ଇସ୍ରୋ ରଚିଲା ଇତିହାସ , SpaDeX ମିଶନର ସଫଳ ଉତକ୍ଷେପଣ
ଅମରାବତୀ: ଇତିହାସ ରଚିଲା ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ)। ଆଜି ଇସ୍ରୋ ପକ୍ଷରୁ ସ୍ପେଶ୍ ଡକିଂ ଏକ୍ସପେରିମେଣ୍ଟ ବା ସ୍ପେଡେକ୍ସ ମିଶନକୁ ସଫଳତାର ସହ ଉତକ୍ଷେପଣ କରାଯାଇଛି। ରାତି ୧୦ଟା ୧୫ ସେକେଣ୍ଡରେ PSLV-C60 ରକେଟ୍ ସାହାଯ୍ୟରେ ଏହାକୁ ସଫଳତାର ସହ ଉତକ୍ଷେପଣ କରାଯାଇଛି। ଏହି ଡକିଂ ଓ ଅନ ଡକିଂ ମିଶନ ସଫଳତାର ସହ କରାଯାଇଥିବାରୁ ଚନ୍ଦ୍ରଯାନ ୪ ଓ ଗଗନଯାନ ଉତକ୍ଷେପଶ ପାଇଁ ବାଟ ଫିଟିଛି।
ଇସ୍ରୋ ଏହି ଅଭିଯାନ ପାଇଁ ଦୁଇଟି ଉପଗ୍ରହ ବ୍ୟବହାର କରିଛି, ଯାହାର ନାମ ଚେଜର (ଏସଡିଏକ୍ସ୦୧) ଏବଂ ଟାର୍ଗେଟ (ଏସଡିଏକ୍ସ୦୨) ରହିଛି। ସେମାନଙ୍କ ଓଜନ ୨୨୦ କିଲୋଗ୍ରାମ ହେବ। ସଫଳ ପୋଲାର ସାଟେଲାଇଟ୍ ଲଞ୍ଚ ଭେଇକିଲ୍ (ପିଏସଏଲଭି) ଜରିଆରେ ଏହି ଉତକ୍ଷେପଣ କରାଯିବ। ଭାରତ ପାଇଁ ଏହା କୌଣସି ଐତିହାସିକ ଅବସରଠାରୁ କମ୍ ନୁହେଁ।

ଯଦି ଏହି ମିଶନ ସଫଳ ହୁଏ ତେବେ ରୁଷିଆ, ଆମେରିକା ଓ ଚୀନ ପରେ ମହାକାଶ ଡକିଂ ହାସଲ କରିବାରେ ଭାରତ ବିଶ୍ୱର ଚତୁର୍ଥ ଦେଶ ହୋଇଯିବ।ସେହିପରି ଚନ୍ଦ୍ରଯାନ-୪ ଓ ଭାରତୀୟ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ ସ୍ଥାପନରେ ଏହା ଖୁବ୍ ସହାୟକ ହେବ। ଉତକ୍ଷେପଣକୁ ଜାଣିଶୁଣି ମିନିଟ ବିଳମ୍ବରେ କରାଯାଇଛି। କାରଣ ପୃଥିବୀ ଉପରେ ଥିବା ସମାନ ଅର୍ବିଟରେ ବୁଲୁଥିବା ସାଟେଲାଇଟରେ ଏହା ପିଟି ହେବାର ଆଶଙ୍କା ଥିବାରୁ ବିଳମ୍ବରେ ଏହାକୁ ଉତକ୍ଷେପଣ କରାଯାଇଛି। ଏହାର ସଫଳତାର ସହ ଅର୍ବିଟରେ ସ୍ଥାପିତ ହୋଇଥିବା ମଧ୍ୟ ଇସ୍ରୋ ପକ୍ଷରୁ କୁହାଯାଇଛି।












Click it and Unblock the Notifications