ଇଚିହାସ ରଚିଲା ଇସ୍ରୋ; ସବୁଠୁ ଓଜନିଆ ଉପଗ୍ରହର ଉତ୍‌କ୍ଷେପଣ

ଲଞ୍ଚ ହେଲା CMS-03 ସାଟେଲାଇଟ । ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଦ୍ବାରା ନିର୍ମିତ ଏହି ସାଟେଲାଇଟ ହେଉଛି ଏକ ଯୋଗାଯୋଗ ଉପଗ୍ରହ(କମ୍ୟୁନିକେସନ ସାଟେଲାଇଟ୍‌)। ରବିବାର ସନ୍ଧ୍ୟା ୫:୨୬ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଇସ୍ରୋ ଏହି ୪,୪୧୦ କିଲୋଗ୍ରାମ ଓଜନର ସାଟେଲାଇଟକୁ ମହାକାଶକୁ ଉତକ୍ଷେପଣ କରିଛି । ଏହି ଉପଗ୍ରହକୁ LVM3-M5 ରକେଟ୍ ସାହାଯ୍ୟରେ ଉତକ୍ଷେପଣ କରାଯାଇଥିଲା, ଯାହାକୁ ଏହାର ଭାରୀ ଉଠାଣ କ୍ଷମତା ପାଇଁ "ବାହୁବଳୀ" ନାମ ଦିଆଯାଇଛି।

ISRO ର CMS-03 ଯୋଗାଯୋଗ ଉପଗ୍ରହ ବହନ କରୁଥିବା LVM3-M5 ଆଜି SDSC/ISRO ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯାଇଛି। ଭାରତୀୟ ନୌସେନାର GSAT 7R (CMS-03) ଯୋଗାଯୋଗ ଉପଗ୍ରହ ଭାରତୀୟ ନୌସେନାର ଏପର୍ଯ୍ୟନ୍ତର ସବୁଠାରୁ ଉନ୍ନତ ଯୋଗାଯୋଗ ଉପଗ୍ରହ ହେବ ।

ଏହି ଉପଗ୍ରହ ନୌସେନାର ମହାକାଶ-ଆଧାରିତ ଯୋଗାଯୋଗ କ୍ଷମତାକୁ ସୁଦୃଢ଼ ​​କରିବ। ଏହି ଉପଗ୍ରହ ହେଉଛି ଭାରତର ଏପର୍ଯ୍ୟନ୍ତର ସବୁଠାରୁ ଭାରୀ ଯୋଗାଯୋଗ ଉପଗ୍ରହ, ଯାହାର ଓଜନ ପ୍ରାୟ ୪,୪୦୦ କିଲୋଗ୍ରାମ। ଏଥିରେ ଭାରତୀୟ ନୌସେନାର କାର୍ଯ୍ୟକ୍ଷମ ଆବଶ୍ୟକତା ପୂରଣ କରିବା ପାଇଁ ବିଶେଷ ଭାବରେ ବିକଶିତ ଅନେକ ସ୍ୱଦେଶୀ ଅତ୍ୟାଧୁନିକ ଉପାଦାନ ସାମିଲ କରାଯାଇଛି।

isro

ଇସ୍ରୋର ସୂଚନା ଅନୁଯାୟୀ, ପ୍ରାୟ ୧୬-୨୦ ମିନିଟ୍ ଉଡ଼ାଣ ପରେ ଉପଗ୍ରହଟି ପୃଥିବୀଠାରୁ ପ୍ରାୟ ୧୮୦ କିଲୋମିଟର ଉଚ୍ଚତାରେ ରକେଟ୍ ଠାରୁ ଅଲଗା ହୋଇଥିଲା। CMS-03 ହେଉଛି ଏକ ମଲ୍ଟି-ବ୍ୟାଣ୍ଡ ଯୋଗାଯୋଗ ଉପଗ୍ରହ, ଯାହା ଭାରତୀୟ ସ୍ଥଳଭାଗ ସମେତ ବିସ୍ତୃତ ସାମୁଦ୍ରିକ ଅଞ୍ଚଳରେ ଯୋଗାଯୋଗ ସେବା ଯୋଗାଇବ।

ଏହା ପୂର୍ବରୁ ଇସ୍ରୋ ଭାରୀ ଉପଗ୍ରହ ଉତକ୍ଷେପଣ ପାଇଁ ଫ୍ରେଞ୍ଚ ଗୁଇନାର କୌରୁ ଲଞ୍ଚ୍ ବେସ୍ ବ୍ୟବହାର କରୁଥିଲା। ୨୦୧୮ ଡିସେମ୍ବରରେ ଇସ୍ରୋ ସେଠାରୁ ପ୍ରାୟ ୫,୮୫୪ କିଲୋଗ୍ରାମ ଓଜନର GSAT-11 ଯୋଗାଯୋଗ ଉପଗ୍ରହ ଉତକ୍ଷେପଣ କରିଥିଲା। ତେବେ, CMS-03 ହେଉଛି ଭାରତୀୟ ମାଟିରୁ GTOକୁ ଯାଇଥିବା ସବୁଠୁ ଭାରୀ ଉପଗ୍ରହ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+