ଆଜି ଉତକ୍ଷେପଣ ହେବ ଇସ୍ରୋର INSAT-3DS ସାଟେଲାଇଟ୍

ISRO: ଆଜି ଉତକ୍ଷେପଣ ହେବ ଇସ୍ରୋର INSAT-3DS ସାଟେଲାଇଟ୍ । ଇସ୍ରୋର ଏହି ପାଣିପାଗ ସାଟେଲାଇଟକୁ ସ୍ପେଶ୍ ଏଜେନ୍ସିର 'ନଟି ବୟ' ବୋଲି କୁହାଯାଉଛି । କାଉନଡାଉନ୍ ଆରମ୍ଭ ହୋଇଯାଇଛି କିଛି ସମୟ ମଧ୍ୟରେ ଏହା ଲଞ୍ଚ୍ ହେବ । INSAT-3DS ଇସ୍ରୋ ଜିଓଷ୍ଟେସନାରୀ କକ୍ଷପଥରେ ସ୍ଥାନିତ ହେବାକୁ ଥିବା ପାଣିପାଗ ଉପଗ୍ରହ ତୃତୀୟ ପିଢିର ନୂଆ ମିଶନ୍।

ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ ଆଜି ସନ୍ଧ୍ୟା ୫.୩୫ରେ ଇସ୍ରୋର 'ନଟି ବୟ'ର ଉଦକ୍ଷେପଣ ହେବ । GSLV-F14 ରକେଟ୍ ସାହାଯ୍ୟରେ ଏହାକୁ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିକ କରାଯିବା ନେଇ ଇସ୍ରୋ ପକ୍ଷରୁ ସୂଚନା ଜାରି କରାଯାଇଛି । ସୂଚନା ଅନୁସାରେ, ଏହି ସାଟେଲାଇଟ୍ ପାଣିପାଗ ପୂର୍ବାନୁମାନ କରିବା ସହ ବିପର୍ଯ୍ୟୟ ବିଷୟରେ ଆଗୁଆ ସତର୍କ ସୂଚନା ଦେବ । ତେବେ କେନ୍ଦ୍ର ପୃଥିବୀ ବିଜ୍ଞାନ ମନ୍ତ୍ରାଳୟ ପକ୍ଷରୁ ଏହି ସାଟେଲାଇଟ ତିଆରି କରାଯାଇଛି ।

 INSAT-3DS

ଏହି ସାଟେଲାଇଟ୍ ମାଧ୍ୟମରେ ପୂର୍ବ ସୂଚନା ମିଳିବା ସହ ଆଗକୁ ପ୍ରାକୃତିକ ବିପର୍ଯ୍ୟୟ ବିଷୟରେ ମଧ୍ୟ ଏହା ସୂଚନା ଦେବ । ଜିଓଷ୍ଟେସନାରୀ କକ୍ଷପଥରେ ପହଞ୍ଚିବା ପରେ ଏହି ସାଟେଲାଇଟ୍ ସହଜରେ ପାଣିପାଗ ସମ୍ବନ୍ଧୀୟ ସୂଚନା ଦେବ । ଏହି ସାଟେଲାଇଟର ସଫଳ ଉତକ୍ଷେପଣ ହେବା ଦ୍ୱାରା ଭାରତୀୟ ପାଣିପାଗ ବିଭାଗକୁ ଆଗୁଆ ଏବଂ ସଠିକ ସୂଚନା ମିଳିପାରିବ । ଖାସ କରି ସ୍ଥଳ ଭାଗ ଏବଂ ଜଳ ଭାଗ ଉପରେ ନଜର ରଖିବା ପାଇଁ ଏହାକୁ ଡିଜାଇନ୍ କରାଯାଇଛି । ପାଣିପାଗ ଉପଗ୍ରହ ଇନସାଟ୍-୩ଡିଏସ୍ (INSAT 3DS) ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଉଛି ।

ସୂଚନାଥାଉ ଯେ, ଏହି ସାଟେଲାଇଟର ଓଜନ ୨.୨୭୪ କିଲୋଗ୍ରାମ ଏବଂ ଏହା ପ୍ରାୟ ୪୮୦ କୋଟି ଟଙ୍କାର ବ୍ୟୟରେ ତିଆରି କରାଯାଇଛି । ଏହି ସାଟେଲାଇଟ୍ ନିର୍ମାଣ ପାଇଁ ଭାରତ ସରକାରଙ୍କ ଆର୍ଥ ସାଇନ୍ସ ମନ୍ତ୍ରଣାଳୟ ଆର୍ଥିକ ଅନୁଦାନ ଦେଇଥିବା ନେଇ ସୂଚନା ରହିଛି । ଏହା ପୂର୍ବରୁ ଇସ୍ରୋ ଚନ୍ଦ୍ରଯାନ-3 ଏବଂ ଆଦିତ୍ୟ ଏଲ୍- ୧ ଲଞ୍ଚ୍ କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+