ଗାଜାକୁ ଦଖଲ କରିବା ଲାଗି ଇସ୍ରାଏଲ ଆରମ୍ଭ କଲା ଅଭିଯାନ ଆରମ୍ଭ

ପାଲେଷ୍ଟାଇନର ଗାଜା ସହରକୁ ଦଖଲ କରିବା ଲାଗି ଇସ୍ରାଏଲ ଅଭିଯାନ ଆରମ୍ଭ କରିଛି। ଇସ୍ରାଏଲର ଗାଜା ବିଜୟ ଅଭିଯାନକୁ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟ୍‌ଜ ଅନୁମୋଦନ କରିଛନ୍ତି। ଅଭିଯାନକୁ କାର୍ଯ୍ୟକାରୀ କରିବା ଲାଗି ଦେଶର ୬୦ହଜାର ସଂରକ୍ଷିତ (ରିଜର୍ଭ) ସୈନିକଙ୍କୁ ଡକାଯାଇଛି। ଇସ୍ରାଏଲ ଓ ହମାସ ଯୁଦ୍ଧର ଅସ୍ତ୍ରବିରତି ନିମନ୍ତେ କଥାବାର୍ତ୍ତା ଚାଲିଥିବାବେଳେ ଇସ୍ରାଏଲ ଏହି ବିଜୟ ଅଭିଯାନ ଆରମ୍ଭ କରିଛି।

Israeli invasion of the Gaza Strip

ବିଜୟ ଅଭିଯାନ ଆରମ୍ଭ କରିବାର କାରଣ ହେଉଛି ଅସ୍ତ୍ରବିରତି ନିମନ୍ତେ ହମାସ ସଂଗଠନ ଉପରେ ଚାପ ପକାଇବା। ଇସ୍ରାଏଲ ଓ ହମାସ ଯୁଦ୍ଧରେ କାତାରା ମଧ୍ୟସ୍ଥତା କରୁଛି। ଅସ୍ତ୍ରବିରତି ପାଇଁ ଇସ୍ରାଏଲ ଏହାର ସମସ୍ତ ପଣବନ୍ଦୀଙ୍କ ମୁକ୍ତି ପାଇଁ ଦାବି କରିଛି। ଅନ୍ୟପଟେ ହମାସ କହିଛି ଯେ ଅସ୍ତ୍ରବିରତି ସମୟରେ ଇସ୍ରାଏଲ ଦ୍ବାରା ବନ୍ଦୀଥିବା ପାଲେଷ୍ଟାଇନ ନାଗରିକଙ୍କୁ ମୁକ୍ତ କରାଯିବ। ଏହା ସହିତ ଗାଜାରେ ମାନବିକ ସହାୟତାକୁ ଇସ୍ରାଏଲ ଅନୁମତି ଦେବ।

ଗାଜା ସହରକୁ ଦଖଲ କରିବା ଲାଗି ଇସ୍ରାଏଲ ଗତ ସପ୍ତାହଠାରୁ ଯୋଜନା କରିଥିବା ଜଣାଯାଇଛି। କାରଣ ଗାଜାବାସୀଙ୍କୁ ଦକ୍ଷିଣ ଗାଜାକୁ ସ୍ଥାନାନ୍ତର ଲାଗି ଇସ୍ରାଏଲ ସୈନ୍ୟ ନିର୍ଦେଶ ଦେଇଥିଲେ। ତେବେ ଇସ୍ରାଏଲର ଏପରି ଯୋଜନାକୁ ଇଜିପ୍ଟ ନାପସନ୍ଦ କରିଛି। ଇଜିପ୍ଟ କହିଛି ଯେ ଇସ୍ରାଏଲର ଏପରି ପଦକ୍ଷେପ ଅନ୍ୟାୟ।

୨୦୨୩ ଅକ୍ଟୋବର ୭ରୁ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଏହି ଯୁଦ୍ଧରେ ଗାଜାରେ ୬୧,୯୪୪ଜଣ ପାଲେଷ୍ଟାଇନ ନାଗରିକଙ୍କର ମୃତ୍ୟୁ ହେଲାଣି। ଏହା ସହିତ ୧,୫୫,୮୮୬ଜଣ ଆହତ ହେଲେଣି ବୋଲି ଗାଜା ସ୍ବାସ୍ଥ୍ୟ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ। ଯୁଦ୍ଧଜନିତ ଦୁର୍ଭିକ୍ଷ, ଅନାହାର ଯୋଗୁଁ ୧୧୦ଜଣ ଶିଶୁଙ୍କ ସମେତ ୨୫୮ଜଣଙ୍କର ମୃତ୍ୟୁ ହେଲାଣି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+