ମହାକାଶକୁ ରୋବଟ୍ ପଠାଇବ ଇସ୍ରୋ
ଦିଲ୍ଲୀ:ଚନ୍ଦ୍ରୟାନ-୩ ମିଶନର ବଡ଼ ସଫଳତା ପରେ ଭାରତୀୟ ମହାକାଶ ଏଜେନ୍ସି (ଇସ୍ରୋ)ନୂଆ ସୋପାନରେ ପହଁଞ୍ଚିବା ପାଇଁ ନିରନ୍ତର ପ୍ରୟାସ କରିଚାଲିଛି । । ସର୍ବପ୍ରଥମେ ଇସ୍ରୋ ସୂର୍ଯ୍ୟ ମିଶନ ପାଇଁ ଆଦିତ୍ୟ ଏଲ-୧ ଲଞ୍ଚ କରିଥିଲା । ଆଉ ବର୍ତ୍ତମାନ କଲା । ବର୍ତ୍ତମାନ ଇସ୍ରୋର ଧ୍ୟାନ ରହିଛି ମାନବ ମିଶନ ଗଗନୟାନ ଉପରେ । ଏହି ମିଶନ ଅଧୀନରେ ଏକ ମହାକାଶଯାନ ମହାକାଶକୁ ପଠାଯିବ, ଏହା ଭାରତର ପ୍ରଥମ ମାନବ ମିଶନ ପାଇଁ ରିହର୍ସଲ ଭାବରେ ପଠାଯାଉଛି । ଏହି ମିଶନ ପାଇଁ ଇସ୍ରୋ ଦୀର୍ଘ ସମୟ ଧରି କାର୍ଯ୍ୟ କରିଆସୁଛି ।

ଆଉ ଏହି ଏହି କ୍ରମରେ ଗଗନଯାନ ପ୍ରକଳ୍ପରେ ମାନବ ପ୍ରେରଣ କରିବା ପୂର୍ବରୁ ଭାରତ ମହାକାଶକୁ ମହିଳା ରୋବୋଟ୍ 'ବ୍ୟୋମମିତ୍ର' ପ୍ରେରଣ କରିବ ବୋଲି ବୁଧବାର ଦିନ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡର୍କ୍ଟ ଜିତେନ୍ଦ୍ର ସିଂହ କହିଛନ୍ତି । ସିଂହ କହିଛନ୍ତି, ମାନବ ଅଭିଯାନ ପୂର୍ବରୁ ଆସନ୍ତା ବର୍ଷ ପରୀକ୍ଷାମୂଳକ ଭାବେ ମହାକାଶକୁ ପଠାଯିବା ଲାଗି ନିଷ୍ପତ୍ତି ନିଆଯାଇଛି । ଏହାଛଡ଼ା, ଡର୍କ୍ଟ ସିଂହ ଆଗାମୀ 'ଡିପ୍ ସି ମିସନ୍' (ଗଭୀର ସମୁଦ୍ର ଅଭିଯାନ) ପ୍ରକଳ୍ପ ବିଷୟରେ କହିଛନ୍ତି ।
ସେ କହିଛନ୍ତି ଯେ, ଆଗାମୀ ୩ ବର୍ଷ ମଧ୍ୟରେ ଏହି ଅଭିଯାନ ସାକାର ହେବ । ଏହାଦ୍ୱାର ମହାଜାଗତିକ ସନ୍ଧାନ ଓ ଗଭୀର ସମୁଦ୍ର ଅନ୍ୱେଷଣ କ୍ଷେତ୍ରରେ ଭାରତ ସାମର୍ଥ୍ୟ ବୃଦ୍ଧି ପାଇବ । ଡକ୍ଟର ସିଂ ଆହୁରି କହିଛନ୍ତି ଯେ, ଭାରତର ମହାକାଶ କ୍ଷେତ୍ର ଦ୍ରୁତ ଅଭିବୃଦ୍ଧି ପଥରେ ଆଗକୁ ମାଡ଼ି ଚାଲିଛି । ଆଉ ଦେଶର ମହାକାଶ ଅର୍ଥନୀତିର ମୂଲ୍ୟ ବର୍ତ୍ତମାନ ହେଉଛି ୮ ବିଲିୟନ ଡ଼ଲାର । ଆଉ ୨୦୪୦ ସୁଦ୍ଧା ଏହା ୪୦ ବିଲିୟନ ଡ଼ଲାରରେ ପହଞ୍ଚିବ ବୋଲି ଆକଳନ କରାଯାଉଛି । ସ୍ପେସ୍ ଷ୍ଟାର୍ଟଅପ୍ ଗୁଡିକରେ ବେସରକାରୀ ପୁଞ୍ଚି ବିନିଯୋଗକାରୀଙ୍କୁ ଆକୃଷ୍ଟ କରିବାରେ ବଡ଼ ପଦକ୍ଷେପ ନେଇଛନ୍ତି । ଯାହାକି ଏହି ଆର୍ôଥକ ବର୍ଷ ଏପ୍ରିଲରୁ ସାମୂହିକ ଭାବେ ୧୦୦୦ କୋଟିରୁ ଅଧିକ ଟଙ୍କା ସଂଗ୍ରହ ହୋଇଛି ।
ଭାରତରେ ସ୍ପେସ୍ ଷ୍ଟାର୍ଟଅପ୍ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଦକ୍ଷେପକୁ ମନ୍ତ୍ରୀ ପ୍ରଶଂସା କରିଛନ୍ତି । ୨୦୧୪ ରେ ଦେଶରେ କବଳ ଗୋଟିଏ ଷ୍ଟାର୍ଟଅପ୍ ଥିଲା କିନ୍ତୁ ବର୍ତ୍ତମାନ ୧୯୦ ସ୍ପେସ୍ ଷ୍ଟାର୍ଟଅପ୍ ଦେଶରେ ରହିଛି । । ଉପଗ୍ରହ ଉତକ୍ଷେପଣ ମାଧ୍ୟମରେ ବିଦେଶୀ ରାଜସ୍ୱ ପାଇବାରେ ଭାରତର ପ୍ରମୁଖ ସ୍ପେସ୍ ଏଜେନ୍ସି ଇସ୍ରୋ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଆଜି ପର୍ଯ୍ୟନ୍ତ, ଏହା ୪୩୦ ରୁ ଅଧିକ ବିଦେଶୀ ଉପଗ୍ରହ ଉତକ୍ଷେପଣ କରି ବହୁ ଆୟ କରିଛି - ୟୁରୋପୀୟ ଉପଗ୍ରହରୁ ୨୯୦ ନିୟୁତ ୟୁରୋ ଏବଂ ଆମେରିକାର ଉପଗ୍ରହରୁ ୧୭୦ ମିଲିୟନ ଡଲାରରୁ ଅଧିକ ଆୟ କରିଛି ।












Click it and Unblock the Notifications