ପୁଣି ଗାଜାରେ ଇସ୍ରାଏଲ୍ କଲା ଭୟଙ୍କର ଏୟାରଷ୍ଟ୍ରାଇକ୍, ୨୯ ପାଲେଷ୍ଟିନୀ ମୃତ
ଇସ୍ରାଏଲ୍- ଗାଜା ଯୁଦ୍ଧ ବନ୍ଦ କରିବା ଲକ୍ଷ୍ୟରେ ଗତବର୍ଷ ଅକ୍ଟୋବରରେ ଅସ୍ତ୍ରବିରତି କାର୍ଯ୍ୟକାରୀ ହୋଇଥିଲା। ଏହା ସତ୍ତ୍ୱେ ଇସ୍ରାଏଲୀ ସେନା ଶନିବାର ଗାଜା ଉପରେ ଆକ୍ରମଣ କରିଛି। ଏଥିରେ ଅନୂ୍ୟନ ୨୯ ଜଣ ପାଲେଷ୍ଟିନୀୟ ନିହତ ହୋଇଛନ୍ତି। ଅସ୍ତ୍ରବିରତି ଲାଗୁ ହେବା ପରେ ଏହା ଆକ୍ରମଣଜନିତ ସର୍ବାଧିକ ମୃତ୍ୟୁ ଘଟଣା।

ହମାସ୍ ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ନେଇ ଶୁକ୍ରବାର ଇସ୍ରାଏଲ୍ ଅଭିଯୋଗ କରିଥିଲା। ଏହାର ଜବାବରେ ଇସ୍ରାଏଲୀ ସେନା ଗାଜାର ଅସ୍ଥାୟୀ ଶିବିର, ଆପାର୍ଟମେଣ୍ଟ ବିଲ୍ଡିଂ ଏବଂ ଥାନା ସମେତ ବିଭିନ୍ନ ସ୍ଥାନରେ ଆକ୍ରମଣ କରିଛି। ଦିନକ ପୂର୍ବରୁ ଇଜିପ୍ଟ ସୀମାନ୍ତ ରାଫାହ କ୍ରସିଂରେ ମଧ୍ୟ ଇସ୍ରାଏଲ୍ ଆକ୍ରମଣ କରିଥିଲା।












Click it and Unblock the Notifications