Get Updates
Get notified of breaking news, exclusive insights, and must-see stories!

ବଢିଲା ମେନକା ଗାନ୍ଧିଙ୍କ ଅଡୁଆ: ଇସ୍କନ ପଠାଇଲା ୧୦୦ କୋଟିର ମାନହାନୀ ନୋଟିସ୍

ନୂଆଦିଲ୍ଲୀ: ଇସ୍କନ ସଂସ୍ଥା ବିରୋଧରେ ଆପତ୍ତିଜନକ ବୟାନ ଦେଇ ଅଡୁଆରେ ମେନକା ଗାନ୍ଧି । ଇସ୍କନ ପଠାଇଲା ୧୦୦ କୋଟିର ମାନହାନୀ ନୋଟିସ୍ । ତେବେ ମେନକା ଗାନ୍ଧିଙ୍କ ମନ୍ତବ୍ୟ ଭକ୍ତ ଏବଂ ଶୁଭେଚ୍ଛୁମାନଙ୍କୁ ଆଘାଟ ଦେଇଛି ବୋଲି ଇସ୍କନ ପକ୍ଷରୁ ଦାବି କରାଯାଇଛି ।


ସୂଚନା ଅନୁସାରେ, ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଥିଲେ ମେନକା ଗାନ୍ଧି । ଯେଉଁଥିରେ ସେ କହିଥିଲେ ଯେ, ISKCON ନିଜ ଗୋଶାଳାରୁ ସର୍ବାଧିକ ଗାଈମାନଙ୍କୁ କଂସେଇକୁ ବିକ୍ରି କରୁଛି । ହେଲେ ବିଜେପି ସାଂସଦଙ୍କ ଅଭିଯୋଗକୁ ଅର୍ଥହୀନ ବୋଲି କହିଛି ଇସ୍କନ ।

maneka gandhi

ସେ ଆହୁରି କହିଥିଲେ ଯେ, 'ମୁଁ ନିକଟରେ ଆନ୍ଧ୍ରପ୍ରଦେଶ ସ୍ଥିତ ଇସ୍କନର ଅନନ୍ତପୁର ଗୋଶାଳାକୁ ଯାଇଥିଲି ସେଠାରେ ମୋତେ ଗୋଟେ ବି ଗାଈ ଠିକ୍ ସ୍ଥିତିରେ ରହିଥିବାର ଦେଖିବା ପାଇଁ ମିଳିଲା ନାହିଁ । ସେଠାରେ ଗୋଟିଏ ବାଛୁରୀ ମୋତେ ଦେଖିବା ପାଇଁ ମିଳିଲା ନାହିଁ । ଏହାର ଅର୍ଥ ସେ ସବୁ ବିକ୍ରି କରି ସାରିଥିଲେ । ଇସ୍କନ ହେଉଛି ଦେଶର ଏକ ବଡ଼ ସଂସ୍ଥା ଯିଏ ଗୋଆଶ୍ରସ୍ଥଳୀ ରକ୍ଷଣାବେକ୍ଷଣ ନାଁରେ ସରକାରଙ୍କ ଠାରୁ ବିପୁଣ ଜମି ସହ ଅନେକ ଲାଭ ପାଇଥାଏ ହେଲେ ଏ ଗୋଶାଳାରୁ ଗାଈ ମାନଙ୍କୁ ନିଆଯାଇ ବିକ୍ରି କରାଯାଉଛି ।

ସେହିପରି ସଂସ୍ଥା ତରଫରୁ କୁହାଯାଇଥିଲା ଯେ, ଇସ୍କନ ଦିକ୍ଷୀତାମାନେ ଯେତିକି ଗୋ ସେବା କରିଥାନ୍ତି ଅନ୍ୟ କେହି ସେତିକି କରନ୍ତି ନାହିଁ । ଯାହା ଉପରେ ପୁଣି ପ୍ରତିଉତ୍ତର ରଖିଛନ୍ତି ମେନକା ଗାନ୍ଧି । ସେ ସଂସ୍ଥାକୁ କଟାକ୍ଷ କରି କହିଥିଲେ, ଏମାନେ ରାସ୍ତାରେ ବୁଲି କୃଷ୍ଣ ନାମ ଜପ କରନ୍ତି । ଏହା ସହ ଇସ୍କନ ଦିକ୍ଷୀତମାନେ ଦାବି କରିଥାଆନ୍ତି ଯେ, ତାଙ୍କ ଜୀବନ କ୍ଷୀର ଉପରେ ନିର୍ଭରଶୀଳ ହେଲେ ଏହି ସଂସ୍ଥା ତରଫରୁ ସର୍ବାଧିକ ଗାଈ କଂସେଇକୁ ବିକ୍ରି କରାଯାଉଛି ।

ତେବେ ଏହି ଅଭିଯୋଗକୁ ମିଥ୍ୟା ଓ ଭିତ୍ତିହୀନ୍ ବୋଲି ଇସ୍କନ ପକ୍ଷରୁ ଦାବି କରାଯାଇଥିଲା । ଏପରି ଭିତ୍ତିହୀନ ମନ୍ତବ୍ୟ ପାଇଁ ମେନକା ଗାନ୍ଧିଙ୍କ ବିରୋଧରେ ଇସ୍କନ ପକ୍ଷରୁ ୧୦୦କୋଟି ଟଙ୍କା ମାନହାନୀ ନୋଟିସ୍ ପଠାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+