ଇସ୍ରୋର ସଫଳତା: ଆଦିତ୍ୟ ଏଲ-୧ ଉଠାଇଲେ ସୂର୍ଯ୍ୟର ପୂର୍ଣ୍ଣ ଗୋଲାକାର ଫଟୋ
ISRO Aditya-L1 Mission: ଭାରତର ପ୍ରଥମ ସନ୍ ମିଶନ୍ ଆଦିତ୍ୟ L1 ସୂର୍ଯ୍ୟଙ୍କ ପୂର୍ଣ୍ଣ ଫଟୋ କଏଦ କରିଛି, ଯାହା ଶୁକ୍ରବାର ଦିନ ISRO ଦ୍ୱାରା ସୋସିଆୟଲ ମିଡିଆ 'ଏକ୍ସ'ରେ ସେୟାର କରାଯାଇଛି | ସୂର୍ଯ୍ୟଙ୍କ ଏହି ଫଟୋ ଗୁ଼ଡିକ ଅଲଟ୍ରା-ଭାଉଲେଟ୍ ୱେଭ-ଲେନ୍ଥ ନିକଟରେ ଏହି ଫଟୋ ଉଠାଯାଇଛି । ଆଦିତ୍ୟ L1 ରେ ସ୍ଥାପିତ ପେଲୋଡ୍ ସୁଟ୍ ସୋଲାର ଅଲଟ୍ରାଭାଇଓଲେଟ୍ ଇମେଜିଙ୍ଗ୍ ଟେଲିସ୍କୋପ୍ ଦ୍ୱାରା ସୂର୍ଯ୍ୟଙ୍କର ଫଟୋ ନିଆଯାଇଛି ।
ISROର ଆଦିତ୍ୟ- L1 ମହାକାଶଯାନରେ ଥିବା ସୋଲାର ଅଲଟ୍ରାଭାଇଓଲେଟ୍ ଇମେଜିଙ୍ଗ୍ ଟେଲିସ୍କୋପ୍ (SUIT) ଅଲଟ୍ରାଭାଇଓଲେଟ୍ ତରଙ୍ଗଦୈର୍ଘ୍ୟ ନିକଟରେ ସୂର୍ଯ୍ୟଙ୍କର ଏକ ଚମତ୍କାର ଫଟୋ କଏଦ କରାଯାଇଛି । ISRO ଶୁକ୍ରବାର ଦିନ ସୂର୍ଯ୍ୟଙ୍କର ପ୍ରଥମ ପୂର୍ଣ୍ଣ ଡିସ୍କ ପ୍ରତିଛବିଗୁଡିକ ସେୟାର କରି କହିଛି ଯେ, ଏହି ଉଲ୍ଲେଖନୀୟ ସଫଳତା ସୌର ପର୍ଯ୍ୟବେକ୍ଷଣ ଏବଂ ଅନୁସନ୍ଧାନରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅଟେ । ସୂର୍ଯ୍ୟଙ୍କ ପୂର୍ଣ୍ଣ ଡିସ୍କ ପ୍ରତିଛବି ISRO ପ୍ରକାଶ କରିଛି ଯେ ଏହି ଫଟୋ ତରଙ୍ଗଦୈର୍ଘ୍ୟ 200 ରୁ 400 ନାନୋମିଟର ପରିସରକୁ ଆବୃତ କରେ । ସୁଟ୍ ପେଲୋଡ୍ ସୂର୍ଯ୍ୟଙ୍କ ଫଟୋଗ୍ରାଫି ଏବଂ କ୍ରୋମୋସଫର ବିଷୟରେ ଅଦୃଶ୍ୟ ସୂଚନା ପ୍ରଦାନ କରିଥାଏ ।
Aditya-L1 Mission:
The SUIT payload captures full-disk images of the Sun in near ultraviolet wavelengthsThe images include the first-ever full-disk representations of the Sun in wavelengths ranging from 200 to 400 nm.
They provide pioneering insights into the intricate details… pic.twitter.com/YBAYJ3YkUy
— ISRO (@isro) December 8, 2023
ସୂର୍ଯ୍ୟର ଏହି ପୂର୍ଣ୍ଣ ଗୋଲାକାର ଫଟୋରେ 'ଫଟୋସ୍ପିୟର' ଏବଂ କ୍ରୋମାସ୍ପିୟରର ଛୋଟ ଛଟୋ ଅଂଶ ଦୃଶ୍ୟମାନ ହେଉଛି । ଆଦିତ୍ୟ ଏଲ-ୱାନ୍ ସହ ସଂଯୁକ୍ତ ସୋଲାର ଅଲଟ୍ରା ଭାଓଲେଟ୍ ଇମେଜିଂ ଟେଲିସ୍କୋପ୍ ବା ସୁଟ୍ ପେ-ଲୋଡ୍ରୁ ଏହି ଫଟୋ ନିଆଯାଇଛି ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ସୂର୍ଯ୍ୟ ମିଶନର L1 ପଏଣ୍ଟରେ ପ୍ରବେଶ ପ୍ରକ୍ରିୟା 7 ଜାନୁୟାରୀ 2024 ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି । ସେପ୍ଟେମ୍ବର 2 ରେ ଶ୍ରୀହରିକୋଟା ସତୀଶ ଧାୱନ ସ୍ପେସ୍ ସେଣ୍ଟର (SDSC) ରୁ ଆଦିତ୍ୟ L1 ସଫଳତାର ସହ ଲଞ୍ଚ କରାଯାଇଥିଲା । 125 ଦିନରେ ପୃଥିବୀ ଠାରୁ ପ୍ରାୟ 15 ଲକ୍ଷ କିଲୋମିଟର ଯାତ୍ରା କରିବା ପରେ ଏହା ଲାଗ୍ରାଙ୍ଗିଆନ୍ ପଏଣ୍ଟ L1 ଚାରିପାଖରେ ଏକ ହାଲୋ କକ୍ଷପଥରେ ରଖାଯିବ, ଯାହା ସୂର୍ଯ୍ୟଙ୍କ ନିକଟତମ ବୋଲି ବିବେଚନା କରାଯାଏ ।












Click it and Unblock the Notifications