ବଢ଼ିଲା ଇସ୍ରାଏଲ ଇରାନ ବିବାଦ; ଭାରତୀୟ ନାଗରିକ ମାନଙ୍କ ପାଇଁ ସତର୍କ ସୂଚନା ଜାରି କଲା ଭାରତୀୟ ଦୂତାବାସ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧର ଭୟ ଆହୁରି ବୃଦ୍ଧି ପାଇଛି। ମଧ୍ୟପ୍ରାଚ୍ୟରେ ପରିସ୍ଥିତି ଅଶାନ୍ତ ହେବାରେ ଲାଗିଛି। ହମାସ ଏବଂ ହିଜବୁଲ ସର୍ବୋଚ୍ଚ ନେତାଙ୍କ ମୃତ୍ୟୁ ପରେ ଇରାନ ଏବଂ ଏହାର ସମର୍ଥିତ ଗୋଷ୍ଠୀ ଇସ୍ରାଏଲ ଉପରେ ଡାଇରେକ୍ଟ ଆଟାକ୍ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଲେବାନନ ଏବଂ ଇସ୍ରାଏଲରେ ରହୁଥିବା ଭାରତୀୟଙ୍କୁ ସତର୍କ କରାଇଛି ଦୂତାବାସ।

Israel-Iran

ଭାରତୀୟ ଦୂତାବାସ କହିଛି ଯେ ଦେଶର କୌଣସି ସ୍ଥାନରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ଆଶ୍ରୟ ଗୃହଗୁଡିକ ନିକଟରେ ରୁହନ୍ତୁ । ଆମେ ଇସ୍ରାଏଲ୍ ସରକାରଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛୁ ଏବଂ ଆମ ନାଗରିକଙ୍କ ସୁରକ୍ଷା ପାଇଁ ମୁହୂର୍ତ୍ତରୁ ପରିସ୍ଥିତି ଉପରେ ନଜର ରଖିଛୁ। କୌଣସି ଜରୁରୀକାଳୀନ ପରିସ୍ଥିତିରେ, ଆପଣ 24 ଘଣ୍ଟା ଦୂତାବାସ ସହିତ ଯୋଗାଯୋଗ କରିପାରିବେ । ଏଥିପାଇଁ ଯୋଗାଯୋଗ ନମ୍ବର ହେଉଛି 972-547520711 ଏବଂ 972-543278392 । ଏହା ବ୍ୟତୀତ ସେମାନେ ଦୂତାବାସର ୱେବସାଇଟ୍ ସହିତ ମଧ୍ୟ ଯୋଗାଯୋଗ କରିପାରିବେ |

ଏପଟେ ଏୟାର ଇଣ୍ଡିଆ ଇସ୍ରାଏଲର ତେଲ୍ ଆଭିଭକୁ ବିମାନ ଚଳାଚଳ ସ୍ଥଗିତ ରଖିଛି। ଅଗଷ୍ଟ 8 ପର୍ଯ୍ୟନ୍ତ ତେଲ୍ ଆଭିଭକୁ ଏୟାର ଇଣ୍ଡିଆର କୌଣସି ବିମାନ ଉଡ଼ିବ ନାହିଁ।

ମଧ୍ୟପ୍ରାଚ୍ୟରେ ଏହି ବିବାଦ ହମାସ ଏବଂ ହିଜବୁଲର ସର୍ବୋଚ୍ଚ ନେତାଙ୍କ ହତ୍ୟା ପରେ ସୃଷ୍ଟି ହୋଇଛି। ହିଜବୁଲର ସର୍ବୋଚ୍ଚ ନେତା ଫୁଆଦ ଶୁକରଙ୍କୁ ଲେବାନନରେ ଏୟାର ଷ୍ଟ୍ରାଇକ କରି ହତ୍ୟା କରିଥିଲା ଇସ୍ରାଏଲ। ଏହାର କିଛି ଘଣ୍ଟା ପରେ ହମାସର ସର୍ବୋଚ୍ଚ ନେତା ଇସମାଇନ ହାନିୟାଙ୍କୁ ହତ୍ୟା କରା ଯାଇଥିଲା।

ହାନିୟା ଇରାନର ନବନିର୍ବାଚିତ ରାଷ୍ଟ୍ରପତିଙ୍କ ଶପଥ ଉତ୍ସୋବରେ ଯୋଗଦେଇ ଫେରିବା ପରେ ଇରାନ ରାଜଧାନୀ ତେହରନରେ ହିଁ ତାଙ୍କୁ ହତ୍ୟା କରାଯାଇଥିଲା। କିନ୍ତୁ ଏଥିପାଇଁ ଇସ୍ରାଏଲ ନିଜକୁ ଦାୟୀ କରିନଥିଲେ ମଧ୍ୟ ଇରାନ ଏବଂ ଏହାର ସମର୍ଥିତ ସଂଗଠନଗୁଡିକ ସିଧା ସଳଖ ଇସ୍ରାଏଲ ଉପରେ ଦୋଷ ଲଦିଛନ୍ତି। କିନ୍ତୁ ଇସ୍ରାଏଲ ଏହାକୁ ଖଣ୍ଡନ କରିନାହିଁ।

ଅନ୍ୟପଟେ, ଇରାନର ସର୍ବୋଚ୍ଚ ନେତା ଅୟତୋଲ୍ଲା ଅଲି ଖାମେନି କହିଛନ୍ତି ଆମ ବନ୍ଧୁଙ୍କୁ ହତ୍ୟା କରିବାର ପରିଣାମ ଇସ୍ରାଏଲକୁ ଭୋଗିବାକୁ ପଡିବ। ଇରାନ ଏହାର ସମର୍ଥିତ ସଂଗଠନ ଲେବାନାନର ହିଜବୁଲ, ଇରାକର ଇସଲାମିକ ଜିହାଦ, ୟେମେନର ହୁତି ଏବଂ ସିରିଆର ଶିଆ ଗୋଷ୍ଠୀ ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତି ଚଳାଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ମଧ୍ୟ ଇରାନକୁ ଧମକ ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+