Israel-Hamas War: ହମାସ ମୁଖ୍ୟଙ୍କ ଘରକୁ ଘରିଲା ଇସ୍ରାଏଲ
Israel-Hamas War: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଦାବି କରିଛନ୍ତି ଯେ ଦକ୍ଷିଣ ଗାଜାର ଖାନ ୟୁନିସରେ ହମାସ ନେତା ୟାହିଆ ଅଲ-ସିନୱାରଙ୍କ ଘର ଇସ୍ରାଏଲ ସେନାଙ୍କ ଦ୍ୱାରା ଘେରାଉ କରାଯାଇଛି । Yahya Sinwarଙ୍କୁ ହମାସର ବିଲ୍ ଲାଡେନ୍ ବୋଲି କୁହାଯାଏ । ଯଦି ତାଙ୍କୁ ହତ୍ୟା କରାଯାଏ, ତେବେ ଏହା ହାମାସ ପାଇଁ ସବୁଠାରୁ ବଡ କ୍ଷତି କବିବା ଭୁଲ ହେବ ନାହିଁ । ଏହା ସହିତ ଖବର ଏହା ମଧ୍ୟ ରହିଛି ଯେ, Yahya Sinwarକୁ ଧରିବା ପାଇଁ ଇସ୍ରାଏଲ ବର୍ତ୍ତମାନ ଦକ୍ଷିଣ ଗାଜାରେ ପ୍ରବଳ ବୋମା ବିସ୍ଫୋରଣ କରୁଛି ।
ନେତାନ୍ୟାହୁ କହିଛନ୍ତି ଯେ, ଗତକାଲି ରାତିରେ ମୁଁ କହିଥିଲି ଯେ ଆମର ସୈନ୍ୟବାହିନୀ ଗାଜା ଅଞ୍ଚଳର ଯେକୌଣସି ସ୍ଥାନକୁ ଯାଇପାରିବେ। ସେ କହିଛନ୍ତି, "ସେମାନେ ବର୍ତ୍ତମାନ ସିନୱାରଙ୍କ ଘରକୁ ଘେରି ରହିଛନ୍ତି। ସେ କେଉଁ ମୂହୁର୍ତ୍ତରେ ମଧ୍ୟ ତାଙ୍କ ଘର ଛାଡି ଚାଲିଯାଇ ପାରନ୍ତି । ହେଲେ ତାଙ୍କୁ ଧରିବା ପାଇଁ ବର୍ତ୍ତମାନ ଉଦ୍ୟମ ଜାରି ରହିଛି ।

ଦକ୍ଷିଣ ଘାଜା ଅଞ୍ଚଳର ବାସିନ୍ଦାମାନେ କହିଛନ୍ତି ଯେ, ସିନୱାରଙ୍କ ଘର ନିକଟରେ ଇସ୍ରାଏଲ୍ ଟ୍ୟାଙ୍କ ଦେଖିବାକୁ ମିଳିଥିଲା, କିନ୍ତୁ ସିନୱାର ତାଙ୍କ ଘରେ ଅଛନ୍ତି କି ନାହିଁ ତାହା ଜଣା ପଡିନାହିଁ। କାରଣ, ଏକ ରିପୋର୍ଟ ଅନୁସାରେ, ଇସ୍ରାଏଲ କହିଛି ପୂର୍ବରୁ କହିଥିଲା ଯେ, ଅନେକ ହାମାସ ନେତା ଓ ଯୋଦ୍ଧା ଅଣ୍ଡରଗ୍ରାଉଣ୍ଡ ଟନେଲରେ ଲୁଚି ରହିଛନ୍ତି ।
ବୁଧବାର ସୁଦ୍ଧା ଗାଜାରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମୃତ୍ୟୁସଂଖ୍ୟା 16,200 ରୁ ଅଧିକ ହୋଇଥିବାବେଳେ 42,000 ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଜାତିସଂଘ ଚାର୍ଟରର ଧାରା 99 ରେ କୁହାଯାଇଛି ଯେ ସେକ୍ରେଟେରୀ ଜେନେରାଲ ପରିଷଦକୁ ସୂଚନା ଦେଇପାରନ୍ତି ଯାହାକୁ ସେ ଅନ୍ତର୍ଜାତୀୟ ଶାନ୍ତି ଏବଂ ନିରାପତ୍ତା ପାଇଁ ବିପଦ ବୋଲି ବିବେଚନା କରନ୍ତି।
ମିଳିତ ଜାତିସଂଘ ସୁରକ୍ଷା ପରିଷଦର 15 ଜଣ ସଦସ୍ୟଙ୍କୁ ଲେଖିଥିବା ଚିଠିରେ କୁହାଯାଇଛି ଯେ ଦୁଇ ମାସର ଯୁଦ୍ଧ ପରେ ଗାଜାର ମାନବିକତା ଧ୍ୱଂସ ହେବାର ଆଶଙ୍କା ରହିଛି । ସାଧାରଣ ନାଗରିକଙ୍କୁ ଅଧିକ କ୍ଷତିରୁ ରକ୍ଷା କରିବାକୁ ଚେଷ୍ଟା କରାଯାଉଛି ।












Click it and Unblock the Notifications