ମହାକାଶ ଗଲା ଇନସାଟ୍ ଥ୍ରୀ ଡିଏସ୍
ଶ୍ରୀହରିକୋଟା : ଇନସାଟ୍ ଥ୍ରୀ ଡିଏସ୍ ସାଟେଲାଇଟ୍ ଉତକ୍ଷେପଣ କଲା ଇସ୍ରୋ । GSLV-୧୪ ରକେଟ ଦ୍ୱାରା ଆନ୍ଧ୍ର ଶ୍ରୀହରିକୋଟା ରୁ ସଫଳ ଉତକ୍ଷେପଣ । ପାଣିପାଗ ସଂପର୍କିତ ଗବେଷଣା ସହ ସଠିକ୍ ତଥ୍ୟ ଜାଣିହେବ । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ଉତ୍କ୍ଷେପଣ କେନ୍ଦ୍ରରୁ ଶନିବାର ସନ୍ଧ୍ୟ ୫ଟା ୩୫ ମିନିଟ୍ରେ ଇସ୍ରୋ ପକ୍ଷରୁ ଇନସାଟ୍ ଥ୍ରୀ ଡିଏସ୍ ସଫଳତାର ସହିତ ଉତ୍କ୍ଷେପଣ କରାଯାଇଛି ।
ଇସ୍ରୋର ଧ୍ରୁବୀୟ ଉପଗ୍ରହ ଉତ୍କ୍ଷେପଣ ଯାନ ଜିଏସ୍ଏଲ୍ଭି ଜରିଆରେ ଏହି ପାଣିପାଗ ଉପଗ୍ରହକୁ କକ୍ଷପଥରେ ସ୍ଥାପନ କରାଯାଇଛି । ଏହି ଉପଗ୍ରହକୁ ଉତ୍କ୍ଷେପଣ କରିଥିବା ଥିବା ମହାକାଶ ଯାନର ନାମ 'ନଟି ବୟ' ରଖାଯାଇଛି । ଏହି ଉପଗ୍ରହ ଦ୍ୱାରା ପାଣିପାଗ ସମ୍ବନ୍ଧୀୟ ସଠିକ୍ ତଥା ଆଗୁଆ ସୂଚନା ମିଳିପାରିବ ।

ଏହି ସାଟେଲାଇଟ୍ ୧୭୦ କିମି ପେରିଜି ଓ ୩୬୬୪୭ କି.ମି. ଆପୋଜି ଯୁକ୍ତ ଅଣ୍ଡାକାର ଜିଟିଓ କକ୍ଷରେ ପରିକ୍ରମା କରିବ । ଏହି ସାଟେଲାଇଟ୍ର ଓଜନ ୨୨୪୭ କିଲୋଗ୍ରାମ୍ ରହିଛି । କେନ୍ଦ୍ର ପୃଥିବୀ ବିଜ୍ଞାନ ମନ୍ତ୍ରାଳୟ ପକ୍ଷରୁ ଏହି ସାଟେଲାଇଟ ତିଆରି କରାଯାଇଛି । ଏଥିରେ ୬ ଚ୍ୟାନେଲ ଇମେଜର ଓ ୧୯ ଚ୍ୟାନେଲ ସାଉଣ୍ଡର ମେଟ୍ରୋଲୋଜି ପେଲୋଡ୍ ଲାଗିଛି ।












Click it and Unblock the Notifications