ପତ୍ନୀଙ୍କୁ ହତ୍ୟା କରି ପୂର୍ବତନ ଇସ୍ରୋ ଅଧିକାରୀ ଗିରଫ
ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ରୁ ଅବସର ଗ୍ରହଣ କରିଥିବା ଜଣେ ୬୫ ବର୍ଷୀୟ ଅଧିକାରୀ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି। ନାଗେଶ୍ୱର ରାଓ ତାଙ୍କ ପରିବାର ସହ ବେଙ୍ଗାଲୁରୁରେ ରହୁଥିଲା ବେଳେ ବୁଧବାର ସେ ତାଙ୍କ ସ୍ତ୍ରୀ ସନ୍ଧ୍ୟାଶ୍ରୀଙ୍କ ବେକରେ ଏକ ଟାଓ୍ବେଲ ବାନ୍ଧି ତାଙ୍କୁ ହତ୍ୟା କରିଛନ୍ତି ବୋଲି ବେଙ୍ଗାଲୁରୁର ଆଭାଲହାଲି ଥାନାଧିକାରୀ କହିଛନ୍ତି। ନାଗେଶ୍ୱର କିଛି ଦିନ ହେଲା ମାନସିକ ରୋଗରେ ପୀଡ଼ିତ ଥାଇ ଚିକିତ୍ସିତ ହେଉଥିଲେ। ସେ ସନ୍ଧ୍ୟାଙ୍କୁ ମାରିବା ପରେ ନିଜେ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ବୋଲି ପୋଲିସ କହିଛି।
ଗତ କିଛି ଦିନ ହେବ ସେ ଚାପଗ୍ରସ୍ତ ରହୁଥିଲେ ଏବଂ ତାଙ୍କ ଚିକିତ୍ସା ଚାଲିଥିଲା। ତାଙ୍କ ମାନସିକ ସ୍ଥିତି ଠିକ୍ ନଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ନାଗେଶ ନିଜ ପତ୍ନୀଙ୍କୁ ଏକ ଟାୱଲରେ ତଣ୍ଟି ଚିପି ହତ୍ୟା କରିଛନ୍ତି। ବେଙ୍ଗାଲୁରୁ ସ୍ଥିତ ଆପାର୍ଟମେଣ୍ଟରୁ ପତ୍ନୀଙ୍କ ଶବ ମିଳିବା ପରେ ବୁଧବାର ନାଗେଶଙ୍କୁ ଗିରଫ କରାଯାଇଛି।

୬୫ ବର୍ଷୀୟ ନାଗେଶ ଇସ୍ରୋରୁ ଅବସର ପରେ ବେଙ୍ଗାଲୁରୁର ହ୍ବାଇଟଫିଲ୍ଡ ଅଞ୍ଚଳରେ ଭର୍ଚୁଓସୋ ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ ନିଜ ପତ୍ନୀ ସନ୍ଧ୍ୟାଶ୍ରୀଙ୍କ ସହ ରହୁଥିଲେ। ୧୮ ଫେବୃଆରୀ ସକାଳେ ପୁଲିସକୁ ଘଟଣା ସମ୍ପର୍କରେ ସୂଚନା ମିଳିଥିଲା। ପତ୍ନୀଙ୍କୁ ହତ୍ୟା କରି ନାଗେଶ ନିଜ ଘରେ ହିଁ ଥିଲେ। ସେ ଫେରାର ହେବାକୁ ଚେଷ୍ଟା କରିନଥିବା ପୁଲିସ ସୂଚନା ଦେଇଛି। ପଚରାଉଚରା ସମୟରେ ସେ ହତ୍ୟା କରିଥିବା ସ୍ବୀକାର ମଧ୍ୟ କରିଛନ୍ତି। ଉଭୟଙ୍କ କନ୍ୟା ଆମେରିକାରେ ରହନ୍ତି। ପୁଲିସ ତାଙ୍କୁ ଏ ବାବଦରେ ସୂଚନା ଦେବା ସହ ହତ୍ୟା ମାମଲା ରୁଜୁ କରି ଆଗାମୀ ଯାଞ୍ଚ କରୁଛି।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications