ଇସ୍ରୋକୁ ସଫଳତା : ସିଙ୍ଗାପୁରର DS-SAR ଓ ୬ଟି ଅନ୍ୟ ସାଟେଲାଇଟ୍ ସହ ଉତକ୍ଷେପଣ ହେଲା PSLV-C56
ମହାକାଶ ଗବେଷଣା କ୍ଷେତ୍ରରେ ଇସ୍ରୋର ଆଉ ଏକ ସଫଳତା। ଶ୍ରୀହରିକୋଟାରୁ ଉତକ୍ଷେପଣ ହେଲା PSLV- C56 ରକେଟ୍। ୭ ସାଟେଲାଇଟ୍ ସହ ଉତକ୍ଷେପଣ ହେଲା PSLV- C56 ରକେଟ୍। ସିଙ୍ଗାପୁରର DS-SAR ଓ ୬ଟି ଅନ୍ୟ ସାଟେଲାଇଟ୍ର ଉତକ୍ଷେପଣ ହୋଇଛି। ଭାରତର କମର୍ସିଆଲ ମିଶନ ହେଉଛି PSLV- C56 ।
ଏହା ହେଉଛି ISRO ର ଏକ ସମ୍ପୂର୍ଣ୍ଣ ବ୍ୟବସାୟିକ ମିଶନ୍, ଯାହା ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ୍ ଦ୍ୱାରା ପରିଚାଳିତ । ଏଥିପାଇଁ ଶନିବାର ଠାରୁ କାଉଣ୍ଟଡାଉନ୍ ଆରମ୍ଭ ହୋଇଥିଲା।

ISRO ସୂଚନା ଦେଇଛି ଯେ 360 କିଲୋଗ୍ରାମ DS-SAR ଉପଗ୍ରହ ସିଙ୍ଗାପୁର ସରକାରଙ୍କ ପ୍ରତିନିଧୀ ଏଜେନ୍ସି DSTA ଏବଂ ସିଙ୍ଗାପୁର କମ୍ପାନୀ ଏସଟି ଇଞ୍ଜିନିୟରିଂ ସହିତ ବିକଶିତ ହୋଇଛି।
ଚନ୍ଦ୍ରଯାନ - ୩ ର ସଫଳ ଉତକ୍ଷେପଣ ପରେ ଏହା ସଫଳ ହୋଇଛି। ଅଗଷ୍ଟ ୨୩/୨୪ ତାରିଖ ଆଡକୁ ଏହା ଚନ୍ଦ୍ରପୃଷ୍ଠ ଛୁଇଁବ ବୋଲି ବୈଜ୍ଞାନିକ ଆକଳନ କରିଛନ୍ତି । ଅବଶ୍ୟ ଏହି ତାରିଖ ଆଗପଛ ବି ହୋଇପାରେ ବୋଲି କୁହାଯାଉଛି ।
ଚନ୍ଦ୍ରଯାନ-୩କୁ ଚନ୍ଦ୍ରରେ ପହଞ୍ଚିବାକୁ ଲାଗିବ ୪୦ରୁ ୪୨ ଦିନ ।ଚନ୍ଦ୍ରଯାନ -୩ ପଠାଇବା ପାଇଁ LVM-3 ଲଞ୍ଚର୍ ବ୍ୟବହାର କରାଯାଇଥିଲା । ଏହା ହେଉଛି ଭାରତର ସବୁଠାରୁ ଶକ୍ତିଶାଳୀ ଲଞ୍ଚର୍ |












Click it and Unblock the Notifications