Get Updates
Get notified of breaking news, exclusive insights, and must-see stories!

ଆରପାରିରେ ଚନ୍ଦ୍ରଯାନ-୩’ ଲଞ୍ଚ୍‌ ବେଳେ ‘କାଉଣ୍ଟଡାଉନ୍‌’ କରିଥିବା ବୈଜ୍ଞାନିକ ଭଲରମଥି

ଚନ୍ଦ୍ରଯାନ-୩ ଲଞ୍ଚିଂ ହେଉଥିଲା। ଆଉ ସମସ୍ତ ଦେଶବାସୀଙ୍କ ନଜର ତା ଉପରେ ଥିଲା । ହେଲେ ତା ସହ କାନକୁ ଶୁଭା ଯାଇଥିଲା କାଉଣ୍ଟ ଡାଉନ୍ । ଦମଦାର ସ୍ୱରରେ ଜଣେ ମହିଳା କାଉଣ୍ଟଡାଉନ୍‌ କରୁଥିଲେ । ଆଉ ସେହି ସ୍ୱର ସମସ୍ତଙ୍କ ସ୍ପନ୍ଦନ ବଢ଼ାଇ ଦେଇଥିଲା ।

ହଠାତ୍ ଆରମ୍ଭ ହେଲେ କାଉଣ୍ଟଡାଉନ୍ । ୧୦, ୦୯ , ୦୮ ... । ଆଉ ଲଞ୍ଚ ହୋଇଥିଲା ଚନ୍ଦ୍ରଯାନ-୩ । ହେଲେ ସେ ମହିଳା ଜଣଙ୍କ ଆଜି ଆଉ ନାହାନ୍ତି । ତାଙ୍କ ସେ ସ୍ୱର୍ ନିରବି ଯାଉଛି । ସେ ଏବେ ଆରପାଟିରେ । ହେଲେ ତାଙ୍କର ସେହି ଡାକ ସବୁଦିନ ପାଇଁ ଭାରତୀୟଙ୍କ ହୃଦୟରେ ମନେ ରହିବ ।

ନିଜ ଦମଦାର ଭଏସ୍‌ରେ କାଉଣ୍ଟଡାଉନ୍‌ କରୁଥିବା ବୈଜ୍ଞାନିକ ଭଲରମଥିଙ୍କ ସ୍ୱର ଆଉ ଶୁଣିବାକୁ ମିଳିବନି । ହୃଦଘାତରେ ତାଙ୍କ ପରଲୋକ ହୋଇ ଯାଇଛି । ଶନିବାର ସନ୍ଧ୍ୟାରେ ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା । ପରେ ପରିବାର ଲୋକେ ତୁରନ୍ତ ତାଙ୍କୁ ହସ୍ପିଟାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିଲା।

valarmathi

ତାଙ୍କ ମୃତ୍ୟୁରେ ଇସ୍ରୋର ପୂର୍ବତନ ନିର୍ଦେଶକ ଡକ୍ଟର୍‌ ପି. ଭି. ବେଙ୍କିଟକୃଷ୍ଣ 'ଏକ୍ସ୍‌' (ଟୁଇଟ) ରେ ଲେଖିଛନ୍ତି: ଶ୍ରୀହରିକୋଟାରୁ 'ଇସ୍ରୋ'ର ଆଗାମୀ ଅଭିଯାନର 'କାଉଣ୍ଟ୍‌ଡାଉନ୍‌' ଲାଗି ଭଲରମଥିଙ୍କ ଙ୍କ କଣ୍ଠସ୍ବର ନ ଥିବ। ଚନ୍ଦ୍ରଯାନ-୩ ଥିଲା ତାଙ୍କର ଅନ୍ତିମ 'କାଉଣ୍ଟ୍‌ଡାଉନ୍‌' ଘୋଷଣା । ଭାରି ଦୁଃଖ ଲାଗୁଛି ।

ତାମିଲନାଡୁର ଅରିୟାଲୁର ବାସିନ୍ଦା ଭଲରମଥିଙ୍କର ଶନିବାର ସନ୍ଧ୍ୟାବେଳେ ଚେନ୍ନାଇରେ ହୃଦ୍‌ଘାତରେ ମୃତ୍ୟୁ ଘଟିଛି। 'ଚନ୍ଦ୍ରଯାନ-୩' ଉତ୍‌କ୍ଷେପଣ ବା 'ଲଞ୍ଚ୍‌' ସମୟରେସେ 'କାଉଣ୍ଟ୍‌ଡାଉନ୍‌' ଘୋଷଣା କରିଥିଲେ । ଏହା ଥିଲା ତାଙ୍କର ଶେଷ 'କାଉଣ୍ଟ୍‌ଡାଉନ୍‌' ଘୋଷଣା।

ପିଲାଦିନୁ ବୈଜ୍ଞାନିକ ହେବାର ସ୍ୱପ୍ନ ଦେଖୁଥିବା ଭଲରମଥି ଇଞ୍ଜିନିୟରିଂ ପାଠପଢ଼ା ସାରି ଯୁବାବସ୍ଥାରେ ଇସ୍ରୋରେ ବୈଜ୍ଞାନିକ ଭାବେ ଯୋଗ ଦେଇଥିଲେ । ୧୯୫୯ରେ ତାମିଲନାଡୁର ଅରିୟାଲୁରରେ ଜନ୍ମିତା ଭଲରମଥି ୧୯୮୪ ମସିହାରେ 'ଇସ୍ରୋ'ରେ ଯୋଗ ଦେଇଥିଲେ ।

ସେ ବହୁ ରିସର୍ଚ୍ଚ ଓ ସାଟେଲାଇଟ୍‌ ଉତ୍‌କ୍ଷେପଣରେ ସାମିଲ ହୋଇ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ । ଏଥିସହ ସବୁବେଳେ ଲଞ୍ଚିଂ ସମୟରେ ଖୋଜା ପଡ଼ୁଥିଲେ । ପୂର୍ବତନ ରାଷ୍ଟ୍ରପତି ଅବ୍‌ଦୁଲ୍‌ କଲାମ୍‌ଙ୍କ ନାମରେ ନାମିତ ପୁରସ୍କାର ସେ ୨୦୧୫ରେ ପ୍ରଥମ କରି ପାଇଥିଲେ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+