ଭାରତ-ନେପାଳକୁ ଗଡିବ ପର୍ଯ୍ୟଟନ ଟ୍ରେନ , ଯାତ୍ରୀ ପିଛା 65 ହଜାର
ଭାରତରୁ ନେପାଳକୁ ଗଡିବ ପ୍ରଥମ ପର୍ଯ୍ୟଟନ ଟ୍ରେନ । 'ଭାରତ ଗୌରବ ଯୋଜନା' ଅଧିନରେ ଭାରତୀୟ ରେଳ କ୍ୟାଟେରିଂ ଏବଂ ପର୍ଯ୍ୟଟନ ନିଗମ ପର୍ଯ୍ୟଟନ ଟ୍ରେନ ଜରିଆରେ ଦୁଇ ଦେଶକୁ ଯୋଡିବ । IRCTC ପର୍ଯ୍ୟଟନ ଟ୍ରେନ ମାଧ୍ୟମରେ ଦୁଇ ଦେଶକୁ ଯୋଡିବାକୁ ଥିବା ପ୍ରଥମ ଭାରତୀୟ ଏଜେନ୍ସ
ନୂଆଦିଲ୍ଲୀ: ଭାରତରୁ ନେପାଳକୁ ଗଡିବ ପ୍ରଥମ ପର୍ଯ୍ୟଟନ ଟ୍ରେନ । 'ଭାରତ ଗୌରବ ଯୋଜନା' ଅଧିନରେ ଭାରତୀୟ ରେଳ କ୍ୟାଟେରିଂ ଏବଂ ପର୍ଯ୍ୟଟନ ନିଗମ ପର୍ଯ୍ୟଟନ ଟ୍ରେନ ଜରିଆରେ ଦୁଇ ଦେଶକୁ ଯୋଡିବ । IRCTC ପର୍ଯ୍ୟଟନ ଟ୍ରେନ ମାଧ୍ୟମରେ ଦୁଇ ଦେଶକୁ ଯୋଡିବାକୁ ଥିବା ପ୍ରଥମ ଭାରତୀୟ ଏଜେନ୍ସି ହେବ ।

ଆଇଆଇସିଟିସି ବିବୃତ୍ତି ଅନୁଯାୟୀ, ପ୍ରଭୁ ରାମଙ୍କ ଜୀବନ ସହ ଜଡିତ ତୀର୍ଥସ୍ଥଳଗୁଡିକର ଯାତ୍ରା ପାଇଁ ପ୍ରଥମ ରାମାୟଣ ଯାତ୍ରା ସର୍କିଟ ଟ୍ରେନ ଆସନ୍ତା 21 ତାରିଖରୁ ନୂଆଦିଲ୍ଲୀର ସଫଦରଜଙ୍ଗ ରେଳ ଷ୍ଟେସନରୁ ନେପାଳ ଅଭିମୁଖେ ଯାତ୍ରା କରିବ । ଦୀର୍ଘ 8 ହଜାର କିଲୋମିଟର ରାସ୍ତା ପାର୍ କରି ନେପାଳରେ ପହଞ୍ଚିବ ଏହି ଟ୍ରେନ ।
ଏହା ଯାତ୍ରୀଙ୍କୁ ନେପାଳର ଜନକପୁରରେ ଥିବା ରାମଜନକୀ ମନ୍ଦିର ପରିଦର୍ଶନ କରାଇବ । ଏହି ଟ୍ରେନରେ 600 ଯାତ୍ରୀଙ୍କ ବସିବାର ସୁବିଧାର ରହିଛି । ଏହା ଅଯୋଧ୍ୟା, ବକ୍ସର, ଜନକପୁର, ସୀତାମଢି, କାଶି, ପ୍ରୟାଗ, ଚିତ୍ରକୋଟ, ନାସିକ, ହାମ୍ପି, ରାମେଶ୍ବରମ, କାଞ୍ଚିପୁରମ ଏବଂ ଭଦ୍ରାଞ୍ଚଳ ଭଳି ବଡ ବଡ ସହରରେ ଯାତ୍ରା କରିବ ।
ପ୍ରଥମ ଯାତ୍ରାରେ ପର୍ଯ୍ୟଟକମାନେ ରାମଙ୍କ ଜନ୍ମଭୂମି ଅଯୋଧ୍ୟାକୁ ଯାତ୍ରା କରିବେ। ଏହି ଟ୍ରିପରେ ରାମ ଜନ୍ମଭୂମି, ହନୁମାନ ମନ୍ଦିର ଓ ନନ୍ଦିଗ୍ରାମର ଭାରତ ମନ୍ଦିରରେ ଭ୍ରମଣ କରିବେ । ଅଯୋଧ୍ୟା ପରେ ଅନ୍ୟ ପର୍ଯ୍ୟଟନ ସ୍ଥାନ ବିହାରର ସିତାମଢି, ମାତା ସୀତାଙ୍କ ଜନ୍ମସ୍ଥାନ ଓ ନେପାଳର ଜାନକପୁରର ରାମ-ଜାନକୀ ମନ୍ଦିର ମଧ୍ୟ ବୁଲିବେ ପର୍ଯ୍ୟଟକ । ଏହି ଯାତ୍ରା ପାଇଁ ପ୍ରତି ପର୍ଯ୍ୟଟକଙ୍କୁ 65 ହଜାର ଟଙ୍କା ଦେବାକୁ ହେବ ।












Click it and Unblock the Notifications