Get Updates
Get notified of breaking news, exclusive insights, and must-see stories!

ଇତିହାସ ରଚିଲାା ଇସ୍ରୋ, LVM3-M2ର ହେଲା ସଫଳ ପରୀକ୍ଷଣ

ଆଜି ଇସ୍ରୋ ଇତିହାସ ରଚିଛି। ସବୁଠୁ ଭାରି ଓଜନ LVM-3-M2/ଓ୍ଵାନଓ୍ଵେବ ଇଣ୍ଡିଆ-1ର ମିଶନ ସଫଳତା ସହ ପୂରା କରିଛି।

ଶ୍ରୀହରିକୋଟା: ଇତିହାସ ରଚିଲା ଭାରତୀୟ ମହାକାଶ ଗବେଷଣା ସଂଗଠନ । ସବୁଠୁ ଭାରି ଓଜନ LVM-3-M2/ଓ୍ଵାନଓ୍ଵେବ ଇଣ୍ଡିଆ-1ର ମିଶନ ସଫଳତା ସହିତ ପୂରା କରିଛି । ରାତ୍ର 12.7 ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାୱନ ମହାକାଶ କେନ୍ଦ୍ରରୁ LVM-3-M2 ଏକକାଳୀନ 36 ଉପଗ୍ରହର ଉତକ୍ଷେପଣ କରାଯାଇଛି। ବ୍ରିଟେନ୍ ସ୍ଥିତ ଗ୍ରାହକର ସମସ୍ତ ଏହି 36 ବ୍ରଡବ୍ୟାଣ୍ଡ ସଞ୍ଚାର ଉପଗ୍ରହକୁ ନିର୍ଦ୍ଧାରିତ କକ୍ଷପଥରେ ସଫଳତାର ସହ ସ୍ଥାପିତ କରାଯାଇଛି ।

ISRO

ପ୍ରାୟ 43.5 ମିଟର ଲମ୍ବ ରକେଟ୍‌ 36 ବ୍ରଡବ୍ୟାଣ୍ଡ ସଞ୍ଚାର ଉପଗ୍ରହକୁ ନେଇ ଉଡାଣ ଭରିଥିଲା। ଏହାର ଓଜନ 644 ଟନ୍। ଇସ୍ରୋର ଅଧ୍ୟକ୍ଷ ଏସ ସୋମନାଥ ରକେଟ୍ ଉତକ୍ଷେପଣ ସଫଳତା ପାଇଁ ଶନିବାର ସକାଳେ ତିରୁପତି ଜିଲ୍ଲାର ସୁଲ୍ଲୁରପେଟାର ଶ୍ରୀ ଚେଙ୍ଗଲମ୍ମା ପରମେଶ୍ବରୀ ଦେବୀ ମନ୍ଦିରରରେ ଏକ ସ୍ବତନ୍ତ୍ର ପୂଜା ମଧ୍ୟ କରାଯାଇଥିଲା ।


ଇସ୍ରୋ ଅଧ୍ୟକ୍ଷଙ୍କ କହିବା ଅନୁସାରେ, ଦୀପାବଳୀର ଗୋଟିଏ ଦିନ ପୂର୍ବରୁ ହିଁ ଆମେ ଏହି ଆଲୋକର ପର୍ବ ପାଳନ କରିଦେଇଛୁ । 36 ଉପଗ୍ରହ ମଧ୍ୟରୁ 16 ଉପଗ୍ରହ ପ୍ରଥମେ ସଫଳତାପୂର୍ବକ ନିଜ କକ୍ଷ ପଥରେ ସ୍ଥାପିତ ହୋଇଥିଲା। ପରେ ଅବଶିଷ୍ଟ 20 ଉପଗ୍ରହ ନିର୍ଦ୍ଧାରିତ କକ୍ଷରେ ସ୍ଥାପିତ ହୋଇଛି। ରକେଟ୍ LVM-3-M2ର ଏହା ପ୍ରଥମ ବ୍ୟବସାୟିକ ଉପଗ୍ରହ ପ୍ରକ୍ଷେପଣ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+