israel-iran war ; ଯୁଦ୍ଧ ଭିତରେ ଝଟକା, ବଢ଼ିଲା ତେଲ ଦର

ଭୟଙ୍କର ହୋଇଛି ଇସ୍ରାଏଲ ଇରାନ ଯୁଦ୍ଧ। ଯାହା ପାଇଁ ସାରା ବିଶ୍ବ ଏବେ ଚିନ୍ତାରେ । ଇସ୍ରାଏଲ ଉପରେ ଇରାନର ୪୦୦ ମିଶାଇଲ ମାଡ ପରେ ଏତେ ତେଲ ବଜାରରେ ନିଆଁ । ଅଶୋଧିତ ତେଲ ବଜାରରେ ଆଶଙ୍କା ଯୋଗୁ ଏବେ ଦର ୫% ବୃଦ୍ଧି ହୋଇଛି । ଯୁଦ୍ଧ ଘନେଇ ଥିବାରୁ ଏହା ବିଶ୍ୱର ତୈଳ ବଜାରରୁ କ୍ଷତିଗସ୍ତ କରିବ ବୋଲି ଆଶଙ୍କା କରାଯାଉଛି । ଏବେ ଡବ୍ଲ୍ୟୁଟିଆଇ ବର୍ଗର ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୫% ବୃଦ୍ଧି ହେବା ଯୋଗୁ ୭୧ ଡଲାର ଛୁଇଁଛି ।

israel-iran war

ପୂର୍ବରୁ ବ୍ରେଣ୍ଟ ବର୍ଗର ଅଶୋଧିତ ତେଲ ଦର ୨.୭% ହ୍ରାସ ହୋଇଥିବା ବେଳେ ଏହା ଏବେ ବ୍ୟାରେଲ ପିଛା ୭୫ ଡଲାର ଟପିଛି । ତୈଳ ଯୋଗାଣକାରୀ ଦେଶ ସମୂହ ଓପିଇସିର ସକ୍ରିୟ ସଦସ୍ୟ ଇରାନ ଏବେ ଯୁଦ୍ଧମୁଖା ହୋଇଥିବାରୁ ଏହା ତେଲ ଯୋଗାଣକୁ ପ୍ରଭାବିତ କରିବ ବୋଲି ବିଶେଷଜ୍ଞ ଆଶଙ୍କା କରୁଛନ୍ତି । ଏହି ଅଞ୍ଚଳରେ ଇରାନ ଏକ ପ୍ରମୁଖ ତେଲ ଉତ୍ପାଦନକାରୀ ଦେଶ ।

କାରଣ ଏହି ଏରିଆରୁ ବିଶ୍ୱର ଏକ ତୃତୀୟାଂଶ ତେଲ ଯୋଗାଣ ହୋଇଥାଏ । ରିଥୋଲଜ ୱେଲଥ ମ୍ୟାନେଜମେଣ୍ଟର ମୁଖ୍ୟ ବଜାର ଷ୍ଟ୍ରାଟେଜିଷ୍ଟ କ୍ୟାଲି କକ୍ସ କହିଛନ୍ତି, ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ବଜାରକୁ ପ୍ରଭାବିତ କରି ଢ଼େର ଆଶଙ୍କା ରହିଛି । ଏଭଳି ସ୍ଥିତିରେ ତେଲ ଦର, ବଣ୍ଡ୍‌ ମୂଲ୍ୟ, ସୁନା ଉଦ୍ଧ୍ୱର୍ଗାମୀ ହେବାକୁ ଥିବା ଥିବା ଷ୍ଟକ ମୂଲ୍ୟ କମିବ । ଯୁଦ୍ଧ ଯୋଗୁ ବଜାର ଉପରେ ପୂର୍ବରୁ ପ୍ରଭାବ ରହିଛି । ମାତ୍ର ବର୍ତ୍ତମାନର ଆକ୍ରମଣ ବଜାର ପାଇଁ ବେଶି ଚିନ୍ତା ବଢ଼ାଇଛି ।

ସ୍ଥିତି ବିଗିଡିଲେ ଇନ୍ଧନ ଦର ଆହୁରି ବଢ଼ିଯିବ ବୋଲି ଲିନଭେଷ୍ଟ୨୧ ଡଟ୍‌ ଏଆଇର ସିଇଓ ଡେଭିଡ ଲିନ୍‌ କହିଛନ୍ତି । ପୁଞ୍ଜି ବଜାର କଥା ବିଚାରକୁ ନେଲେ ଏସ୍‌ଆଣ୍ଡପି ୫୦୦ ଇଣ୍ଡେକ୍ସ ଦିନ ମଧ୍ୟ ୧.୪% ହ୍ରାସ ହୋଇଛି । ଆପଲ, ଏନ୍‌ଭିଡିଆ ଏବଂ ମାଇକ୍ରୋସଫ୍ଟ ଭଳି ଟେକ୍ନୋଲୋଜି କମ୍ପାନି ଗୁଡିକର ଶେୟାର କାରବାର ଖସିଛି । ତେଲ ଦର ବଢ଼ିଲେ ଏହାକୁ ନେଇ ମୁଦ୍ରାସ୍ଫୀତି ତେଜିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+