ଚନ୍ଦ୍ରପୃଷ୍ଟରେ ହେଲା ଭୂମିକମ୍ପ ! ସୂଚନା ଜାରି କଲା ଇସ୍ରୋ
ISRO Chandrayaan-3 Mission Update: ଅଗଷ୍ଟ 23ରେ ଚନ୍ଦ୍ରଯାନ-3ର ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ପୋଲରେ ସଫଳ ସଫ୍ଟ ଲ୍ୟାଣ୍ତିଂ କରିଛି । ଏହା ପରଠୁ ଇସ୍ରୋ ଚନ୍ଦ୍ରକୁ ନେଇ ନୂଆ ନୂଆ ତଥ୍ୟ ପ୍ରଦାନ କରୁଛି । ନିକଟରେ ISRO ସୂଚନା ଦେଇଥିବା ଯେ, ଚନ୍ଦ୍ରରେ ଅମ୍ଳଜାନ, ଗନ୍ଧକ ସମେତ ଅନେକ ଉପାଦାନ ଭରି ରହିଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅଗଷ୍ଟ ୨୬ ତାରିଖରେ ଚନ୍ଦ୍ରରେ ପ୍ରାକୃତିକ ପ୍ରକ୍ରିୟା ଘଟିଥିବା ନେଇ ଟ୍ୱୁଟ୍ କରି ସୂଚନା ଦେଲା ଇସ୍ରୋ । ତେବେ ଚନ୍ଦ୍ରରେ ଭୂମିକମ୍ପ ହୋଇଥିବା ନେଇ ଆଶଙ୍କା କରାଯାଉଛି । ଲ୍ୟାଣ୍ତର ପେଲୋଡ୍ ଜରିଆରେ ସାମ୍ନାକୁ ଆସିଛି ଗ୍ରାଫ୍ ଯେଉଁଥିରେ ଚନ୍ଦ୍ରରେ କମ୍ପନ ସୃଷ୍ଟି ହୋଇଥିବା ନେଇ ସଙ୍କେତ ମିଳିଛି ।
Chandrayaan-3 Mission:
In-situ Scientific ExperimentsRadio Anatomy of Moon Bound Hypersensitive Ionosphere and Atmosphere - Langmuir Probe (RAMBHA-LP) payload onboard Chandrayaan-3 Lander has made first-ever measurements of the near-surface Lunar plasma environment over the… pic.twitter.com/n8ifIEr83h
— ISRO (@isro) August 31, 2023
ଇସ୍ରୋ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବିକ୍ରମ ଲ୍ୟାଣ୍ତରରେ ଏପରି ଉପକରଣ ଲଗାଯାଇଛି, ଯାହା ଚନ୍ଦ୍ରରେ ହେଉଥିବା କମ୍ପନର ଗତିବିଧି ରେକର୍ଡ କରି କରିବାରେ ସକ୍ଷମ । ପ୍ରାକୃତି ପ୍ରକ୍ରିୟା ଘଟିଥିବା ନେଇ ଆଇଏଲଏସଏ ସୂଚନା ଦେବା ପରେ ଇସ୍ରୋ ପକ୍ଷରୁ ଏହା ଉପରେ ନଜର ରଖାଯାଇଛି । 'ଚନ୍ଦ୍ରଯାନ' 'ମାଧ୍ୟମରେ ଭାରତ ଚନ୍ଦ୍ର ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାରରେ ନିୟୋଜିତ ଅଛି । ରୋଭର ପ୍ରଜ୍ଞାନ କ୍ରମାଗତ ଭାବରେ ଚନ୍ଦ୍ର ପୃଷ୍ଠର ଅନୁସନ୍ଧାନ କରୁଛି ।
ଇସ୍ରୋ ଏକ୍ସ(ଟ୍ୱିଟର)ରେ ପୋଷ୍ଟ ସେୟାର କରି ସୂଚନା ଦେଇଛ ଯେ, ଚନ୍ଦ୍ରପୃଷ୍ଠରେ ପ୍ରାକୃତିକ କମ୍ପନ ରେକର୍ଡ କରାଯାଇଛି । ଅଗଷ୍ଟ ୨୬ ତାରିଖରେ ଭୂକମ୍ପ ରେକର୍ଡ କରାଯାଇଛି । ଏହି ଘଟଣାର ଉତ୍ସ ଅନୁସନ୍ଧାନ କରାଯାଉଛି । ILSA ପେଲୋଡ୍ LEOS, ବେଙ୍ଗାଲୁରୁ ଦ୍ୱାରା ଡିଜାଇନ୍ ଏବଂ କାର୍ଯ୍ୟକାରୀ କରାଯାଇଛି ।
ସୂଚନାଥାଉ ଯେ, ଭାରତର ଚନ୍ଦ୍ରଯାନ ମିଶନ ଆସନ୍ତା ୭ ଦିନ ମଧ୍ୟରେ ଶେଷ ହେବା ପାଇଁ ଯାଉଛି । ପୂର୍ବରୁ ଏହି ମିଶନ୍ 14 ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିଲା କିନ୍ତୁ ଚନ୍ଦ୍ର ଆଲୋକ ଅର୍ଥାତ୍ ଲୁନାର ଲାଇଟ୍ ପାଇଁ ଏହି ମିଶନ୍ ଆସନ୍ତା 7 ଦିନରେ ଶେଷ ହେବା ନେଇ ସୂଚନା ରହିଛି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଲୁନାର ଲାଇଟ୍ ସମୟରେ ଚନ୍ଦ୍ର ପୃଷ୍ଠରେ ସୂର୍ଯ୍ୟ କିରଣ ପଡ଼ିନଥାଏ ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ମାତ୍ର ୧୪ ଦିନ ପାଇଁ ଚନ୍ଦ୍ର ଉପରେ ସୂର୍ଯ୍ୟ କିରଣ ପଡିଥାଏ ଏବଂ ବାକି ସମୟ ଚନ୍ଦ୍ରରେ ରାତି ହୋଇଯାଏ । ଏପରି ସ୍ଥିତିରେ ବିନା ସୂର୍ଯ୍ୟ କରିଣ ବା ଆଲୋକରେ ଚନ୍ଦ୍ରାଯାନ ରୋଭରର ସୌର ପ୍ୟାନେଲ ଚାର୍ଜ ହୋଇପାରିବ ନାହିଁ ଏବଂ ଏହା କାର୍ଯ୍ୟ କରିବା ବନ୍ଦ ହୋଇଯିବ । ସେଥିପାଇଁ ଆଗାମୀ 7 ଦିନରେ ଚନ୍ଦ୍ରଯାନ-୩ କାର୍ଯ୍ୟ୍ କରିବା ବନ୍ଦ କରିଦେବ ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications