ପଞ୍ଜାବରେ ISI ସମର୍ଥିତ ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାଶ, ଅମୃତସରରେ ଦୁଇ ଅଭିଯୁକ୍ତ ଗିରଫ, AK-47 ଏବଂ ଗ୍ଲକ୍ ପିସ୍ତଲ ଜବତ
ପଂଜାବର ଅମୃତସର୍ ଗ୍ରାମୀଣ ପୁଲିସ ପାକିସ୍ତାନ ଗୁଇନ୍ଦା ସଂସ୍ଥା 'ଆଇଏସ୍ଆଇ' ସମର୍ଥିତ ଆତଙ୍କବାଦୀ ମଡ୍ୟୁଲର ଓ ସୀମା ପାର ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ମଡ୍ୟୁଲର ପର୍ଦ୍ଦାଫାସ କରିଛି। ପୁଲିସ ଦୁଇଜଣଙ୍କୁ ଗିରଫ କରିବା ସହିତ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରିଛି।

ଜବତ ଅସ୍ତ୍ରଶସ୍ତ୍ରରେ ମାଗାଜିନ ସହିତ ଗୋଟିଏ ଏକେ-୪୭ ରାଇଫଲ, ୩୬ଟି କ୍ୟାଟ୍ରିଜ୍ ଓ ତିନିଟି ଅତ୍ୟାଧୁନିକ ୯ ଏମ୍ଏମ୍ ପିସ୍ତଲ ରହିଥିବା ପଞ୍ଜାବ ଡିଜିପି କହିଛନ୍ତି। ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତ ବିଦେଶୀ ହ୍ୟାଣ୍ଡଲରଙ୍କ ସହିତ ସାମାଜିକ ଗଣମାଧ୍ୟମ ଜରିଆରେ ଲିଙ୍କରେ ଥିବା ଜଣାପଡ଼ିଛି। ବିଦେଶୀ ମଡ୍ୟୁଲ ଉଗ୍ରବାଦୀ ଚିନ୍ତାଧାରା ଓ ଭାରତ ବିରୋଧୀ ପ୍ରଚାରରେ ସମ୍ପୃକ୍ତ ଥିବା ଜଣାପଡ଼ିଛି। ପୁଲିସ ଏକଏତଲା ରୁଜୁ କରି ଘଟଣାର ତଦନ୍ତ କରୁଛି।












Click it and Unblock the Notifications