Get Updates
Get notified of breaking news, exclusive insights, and must-see stories!

ଚନ୍ଦ୍ର ପରେ ସୂର୍ଯ୍ୟ ପାଳି: ଇସ୍ରୋ ଅଧ୍ୟକ୍ଷଙ୍କ ବଡ଼ ଘୋଷଣା, ସେପ୍ଟେମ୍ବରେ ଆରମ୍ଭ ହେବ 'ସୂର୍ଯ୍ୟ ମିଶନ'

Surya Mission: ଚନ୍ଦ୍ର ପରେ ଏବେ ସୂର୍ଯ୍ୟର ପାଳି । ଚନ୍ଦ୍ରଯାନ-୩ ସଫଳତା ପରେ ଇସ୍ରୋ ଅଧ୍ୟକ୍ଷ ଏସ୍‌. ସୋମନାଥଙ୍କ ବଡ଼ ଘୋଷଣା କରିଛନ୍ତି । ଚନ୍ଦ୍ର ପରେ ଏବେ ସୂର୍ଯ୍ୟ ଅଭିଯାନ ଲାଗି ଲକ୍ଷ୍ୟ ରଖିଛି ଇସ୍ରୋ ।

ଆସନ୍ତା ସେପ୍ଟେମ୍ବର ମାସରେ ଇସ୍ରୋର ସୂର୍ଯ୍ୟ ମିଶନ । ସୂର୍ଯ୍ୟ ମିଶନ ଆଦିତ୍ୟ L-1 ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ହେଲେ ଗଗନୟାନ ମିଶନ ପାଇଁ କାର୍ଯ୍ୟ ଆଗେଇ ଚାଲିଛି । ଗଗନୟାନ ମିଶନ ପାଇଁ ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ କ୍ର୍ୟୁ ମଡ୍ୟୁଲ ଏବଂ କ୍ର୍ୟୁ ଏସକେପ୍ ପ୍ରଦର୍ଶନ ପାଇଁ କାର୍ଯ୍ୟ ଚାଲିଛି ବୋଲି କହିଛନ୍ତି ଇସ୍ରୋ ଅଧ୍ୟକ୍ଷ ।

Surya Mission

ଇସ୍ରୋର ସୂଚନା ମୁତାବକ, ଅନ୍ତରୀକ୍ଷ ଯାନକୁ ପୃଥିବୀଠାରୁ ୧.୫ ମିଲିୟନ୍ ଦୂରରେ ରଖାଯିବ । ଯେଉଁଥିପାଇଁ ମୋଟ ୩୭୮ କୋଟି ଟଙ୍କା ଖର୍ଚ୍ଚ କରାଯିବ । ସେହିପରି ନାସା ସହ ମିଶି ଇସ୍ରୋ ଆର୍ଥ ଅବଜର୍ଭସେନ୍ ସାଟେଲାଇଟ୍ ସ୍ଥାପନା କରିବ । ଯାହାକି ଆଗାମୀ ବର୍ଷ ଲଞ୍ଚ ହେଇପାରେ । ଏହି ସାଟେଲାଇଟର ନାମ ଏନଆଇଏସଏଆର ରଖାଯାଇଛି । ଯାହାକୁ କି ନାସା ଏବଂ ଇସ୍ରୋ ମିଶି କରି ତିଆରି କରିଛନ୍ତି ।

ଅନ୍ୟପଟେ ଖୁବଶୀଘ୍ର ଇସ୍ରୋ ତରଫରୁ ଗଗନାୟନ ମିଶନ, ମାର୍ସ ଅର୍ବିଟର ମିଶନ-୨, ଶୁକ୍ରାୟନ-୧ ଭଳି ମିଶନ୍ ଆରମ୍ଭ ହେବ । ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେବ । ସୂର୍ଯ୍ୟ ମିଶନ ପାଇଁ ପାଖାପାଖି ୩୭୮ କୋଟି ଖର୍ଚ୍ଚ ହେବାକୁ ଥିବାବେଳେ, ଗଗନାୟନ ମିଶନ ପାଇଁ ପାଖାପାଖି ୯ ହଜାର କୋଟି ଖର୍ଚ୍ଚ ହେଇପାରେ । ତେବେ ସବୁ କିଛି ଠିକଠାକ ଚାଲିଲେ ଆସନ୍ତା ୨୦୨୫ ବେଳକୁ ପ୍ରଥମ ମାନବ ମହାକାଶଯାନ ପ୍ରେରଣ ପାଇଁ ଇସ୍ରୋ ଯୋଜନା କରୁଛି । ଏହା କହିଛନ୍ତି ଇସ୍ରୋ ମୁଖ୍ୟ ଏସ. ସୋମନାଥ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+