ତମାନ ଏହାର ସୂର୍ଯ୍ୟ ମିଶନ ଆଡକୁ ଗତି କରୁଛି । ISRO ମୁଖ୍ୟ ଏସ ସୋମନାଥ ଶନିବାର ଦିନ କହିଛନ୍ତି ଯେ ଭାରତର ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ-୧ ସମ୍ପୂର୍ଣ୍ଣ ପ୍ରସ୍ତୁତ । ସୂର୍ଯ୍ୟଙ୍କ ବିଷୟରେ ଜାଣିବା ପାଇଁ ଏହା ଭାରତର ସ୍ପେଶମିଶନ ହେବ । ଆଦିତ୍ୟ ଏଲ-୧ ମିଶନର ଲକ୍ଷ୍ୟ ଅର୍ବିଟର ଚାରି ପାଖରୁ ସୂର୍ଯ୍ୟଙ୍କୁ ଅନୁଧ୍ୟାନ କରିବା । ଏହି ସ୍ପେଶ କ୍ରାପ୍ଟ ।

ISRO ମୁଖ୍ୟ କହିଛନ୍ତି ଯେ, ଆଦିତ୍ୟ ଏଲ-୧ ପ୍ରସ୍ତୁତ, ଏହା ଶ୍ରୀହାରିକୋଟା ଠାରେ ପହଞ୍ଚିଛି, ଏହା PSLV ସହିତ ସଂଯୁକ୍ତ ହୋଇଛି । ISRO ଏବଂ ଦେଶର ପରବର୍ତ୍ତୀ ଲକ୍ଷ୍ୟ ହେଉଛି ଏହାକୁ ଆରମ୍ଭ କରିବ । ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଏହା ଆରମ୍ଭ ହେବ ।

ଉନ୍ମୋଚନ ପରେ, ଏହା ଇଲିପଟିକାଲ୍ କକ୍ଷପଥକୁ ଯିବ, ଏହା ପରେ ଏହା L1 ପଏଣ୍ଟକୁ ଯାତ୍ରା କରିବ, ଯାହା ପ୍ରାୟ 120 ଦିନ ହେବ ।ସୂଚନାଯୋଗ୍ୟ ଯେ ସୂର୍ଯ୍ୟଙ୍କୁ ଅଧ୍ୟୟନ କରିବା ପାଇଁ ଏହା ହେଉଛି ଭାରତର ପ୍ରଥମ ମହାକାଶ ମିଶନ । ପୃଥିବୀଠାରୁ ସୂର୍ଯ୍ୟ ପ୍ରାୟ 1.5 ମିଲିୟନ୍ କିଲୋମିଟର ଦୂରରେ ଅଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+