ଇସ୍ରାଏଲ ପାଲେଷ୍ଟାଇନ ଯୁଦ୍ଧ ; ମୃତ୍ୟୁ ତାଣ୍ଡବ ରାଚୁଛି ଯୁଦ୍ଧ, ସ୍କୁଲ ଉପରେ ଆକ୍ରମଣ ୧୦୦ ମୃତ ଅନେକ ଆହତ
ଯୁଦ୍ଧ ରଚୁଛି ମୃତ୍ୟୁ ତାଣ୍ଡବ । ନିହୁର ଲୋକଙ୍କ ଯାଉଛି ଜୀବନ । ଗାଜାର ଦାରାଜ ଜିଲ୍ଲାରେ ଥିବା ଏକ ସ୍କୁଲଗୁ ଟାର୍ଗେଟ୍ କରି ଏୟାର ଷ୍ଟ୍ରାଇକ୍ କଲା ଇସ୍ରାଏଲ। ଏଥିରେ ୧୦୦ରୁ ଅଧିକ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଛି। ସେହିପରି ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି।

ଶନିବାର ସକାଳେ ଗାଜାର ଅଲ-ସହାବା ଅଞ୍ଚଳରେ ଥିବା ଅଲ-ତବଇନ୍ ସ୍କୁଲ ଉପରେ ଇସ୍ରାଏଲ ଆକ୍ରମଣ କରିଛି। ଏଥିରେ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ଗାଜାର ନାଗରିକ ସୁରକ୍ଷା ଏଜେନ୍ସି ଦାବି କରିଛି। ଏଜେନ୍ସି ମୁଖପାତ୍ର ମହମୁଦ ବସଲ କହିଛନ୍ତି, 'ମୃତ୍ୟୁ ସଂଖ୍ୟା ୯୦ରୁ ୧୦୦ ମଧ୍ୟରେ ରହିଛି। ଅନେକ ଲୋକ ଆହତ ହୋଇଛନ୍ତି।'
ପାଲେଷ୍ଟାଇନ ନ୍ୟୁଜ୍ ଏଜେନ୍ସି WAFA ଅନୁଯାୟୀ, ଏହି ସ୍କୁଲରେ ପାଲେଷ୍ଟାଇନର ବିସ୍ଥାପିତ ସାଧାରଣ ନାଗରିକମାନେ ଆଶ୍ରୟ ନେଇଥିଲେ। ଏହା ଉପରେ ଇସ୍ରାଏଲ ତିନୋଟି ରକେଟ୍ ମାଡ କରିଛି। ଏହି ସମୟରେ ସେମାନେ ନମାଜ ପଢ଼ୁଥିଲେ।'
କୁହାଯାଉଛି ଯେ, ଇସ୍ରାଏଲର ଏୟାରଷ୍ଟ୍ରାଇକ୍ ଯୋଗୁ ପୂରା ସ୍କୁଲରେ ଭୟଙ୍କର ଭାବେ ନିଆଁ ଲାଗି ଯାଇଥିଲା। ସ୍କୁଲ ଭିତରେ ଫଶି ରହିଥିବା ପାଲେଷ୍ଟାଇନବାସୀଙ୍କୁ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଏହାପୂର୍ବରୁ ଅଗଷ୍ଟ ୪ ତାରିଖରେ ମଧ୍ୟ ଗାଜା ସହରରେ ବିସ୍ଥାପିତଙ୍କ ପାଇଁ ଆଶ୍ରୟସ୍ଥଳ ରୂପେ ବ୍ୟବହାର କରାଯାଉଥିବା ଦୁଇଟି ସ୍କୁଲ ଉପରେ ଇସ୍ରାଏଲ ରକେଟ୍ ହମ୍ଲା କରିଥିଲା। ଏଥିରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ।












Click it and Unblock the Notifications