ଇତିହାସ ରଚିଲା ଇସ୍ରୋ: 'ୱାନ୍ ୱେବ୍-୨' ମିଶନରେ ମହକାଶକୁ ଛଡ଼ାଗଲା ୩୬ ଉପଗ୍ରହ

ନୂଆଦିଲ୍ଲୀ:ଇସ୍ରୋର ଆଉ ଏକ ବଡ଼ ସଫଳତା । ୩୬ ଉପଗ୍ରହ ସହ ସବୁଠୁ ଓଜନିଆ LVM3 ରକେଟର ଉତକ୍ଷେପଣ । 'ୱାନ୍ ୱେବ୍-୨' ମିଶନରେ ମହକାଶକୁ ଛଡ଼ାଗଲା ୩୬ ଉପଗ୍ରହ । ଆନ୍ଧ୍ର ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ ଗବେଷଣା କେନ୍ଦ୍ରରୁ ଏହି ରକେଟ୍ ଉତକ୍ଷେପଣ ହୋଇଛି ।
LVM3-M3/OneWeb India-2 mission:
The launch is scheduled for March 26, 2023, at 0900 hours IST from the second launch pad at SDSC-SHAR, Sriharikota. @OneWeb @NSIL_India pic.twitter.com/jyPsGlrcpX
— ISRO (@isro) March 20, 2023
ସୂଚନା ଅନୁସାରେ, ୪୩.୫ ମିଟର ଲମ୍ବ, ୬୪୩ ଟନ୍ ଓଜନ ବିଶିଷ୍ଟ LVM3 ରକେଟ୍ । ୩୬ଟି ସାଟେଲାଇଟ୍ ଅଲଗା ଅଲଗା ପର୍ଯ୍ୟାୟରେ ପୃଥକ ହୋଇଛି । ଏହି ମିଶନର କୋଡ୍ LVM3-M3 ବା ୱାନ୍-ୱେବ୍ ଇଣ୍ତିଆ-୨ ମିଶନ ରଖାଯାଇଛି । ସୂଚନାଥାଉ ଯେ, ଏହା ଚଳିତ ବର୍ଷର ଦ୍ୱିତୀୟ ଉତକ୍ଷେପଣ । ଏହା ପୂର୍ବରୁ ଫେବ୍ରୁଆରୀ ମାସରେ SSLV-D2/EOSO7 ମିଶନ ମଧ୍ୟ ସଫଳ ହୋଇଥିଲା ।












Click it and Unblock the Notifications