ସ୍ୱାଭାବିକ ହେଲା 'IRCTC' ସାଇଟ୍, ଏଥର ବୁକିଂ କରିପାରିବେ ଟିକେଟ୍

ନୂଆଦିଲ୍ଲୀ: ସ୍ୱାଭାବିକ ହେଲା 'IRCTC' ସାଇଟ୍ । ବୈଷୟିକ ତ୍ରୁଟି ପାଇଁ ଅନଲାଇନ୍ ହୋଇପାରୁ ନଥିଲା ଟିକେଟ୍ ବୁକିଂ । ମଙ୍ଗଳବାର ଅର୍ଥାତ୍ ଗତ କାଲି ଭାରତୀୟ ରେଳ କ୍ୟାଟେରିଂ ଏବଂ ଟୁରିଜିମ୍ କର୍ପୋରେସନ ୱେବସାଇଟରେ ବୁକ୍ ହୋଇ ପାରୁନିଥିଲା ଟିକେଟ୍ । ଯାହା ଫଳରେ ସାରା ଦେଶରେ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବା ପାଇଁ ମିଳିଥିଲା ।

irctc

ଗତକାଲି ଦେଶର ସବୁଠୁ ବଡ଼ ରେଳ ଟିକେଟ୍ ବୁକିଂ ପ୍ଲାଟଫର୍ମରେ ଦେଖା ଦେଇଥିଲା ତୃଟି । ଟିକେଟ୍ ବୁକିଂ ହେଉ ନଥିବାରୁ ଟ୍ୱିଟ୍ କରି ଲୋକେ ଅସନ୍ତୋଷ ଜାହିର କରିଥିଲେ । ଲୋକମାନେ ଅଭିଯୋଗ କରିଥିଲେ ଯେ ଟିକେଟ୍ ବୁକିଂ ସମୟରେ ପେମେଣ୍ଟ ହୋଇଯିବା ସତ୍ୱେ ସେମାନଙ୍କ ଟିକେଟ୍ ବୁକ୍ ହେଉ ନାହିଁ ।

ତେଣେ ଲୋକଙ୍କ ଟ୍ୱିଟର ଉତ୍ତର ରଖିଥିଲା ଆଇଆରସିଟିସି ବିଭାଗ । ତେବେ ବୈଷୟିକ ତ୍ରୁଟି ଯୋଗୁଁ ଅନଲାଇନ୍ ଟିକେଟ୍ ବୁକିଂ ହୋଇପାରୁ ନାହିଁ ବୋଲି ଟ୍ୱିଟ୍ କରି ସୂଚନା ଦେଇଛି ଆଇଆରସିଟିସି ବିଭାଗ୍ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+