Get Updates
Get notified of breaking news, exclusive insights, and must-see stories!

ବର୍ଷର ପ୍ରଥମ ମିଶନ ଲଞ୍ଚ୍‌ କରିବାକୁ ଇସ୍ରୋ ପ୍ରସ୍ତୁତ,ମହାକାଶକୁ ଯିବ ୧୬ଟି ସାଟେଲାଇଟ୍

ଆଜି ଇସ୍ରୋର ବଡ଼ ମିଶନ । ମହାକାଶକୁ ଯିବ ୧୬ଟି ସାଟେଲାଇଟ୍ । ଉଡ଼ିବ PSLV-C62 । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ISRO ଏବଂ NSIL ମିଳିତ ଭାବେ ଆଜି ଶ୍ରୀହରିକୋଟାରୁ PSLV-C62 ରକେଟ୍ ଉତ୍କ୍ଷେପଣ କରିବାକୁ ଯାଉଛନ୍ତି । ସକାଳ ୧୦ଟା ୧୭ ମିନିଟରେ ରହିଛି ମିଶନ ।

ISRO

ଏହା ହେଉଛି PSLV ର ୬୪ତମ ଉଡ଼ାଣ। ଏଥିରେ PSLV-DL ଭାରିଆଣ୍ଟ ବ୍ୟବହାର କରାଯାଉଛି । ମିଶନରେ ସାମିଲ ହେବ ୧୮ ପେଲୋଡ୍। ଏହି ମିଶନ୍ ଜରିଆରେ ପୃଥିବୀ ଉପରେ ନଜର ରଖିବା ପାଇଁ EOS-N1 ନାମକ ଏକ ଶକ୍ତିଶାଳୀ ଉପଗ୍ରହ ପଠାଯାଉଛି । EOS-N1 ସହିତ ଭାରତ ଏବଂ ବିଦେଶର ଆଉ ୧୫ଟି ଛୋଟ ଛୋଟ ସାଟେଲାଇଟ୍ ମଧ୍ୟ ମହାକାଶକୁ ଯିବ ।

ଏହି ମିଶନ୍ ରେ ସ୍ପେନ୍ ର ଏକ ଷ୍ଟାର୍ଟଅପ୍ ଦ୍ୱାରା ନିର୍ମିତ KID (Kestrel) ନାମକ ଏକ ଯନ୍ତ୍ରର ପରୀକ୍ଷା କରାଯିବ । ଏହା ମହାକାଶରୁ ପୁଣି ପୃଥିବୀ ବାୟୁମଣ୍ଡଳକୁ ଫେରିଆସି ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଖସିବ । ଏହି ସବୁ ଉପଗ୍ରହକୁ ନେଇ ମହାକାଶକୁ ଯାତ୍ରା କରିବ PSLV । ଏହା ହେଉଛି ଇସ୍ରୋର ସବୁଠାରୁ ଭରସାଯୋଗ୍ୟ ରକେଟ୍ । ଏହା ପୂର୍ବରୁ ଚନ୍ଦ୍ରଯାନ-୧, ମଙ୍ଗଳଯାନ ଏବଂ ଆଦିତ୍ୟ-L1 ଭଳି ବଡ଼ ମିଶନ୍ ସଫଳତାର ସହ ଶେଷ କରିଛି । ୨୦୧୭ ମସିହାରେ ଏହା ଗୋଟିଏ ଥରରେ ୧୦୪ଟି ସାଟେଲାଇଟ୍ ପଠାଇ ବିଶ୍ୱ ରେକର୍ଡ କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+