Get Updates
Get notified of breaking news, exclusive insights, and must-see stories!

ଫାଶୀ ଦଣ୍ଡରୁ ମୁକ୍ତି ପାଇଲେ କେରଳର ନର୍ସ ନିମିଶା ପ୍ରିୟା !

ୟେମେନରେ ଫାଶୀ ଦଣ୍ଡରୁ ମୁକ୍ତି ପାଇଛନ୍ତି କେରଳର ନର୍ସ ନିମିଶା ପ୍ରିୟା । ୟେମେନ ନାଗରିକ ତଲାଲ ଆବଦୋ ମହଦିଙ୍କୁ ହତ୍ୟା ଅଭିଯୋଗରେ ତାଙ୍କୁ ଫାଶୀ ଦଣ୍ଡ ମିଳିଥିଲା । ହୁତି ବିଦ୍ରୋହୀ ଗୋଷ୍ଠୀ ପକ୍ଷରୁ ଏହାକୁ ପ୍ରତ୍ୟାହାର କରି ନିଆଯାଇଛି । ସୁନ୍ନି ନେତା କନ୍ଥପୁରମ ଏପି ଅବୁବକ୍କର ମୁସଲିଆରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୋମବାର ବିଳମ୍ବିତ ରାତିରେ ଏହି ଦାବି କରାଯାଇଛି । କିନ୍ତୁ ଏହି ମାମଲା ପରିଚାଳନା କରୁଥିବା ଭାରତୀୟ ଅଧିକାରୀଙ୍କ ପକ୍ଷରୁ ଏ ନେଇ କିଛି ସ୍ପଷ୍ଟ କରାଯାଇ ନାହିଁ ।

କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ଭୁଲ ସୂଚନା ସେୟାର କରୁଥିବା ସ୍ପଷ୍ଟ କରିଛି ବୈଦେଶିକ ମନ୍ତ୍ରଣାଳୟ । ଏପର୍ଯ୍ୟନ୍ତ ୟେମେନ ସରକାରଙ୍କ ପକ୍ଷରୁ ଏନେଇ କୌଣସି ବିଦ୍ଧିବଧ ଘୋଷଣା ହୋଇନି । କିଛି ସମୟ ପୂର୍ବରୁ ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡ ସମ୍ପୂର୍ଣ୍ଣ ରଦ୍ଦ ହୋଇଥିବା ଗ୍ରାଣ୍ଡ ମୁଫ୍ତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା । ୟେମେନର ରାଜଧାନୀ ସାନାରେ ଏକ ହାଇ ଲେଭଲ ମିଟିଂ ପରେ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଥିଲା । ଯାହାକୁ ନେଇ ସ୍ପଷ୍ଟୀକରଣ ରଖିଛି ଭାରତ ବୈଦେଶିକ ମନ୍ତ୍ରଣାଳୟ । ୟେମେନରେ ୨୦୧୭ ମସିହାରେ ହୋଇଥିବା ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କେରଳର ନର୍ସ ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡ ବାତିଲ ହୋଇଥିବା ଦାବିକୁ ମଙ୍ଗଳବାର ବୈଦେଶିକ ମନ୍ତ୍ରଣାଳୟ ଖାରଜ କରିଦେଇଛି ।

Nimisha

ସୂଚନାଯୋଗ୍ୟ, ନିମିଷା ପ୍ରିୟା କେରଳ ବାସିନ୍ଦା । ୨୦୧୧ ମସିହାରେ ନିମିଷା ଚାକିରି ଉଦ୍ଦେଶ୍ୟରେ ୟମେନ ଯାଇଥିଲେ । ସେଠାରେ ସେ ନର୍ସ ଚାକିରି କରି ରହିଥିବା ବେଳେ ତାଙ୍କ ସ୍ୱାମୀ ଓ ଝିଅ ବି ରହୁଥିଲେ । ମାତ୍ର ୨୦୧୪ ସେମାନେ ଭାରତ ଫେରି ଆସିଥିବା ବେଳେ ନିମିଷା ସେଠାରେ ରହି ଯାଇଥିଲେ । ଏହାପରେ ତଲାଲ ଓବଦା ମେହେଦି ନାମକ ନାଗରିକଙ୍କ ସହ ମିଶି ନିମିଷା ସେଠାରେ ଏକ କ୍ଲିନିକ ଖୋଲିଥିଲେ । ତଲାଲ କେରଳ ଆସିଥିବା ବେଳେ ନିମିଷାଙ୍କ ବାହାଘରର କିଛି ଫଟୋ ଚୋରାଇ ନେଇଥିଲେ । କିଛିଦିନ ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ଥିଲେ ହେଁ ପରେ ସେଥିରେ ଫାଟ ଦେଖାଦେଲା ।

ୟମେନ ଫେରିବା ପରେ ହସପିଟାଲର ସମସ୍ତ ପଇସା ତଲାଲ ରଖୁଥିଲେ । କ୍ଲିନିକର କାଗଜପତ୍ର ମଧ୍ୟ ଲୁଚାଇଦେଲେ । ନିମିଷାଙ୍କ ବିବାହ ଫଟୋରେ ମର୍ଫିଂ କରି ନିଜ ସ୍ତ୍ରୀ ବୋଲି କହିଥିଲେ ତଲାଲ । ତଲାଲ ଓବଦା ନିମିଷାଙ୍କ ପାସପୋର୍ଟ ରଖି ଦେଇଥିବା ବେଳେ ନିମିଷା ଏନେଇ ସେଠାକାର ଥାନାରେ ଅଭିଯୋଗ କରିଥିଲେ । ମାତ୍ର ଉଭୟ ପୋଲିସ ସ୍ବାମୀ ସ୍ତ୍ରୀଙ୍କ ଭିତରେ ଏହା ବ୍ୟକ୍ତିଗତ ମାମଲା ବୋଲି ତଲାଲ କହିବାରୁ ସେଠାକାର ପୋଲିସ ଉକ୍ତ ମାମଲାରେ ହସ୍ତକ୍ଷେପ କରିନଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+