ହୋଲି ପାଇଁ ଚାଲିବ ସ୍ପେସାଲ ଟ୍ରେନ୍
Special Train For Holi: ୨୫ ମାର୍ଚ୍ଚ ୨୦୨୪ରେ ସାରା ଦେଶରେ ହୋଲି ପାଳନ କରାଯିବ । ରଙ୍ଗର ଏହି ପର୍ବ ସମସ୍ତେ ନିଜ ପରିବାର ସହ ସେଲିବ୍ରେଟ୍ କରିବା ପାଇଁ ପସନ୍ଦ କରନ୍ତି । ନିଜ ଘରଠୁ ଦୂରରେ ରହୁଥିବା ଲୋକେ ଏହି ସମୟରେ ଘରକୁ ଫେରିବା ପାଇଁ ମନେ କରନ୍ତି । ହେଲେ ବେଳେ ବାଧକ ସାଜିଥାଏ ଟ୍ରେନ୍, ଫ୍ଲାଇଟ୍ ଟିକେଟ୍ । ହେଲେ ଏବେ ହୋଲିକୁ ନଜରରେ ରଖି ଭାରତୀୟ ରେଳବାଇ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଛି । ହୋଲି ପାଇଁ ଚାଲିବ ସ୍ୱତନ୍ତ୍ର ଟ୍ରେନ୍ ।

ଭାରତୀୟ ରେଳବାଇ ହୋଲିରେ 200 ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବା ନେଇ ଘୋଷଣା କରିଛି । ଯାହା ଦ୍ୱାରା ଯାତ୍ରୀ ମାନେ ସହଜର କନଫର୍ମ ଟିକେଟ୍ ପାଇପାରିବେ । ପୂର୍ବ କେନ୍ଦ୍ରୀୟ ରେଳବାଇର ସି.ଆର.ପି. ବିରେନ୍ଦ୍ର କୁମାର କହିଛନ୍ତି ଯେ ପୂର୍ବରୁ ଘୋଷିତ ଟ୍ରେନ୍ ବ୍ୟତୀତ ହୋଲି ଅବସରରେ ସହଜ ଯାତ୍ରା ପାଇଁ 20 ଯୁଗଳ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ।
ଏହାପୂର୍ବରୁ, 31 ଯୋଡି ସ୍ୱତନ୍ତ୍ର ଟ୍ରେନ୍ ବିଷୟରେ ସୂଚନା ଦିଆଯାଇଛି । ଏହିପରି ମୋଟ୍ 51 ଯୋଡି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ । ଆବଶ୍ୟକତା ଅନୁଯାୟୀ ଟ୍ରେନ୍ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇପାରିବ । ହୋଲି 2024କୁ ନଜରରେ ରଖି ପଶ୍ଚିମ ରେଳ ଏବଂ କେନ୍ଦ୍ରୀୟ ରେଳବାଇ ଦ୍ୱାରା ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଆରମ୍ଭ ହେବ ।
ବିହାର ଏବଂ ୟୁପି ଯାତ୍ରୀଙ୍କ ପାଇଁ ଛପ୍ରା ଅମୃତସର ସ୍ୱତନ୍ତ୍ର ଟ୍ରେନ୍, ନାଙ୍ଗାଲଡମ୍-ଲକ୍ଷ୍ନୌକୁ ସ୍ପେସାଲ ଟ୍ରେନ୍, ସାହାରା-ଅମ୍ବାଲା ସ୍ୱତନ୍ତ୍ର ଟ୍ରେନ୍, ଶ୍ରୀମତା ବୈଷ୍ଣୋ ଦେବୀ- ବାରାଣାସୀ ସ୍ୱତନ୍ତ୍ର ଟ୍ରେନ୍, ବାଥିନ୍ଦା-ବାରାଣାସୀ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳା କରିବ ।
ଏହା ବ୍ୟତୀତ ରାଞ୍ଚି-ଗୋରଖପୁର, ଶାଲିମର-ଦରଭଙ୍ଗା, ଟାଟା-ସାହାରା, ରାଞ୍ଚି-ଜୟନଗର, ରାଞ୍ଚି-ପୂର୍ଣ୍ଣିୟା ଜଙ୍କସନ, ଟାଟା-ବାରୁନି, ଅମ୍ବାଲା କ୍ୟାଣ୍ଟ-କାଟିହର, ସିକନ୍ଦରାବାଦ-ଦାରବଙ୍ଗା, ହାଇଦ୍ରାବାଦ-ପାଟନା, ଦୁର୍ଗା-ପାଟନା, ଆନନ୍ଦ ବିହାର ଟର୍ମିନାସ୍ ମୁଜାଫରପୁରକୁ ସ୍ପେସାଲ ଟ୍ରେଲ ଚଳାଚଳ କରିବ ।
ସେହିପରି ସୁରଟ- କରମାଲି ହୋଲି ସ୍ୱତନ୍ତ୍ର ଟ୍ରେନ୍, ସୁରଟ- ସୁବେଦରଗଞ୍ଜ ହୋଲି ସ୍ୱତନ୍ତ୍ର ଟ୍ରେନ୍, ପୁଣେ-ଦାନପୁର ସାପ୍ତାହିକ ସୁପରଫାଷ୍ଟ ସ୍ୱତନ୍ତ୍ର ଟ୍ରେନ୍, ଦାନପୁର-ପୁଣେ ସାପ୍ତାହିକ ସୁପରଫାଷ୍ଟ ସ୍ପେଶାଲ ଟ୍ରେନ୍, ବନାରସ-ଏଲଟିଟି ମୁମ୍ବାଇ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ ହୋଲି ପାଇଁ ଚଳାଚଳ କରିବ ।












Click it and Unblock the Notifications