ସ୍ଥଗିତ ରହିଲା NEET-UG କାଉନସେଲିଂ

NEET-UG Exam: ସ୍ଥଗିତ ରହିଲା NEET-UG କାଉନସେଲିଂ । ପ୍ରଶ୍ନ ପତ୍ର ଲିକକୁ ନେଇ ଜାରି ରହିଥିବା ବିବାଦ ମଧ୍ୟରେ ଆଜି ହେବାକୁ ଥିବା କାଉନସେଲିଂକୁ ସ୍ଥଗିତ ରଖାଯାଇଛି । NTA କାଉନସେଲିଂକୁ ସ୍ଥଗିତ ରଖିଛି । ତେବେ ଖୁବ୍ ଶୀଘ୍ର ନୂଆ ତାରିଖ ଘୋଷଣା କରାଯିବା ନେଇ ସୂଚନା ରହିଛି । ବର୍ତ୍ତମାନ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି ।

NEET-UG Exam

NEET-UG କାଉନସେଲିଂ ପରୀକ୍ଷା ପେପର୍ ଲିକ୍ ହେବା ପରେ ଅନେକ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବର୍ତ୍ତମାନ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ଗତକାଲି ସର୍ବୋଚ୍ଚ ନ୍ୟାୟଳୟ ଏହି ମାମଲା ନେଇ ବିଚାର କରିଥିଲେ ଏବଂ ପରୀକ୍ଷା ସ୍ଥଗିତ ନ କରିବା ପାଇଁ ରାୟ ଦେଇଥିଲେ ହେଲେ ଜାତୀୟ ପରୀକ୍ଷା ଏଜେନ୍ସି ପରୀକ୍ଷା ରଦ୍ଧ କରିବା ନେଇ ଘୋଷଣ କରିଛି ।

NEET UG ପରୀକ୍ଷାର ଫଳାଫଳ ପ୍ରକାଶ ପାଇବା ପରେ ସୂଚନା ମିଳିଥିଲା ଯେ, 67 ଜଣ ଛାତ୍ର ଏହି ପରୀକ୍ଷାରେ ଟପ୍ କରିଛନ୍ତି ଯାହା ଏକ ବଡ଼ ସଂଖ୍ୟା । ଶିକ୍ଷା ମନ୍ତ୍ରଣାଳୟ କହିଛି ଯେ ପ୍ରଥମ ଥର ପାଇଁ ଛାତ୍ରମାନେ ମୋଟ ମାର୍କ ପାଇଛନ୍ତି। ଅର୍ଥାତ୍ 67 ଛାତ୍ର 720 ମଧ୍ୟରୁ 720 ମାର୍କ ପାଇଛନ୍ତି । ଏହି ମାମଲାରେ ସୁପ୍ରିମକୋର୍ଟରେ 24ରୁ ଅଧିକ ମାମଲା ରୁଜୁ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+