ଗାଜାରେ ଇସ୍ରାଏଲ ସେନାର ଭୟଙ୍କର ଆକ୍ରମଣ:୯ ମୃତ
ଶନିବାର ଦିନ ଉତ୍ତର ଗାଜା ସହର ବେତ୍ ଲାହିଆରେ ଇସ୍ରାଏଲୀ ଆକ୍ରମଣ । ଅତି କମରେ ପାଞ୍ଚ ଜଣ ପାଲେଷ୍ଟାଇନୀଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟମାନେ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଦୁଇଜଣ ସ୍ଥାନୀୟ ସାମ୍ବାଦିକ ମଧ୍ୟ ରହିଥିବା ସୂଚନା ରହିଛି । ଏହି ଆକ୍ରମଣ ଏପରି ଏକ ସମୟରେ ହୋଇଛି ଯେତେବେଳେ ହମାସ ନେତାମାନେ କାଇରୋରେ ମଧ୍ୟସ୍ଥତାଙ୍କ ସହ ଗାଜା ଅସ୍ତ୍ରବିରତି ଆଲୋଚନା କରୁଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଡାକ୍ତରମାନେ କହିଛନ୍ତି ଯେ ଏକ କାର ଉପରେ ହୋଇଥିବା ଆକ୍ରମଣରେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି । ଗାଡ଼ି ଭିତରେ ଏବଂ ବାହାରେ କିଛି ଲୋକ ଆହତ ହୋଇଥିଲେ ।

ହମାସର ନେତାମାନେ ଯୁଦ୍ଧ ବିରାମକୁ ନେଇ କାଥାବାର୍ତ୍ତା ଚଳାଇଥିବାବେଳେ ଇସ୍ରାଏଲ ଏହି ଆକ୍ରମଣ କରିଛି। ଇସ୍ରାଏଲି ସେନା ଆକ୍ରମଣ ପାଇଁ ଏକ କାର୍ କୁ ଟାର୍ଗେଟ୍ କରିଥିଲା। କାର୍ ରେ କିଛି ଯାତ୍ରୀ ଥିବାରୁ ଆକ୍ରମଣରେ କାର ଭିତରେ ଏବଂ ଆଖପାଖ ଅଞ୍ଚଳରେ ଥିବା କିଛି ଲୋକ ମୃତାହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ମୂତାବକ କାରରେ ଥିବା ଲୋକମାନେ ଅଲ-ଖୈର ଫାଉଣ୍ଡେସନ ନାମକ ଏକ ସଂସ୍ଥାରେ କାମ କରୁଥିଲେ। ତାଙ୍କ ସହିତ କିଛି ସାମ୍ବାଦିକ ଏବଂ ଫଟ୍ରୋଗ୍ରାଫର ରହିଥିବା ସୂଚନା ମିଳିଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଘଟଣାକୁ ନେଇ ଇସ୍ରାଏଲୀ ସେନା ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଜାରି କରିନାହିଁ।












Click it and Unblock the Notifications